Cheapest Market:ରାଜଧାନୀର ସବୁଠୁ ଶସ୍ତା ମାର୍କେଟ, ୧୦ ଟଙ୍କାରେ ପ୍ୟାଣ୍ଟ ୬୦ ଟଙ୍କାରେ ମିଳୁଛି ଲେହେଙ୍ଗା
Advertisement

Cheapest Market:ରାଜଧାନୀର ସବୁଠୁ ଶସ୍ତା ମାର୍କେଟ, ୧୦ ଟଙ୍କାରେ ପ୍ୟାଣ୍ଟ ୬୦ ଟଙ୍କାରେ ମିଳୁଛି ଲେହେଙ୍ଗା

Best Market in Delhi Ncr: ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବଜାର ରହିଛି । ଖାସ କରି ପୋଷାକ ବଜାର ଦିଲ୍ଲୀରେ ଅଧିକ ରହିଛି । ଭଳିକି ଭଳି ଡିଜାଇନର କପଡା ଏଠାରେ ଆପଣଙ୍କୁ ଶସ୍ତାରେ ମଧ୍ୟ ମିଳିପାରିବ । ଲାଜପଥ ନଗର ମାର୍କେଟ, ସରୋଜିନି ନଗର ମାର୍କେଟ,ଜନପଥ,କମଲା ମାର୍କେଟ ଏବଂ ଗାନ୍ଧୀ ନଗର ମାର୍କେଟ ରହିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Best Market in Delhi Ncr: ଦେଶର ରାଜଧାନୀ ଦିଲ୍ଲୀରେ ଅନେକ ବଜାର ରହିଛି । ଖାସ କରି ପୋଷାକ ବଜାର ଦିଲ୍ଲୀରେ ଅଧିକ ରହିଛି । ଭଳିକି ଭଳି ଡିଜାଇନର କପଡା ଏଠାରେ ଆପଣଙ୍କୁ ଶସ୍ତାରେ ମଧ୍ୟ ମିଳିପାରିବ । ଲାଜପଥ ନଗର ମାର୍କେଟ, ସରୋଜିନି ନଗର ମାର୍କେଟ,ଜନପଥ,କମଲା ମାର୍କେଟ ଏବଂ ଗାନ୍ଧୀ ନଗର ମାର୍କେଟ ରହିଛି । କିନ୍ତୁ ଦିଲ୍ଲୀରେ ଏପରି ଏକ ମାର୍କେଟ୍ ରହିଛି ଯେଉଁଠାରେ ଆପଣଙ୍କୁ ୧୦ ଟଙ୍କାରେ ପ୍ୟାଣ୍ଟ ମିଳିବ । ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତେବେ ସେହି ମାର୍କେଟ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।  ପଶ୍ଚିମ ଦିଲ୍ଲୀର ଅଞ୍ଚଳରେ ରହିଛି ରଘୁବୀର ନଗର ମାର୍କେଟ । ତେବେ,ଏହା ଘୋଡାମଣ୍ତି ବୋଲି ନାମରେ ଜଣାଶୁଣା । ଯଦିଓ ଏହି ବଜାର ବିଷୟରେ ବହୁତ କମ୍ ଲୋକେ ଜଣନ୍ତି । 

ଏହି ସମୟରେ ଦୋକାନ ଗୁଡିକ ଖୋଲାଯାଏ :

ସାଧାରଣତଃ ଦିଲ୍ଲୀର ଅଧିକାଂଶ ଦୋକାନ ଗୁଡିକ ସକାଳ ୧୦ ଟାରୁ ଖୋଲି ରାତି ପର୍ଯ୍ୟନ୍ତ ବ୍ୟବସାୟ ଚାଲିଥାଏ । କିନ୍ତୁ ରଘୁବୀର ନଗର ମାର୍କେଟ ଭୋର ୪ଟାରୁ ଖୋଲାଯାଇ ସକାଳ ୭- ୮ଟା ପର୍ଯ୍ୟନ୍ତ ଚାଲିଥାଏ ।  ଏଠାରେ ଆପଣ ନିଜ ମନ ପସନ୍ଦରେ ଟି-ସାର୍ଟ, ସାର୍ଟ, ପ୍ୟାଣ୍ଟ ଓ କୋଟ୍ କମ୍ ମୂଲ୍ୟରେ ପାଇପାରିବେ । ପ୍ରତିଦିନ ୫୦୦-୧୮୦୦ ଲୋକ ଏହି ବଜାରରେ ପୋଷାକ ବିକ୍ରୟ କରିବାକୁ ଆସନ୍ତି । 

ଏହି ଲୋକମାନେ ବିକ୍ରୟ କରିବାକୁ ଏଠାକୁ ଆସନ୍ତି  :

ତେବେ, ଏଠାରେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବ ନିଶ୍ଚୟ ଯେ, କିଏ ଏତେ କମ୍ ମୂଲ୍ୟରେ ଏଠାରେ ପୋଷାକ ବିକ୍ରି କରୁଛନ୍ତି ଏବଂ କିଏ ଏହି ପୋଷାକ କିଣନ୍ତି । ପୋଷାକ ଏଠାରେ ବିକ୍ରି ହୁଏ ଯାହା ନୂଆ କିନ୍ତୁ କିଛି କପଡାକୁ ଲୋକମାନେ ଅଳ୍ପ ଦିନ ପିନ୍ଧି ଫେରିବାଲାକୁ ଦେଇଥାନ୍ତି । ଅନେକ ଲୋକ ବାସନ ବିକ୍ରେତାଙ୍କୁ ଏପରି ପୋଷାକ ମଧ୍ୟ ବିକ୍ରି କରନ୍ତି । ଅନ୍ୟପଟେ ଫେରିବାଲାମାନେ ଏହି ପୋଷାକକୁ ଏଠାକୁ ଆଣି ବିକ୍ରି କରନ୍ତି। ପୋଷାକ ବ୍ୟବସାୟୀମାନେ ସେମାନଙ୍କ ଠାରୁ କିଣନ୍ତି ।

ବ୍ୟବସାୟୀମାନେ ଏଠାରୁ ପୋଷାକ କିଣନ୍ତି ଏବଂ ସେଗୁଡିକୁ ପୁଣି ଥରେ  ନୂଆ ରୂପ ଦିଅନ୍ତି ଏବଂ ପରେ ସେମାନଙ୍କୁ ବଡ଼ ବଜାରରେ କିମ୍ବା ରାସ୍ତାଘାଟ ବିକ୍ରେତାଙ୍କୁ ବିକ୍ରି କରନ୍ତି । ଏହିପରି ପୋଷାକ ତିଲକ ନାଗର ବଜାର, ଜନପଥ ଇତ୍ୟାଦିରେ ମଧ୍ୟ ବିକ୍ରି ହୁଏ । ଏହା ବ୍ୟତୀତ ଏହି ପୋଷାକ ଦିଲ୍ଲୀ ବାହାରେ ଥିବା ଅନ୍ୟ ସହରରେ ବିକ୍ରି ପାଇଁ ଯାଉଛି । ଏଠାରୁ ପୋଷାକ କିଣୁଥିବା ଜଣେ ବ୍ୟବସାୟୀ କହିଛନ୍ତି ଯେ, ଏଠାରୁ 50 ଟଙ୍କାରେ କିଣାଯାଇଥିବା ପ୍ୟାଣ୍ଟ ବଜାରରେ ୧୫୦-୨୦୦ ଟଙ୍କାରେ ବିକ୍ରି ହେଉଛି। ଯଦି ଆପଣ ମଧ୍ୟ ଏହି ବଜାରରେ ସପିଂ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଅଧିକ ଟଙ୍କା ଖର୍ଚ୍ଚ ନ କରି ଅନେକ ପୋଷାକ ଏଠାରେ କିଣି ପାରିବେ ।  ଏଠାରେ ଆପଣ ୬୦ ଟଙ୍କାରେ ଲେହେଙ୍ଗା, ୧୨୦ ଟଙ୍କାରେ କୋର୍ଟ , ଟଙ୍କାଏରେ ଟି-ସାର୍ଟ, ୧୦ ଟଙ୍କାରେ ପ୍ୟାଣ୍ଟ, ଏବଂ ୨୦ ଟଙ୍କାରେ ଏକ ଶାଢୀ ମଧ୍ୟ କିଣି ପାରିବେ ।