କଫି କହିବ ବ୍ୟକ୍ତିତ୍ୱ, ଆପଣ ପସନ୍ଦ କରୁଥିବା କଫିରେ ରହିଛି ଏସବୁ ଗୁଣ
Advertisement

କଫି କହିବ ବ୍ୟକ୍ତିତ୍ୱ, ଆପଣ ପସନ୍ଦ କରୁଥିବା କଫିରେ ରହିଛି ଏସବୁ ଗୁଣ

ମନୋବୈଜ୍ଞାନୀ ତଥା ବ୍ୟବହାରବାଦୀଙ୍କ ମତରେ ଅର୍ଡର କରାଯାଇଥିବା ପ୍ରତ୍ୟେକ ଅର୍ଡର କଫି ପଛରେ ରହିଛି କିଛି ଗୁଢ଼ ରହସ୍ୟ। 

କଫି କହିବ ବ୍ୟକ୍ତିତ୍ୱ, ଆପଣ ପସନ୍ଦ କରୁଥିବା କଫିରେ ରହିଛି ଏସବୁ ଗୁଣ

ନୂଆଦିଲ୍ଲୀ: ଆମେରିକାନୋ, ଲାଟେ, କାପେଚିନୋ, ମୋଚା, ଏକ୍ସପ୍ରେସୋ, କୋରଟୋଡୋ । ଆହୁରି ଅନେକ ଅଛି ଯାହା କଫି ଲଭରଙ୍କ ଖୁବ ପସନ୍ଦ । ଦୁନିଆରେ ଅଛନ୍ତି ଭିନ୍ନ ଭିନ୍ନ କଫି ଲଭର୍। ଆଉ ସମସ୍ତଙ୍କ ପସନ୍ଦର ଡ୍ରିଙ୍କ୍ ସେମାନଙ୍କ ବ୍ୟକ୍ତିତ୍ୱ ବିଷୟରେ କିଛି ଭିନ୍ନ କଥା ହିଁ ପ୍ରକାଶ କରିଥାଏ ।

ଆମ ସୋସାଇଟିରେ ଚା' ଲଭର ତ ବହୁତ ଅଛନ୍ତି। ତେବେ କଫି ପିଇବାକୁ ପସନ୍ଦ କରୁଥିବା ଲୋକ ବି କିଛି କମ୍ ନାହାନ୍ତି। ଏମାନଙ୍କ ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ। କାହାକୁ ଆମେରିକାନୋ ପସନ୍ଦ ତ କାହାକୁ କାପେଚିନୋ ଆଉ କାହାକୁ ଏକ୍ସପ୍ରେସୋ। ତେବେ ଆପଣ ଜାଣନ୍ତି କି, କଫିର ଭେରାଇଟି ଅନୁଯାୟୀ ଏହାକୁ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ମଧ୍ୟ ଭିନ୍ନ ଥାଏ ବୋଲି। ମନୋବୈଜ୍ଞାନୀ ତଥା ବ୍ୟବହାରବାଦୀଙ୍କ ମତରେ ଅର୍ଡର କରାଯାଇଥିବା ପ୍ରତ୍ୟେକ ଅର୍ଡର କଫି ପଛରେ ରହିଛି କିଛି ଗୁଢ଼ ରହସ୍ୟ। ଆପଣ ଅର୍ଡର କରିଥିବା ନିର୍ଦ୍ଦିଷ୍ଟ ଫ୍ଲେବରର କଫି ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା କଫିର ଭେରାଇଟି ଏବଂ ବ୍ୟକ୍ତିତ୍ୱ ଉପରେ ଏହାର ପ୍ରଭାବ ବିଷୟରେ।

ଆମେରିକାନୋ (Americano)

() ଆମେରିକାନୋ (Americano)  ହେଉଛି ବିନା କ୍ଷୀରର କଫି ବା ବ୍ଲାକ କଫି। ଏହାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ଜୀବନର ଲକ୍ଷ୍ୟ ସ୍ଥିରିକୃତ ଥାଏ। ଲକ୍ଷ୍ୟ ପୂରଣ କରିବାକୁ ମଧ୍ୟ ଦୃଢ଼ ସଂକଳ୍ପବଦ୍ଧ ରହିଥାନ୍ତି। ବ୍ଲାକ କଫି ପସନ୍ଦ କରୁଥିବା ବ୍ୟକ୍ତିମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ବା ଫିଟନେସ ଫ୍ରିକ୍।  ଏମାନେ ଆତ୍ମନିର୍ଭର, ସଶକ୍ତ ମଧ୍ୟ। ତେବେ ଆମେରିକାନୋ କଫି ପସନ୍ଦ କରୁଥିବା ବ୍ୟକ୍ତି  ଏକ ସ୍ୱାର୍ଥପର ମାନସିକତା ଉପରେ ସୀମାବଦ୍ଧ।

ଲାଟେ  ( Latte)
() ଲାଟେ ( Latte) କଫି ପସନ୍ଦ କରୁଥିବା ବ୍ୟକ୍ତି ଶାନ୍ତ ସ୍ୱଭାବର। ଜୀବନରେ ରିସ୍କ ନେବା ଏମାନଙ୍କୁ ପସନ୍ଦ ନୁହେଁ। ସାଧାସିଧା ଜୀବନଯାପନ କରିବା ଏହି ବ୍ୟକ୍ତିମାନଙ୍କୁ ବହୁତ ପସନ୍ଦ। ଗରମ କ୍ଷୀରରେ ଅଳ୍ପ କଫି ପାଉଡର ମିଶାଇ ଲାଟେ ପ୍ରସ୍ତୁତ ହେଲାପରି ଏହି କଫିକୁ ପସନ୍ଦ କରୁଥିବା ବ୍ୟକ୍ତି ଅତ୍ୟନ୍ତ ନମ୍ର, ପ୍ରତ୍ୟେକ କଥାରେ ସହମତି ପ୍ରକାଶ କରିଥାନ୍ତି।

କାପାଚିନୋ(Cappuccino)

() କଫି ପିଉଥିବା ଅଧିକାଂଶ ଲୋକଙ୍କୁ କାପୁଚିନୋ(Cappuccino) ପସନ୍ଦ। ଅଷ୍ଟ୍ରେଲିଆରେ ଉତ୍ପନ୍ନ କିନ୍ତୁ ଇଟାଲୀରେ ବହୁଳ ଭାବରେ ବ୍ୟବହୃତ କାପୁଚିନୋ ଏକ ଏକ୍ସପ୍ରେସୋ କଫି। ବାମ୍ଫ ଏବଂ ଫେଣରେ ଭରପୂର କାପୁଚିନୋରେ କ୍ଷୀର ପରିବର୍ତ୍ତେ କ୍ରିମ ବ୍ୟବହାର କରାଯାଇଥାଏ। କାପୁଚିନୋ କଫି ପିଉଥିବା ବ୍ୟକ୍ତି ଭ୍ରମଣ କରିବାକୁ ବେଶ ଭଲ ପାଆନ୍ତି। ନୂଆ ନୂଆ ଜିନିଷ ଶିଖିବା ତଥା ତାକୁ ବ୍ୟବହାରରେ ଆଣଇବା ମଧ୍ୟ ଏମାନଙ୍କୁ ପସନ୍ଦ। ଖୋଲାମେଲା ସହ ହସଖୁସି କରୁଥିବା ବ୍ୟକ୍ତି ସାଧାରଣତଃ କାପୁଚିନୋ(Cappuccino) ପସନ୍ଦ କରିଥାନ୍ତି।

ମୋଚା (Mocha)
() ମୋଚା (Mocha) ବା କାଫେ ମୋଚା ହେଉଛି ସୋସିଆଲ ମିଡିଆ ଫ୍ରେଣ୍ଡଲି ହଟ୍ ଡ୍ରିଙ୍କ୍। ଏହା ଲାଟେ ଫ୍ଲେବର କଫିର ଏକ ପ୍ରକାର। ଚକୋଲେଟ୍ ଫ୍ଲେବର ଏହି ଡ୍ରିଙ୍କକୁ କଫି ମଗରେ ନୁହେଁ ଗ୍ଲାସରେ ପରିବେଷଣ କରାଯାଇଥାଏ। ଏହାର ଚକଲେଟ ଫ୍ଲେବର କାଫେ ମୋଚାକୁ ଅନେକ ପସନ୍ଦ କରିଥାନ୍ତି। ଏହାକୁ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ସ୍ୱଭାବରେ ବହିର୍ମୁଖୀ ବା ଏକ୍ସଟ୍ରୋଭର୍ଟ, ଆଉଟଗୋଇଂ ହୋଇଥାଏ। ଏମାନେ ଜୋରଜୋର ସେ କଥାବାର୍ତ୍ତା କରିବାକୁ ପସନ୍ଦ କରିଥାନ୍ତି।

ଆଇସ କଫି(Iced Coffee)
() ଆପଣ କେବେ ଶୀତ ଦିନେ ବରଫ ଖାଇଛନ୍ତି। ଯଦି ଏହା ଆପଣଙ୍କୁ ପସନ୍ଦ ତେବେ ଆପଣ ଆଇସ କଫି(Iced Coffee) ଆପଣଙ୍କ ପସନ୍ଦର ଡ୍ରିଙ୍କସ। ଏହାର ନାଁରୁ ଆପଣ ବୁଝିପାରୁଥିବେ ଯେ, ଆଇସ କଫି ଥଣ୍ଡା ଥଣ୍ଡା ପରିବେଷଣ କରାଯାଇଥାଏ। ଥଣ୍ଡା କ୍ଷୀର ସହ କଫି ପାଉଡର ଏବଂ ବରଫକୁ ମିଶାଇ ପ୍ରସ୍ତୁତ କରାଯାଇଥାଏ ଆଇସ କଫି। କେହି କେହି ଏହା ସହ ନିଜ ପସନ୍ଦର ଆଇସକ୍ରିମ ମଧ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଏହାକୁ ପସନ୍ଦ କରୁଥିବା ବ୍ୟକ୍ତି ସାଧାରଣତଃ ନିଜ ଜିଦଖୋର ସ୍ୱଭାବର। ନିଜ ଇଚ୍ଛାରେ ଏମାନେ ସବୁ କାମ କରିଥାନ୍ତି। ଜୀବନରେ କାହାର ହସ୍ତକ୍ଷେପ ଏମାନଙ୍କୁ ପସନ୍ଦ ନୁହେଁ।

ଏସପ୍ରେସୋ(Espresso)
() ଏହି ପ୍ରସ୍ତୁତ କରିବା ପ୍ରଣାଳୀ ଏସପ୍ରେସୋ କଫିକୁ ଅନ୍ୟ କଫିରୁ ଭିନ୍ନ କରିଥାଏ।  ଏହା ମଧ୍ୟ ଇଟାଲୀରେ ଉତ୍ପନ୍ନ। ଫୁଟନ୍ତା ଗରମ ପାଣିରେ ରୋଷ୍ଟେଡ କଫି ବିନ୍ସ ଦ୍ୱାରା ଏସପ୍ରେସୋ କଫି ତିଆରି କରାଯାଇଥାଏ। ଅନେକ ଏଙାକୁ ବିନା ଚିନି ପିଇବାକୁ ପସନ୍ଦ କରିଥାନ୍ତି। ଏହାର ଷ୍ଟ୍ରଙ୍ଗ ଫ୍ଲେଭର ପରି ଏସପ୍ରେସୋ  କଫି ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହୋଇଥାଏ। ଦୁଃସାହସିକ କାର୍ଯ୍ୟ କରିବାକୁ ମଧ୍ୟ ଏମାନେ ପସନ୍ଦ କରିଥାନ୍ତି।

Also Read:ବଳକା ଭାତ; ବ୍ୟବହାର ଜାଣିଲେ ରହିବ ୬ ମାସ, ଜାଣନ୍ତୁ କେମିତି ?

Also Read: କେଜ୍ରିୱାଲ 'କାଶ୍ମୀର ଫାଇଲ୍ସ' ଉପରେ ଦେଇଥିବା ବୟାନକୁ ନେଇ ତେଜିଲା ଅସନ୍ତୋଷ