Health News : ଗ୍ରୀନ ଟି ପିଉଛନ୍ତି କି ? ଆପଣଙ୍କୁ ହେବନି ଏହି ରୋଗ
Advertisement

Health News : ଗ୍ରୀନ ଟି ପିଉଛନ୍ତି କି ? ଆପଣଙ୍କୁ ହେବନି ଏହି ରୋଗ

Health News : ଆଜିକାଲି ସମସ୍ତ ଫିଟ୍ ରହିବାକୁ ଚାହାଁନ୍ତି । ସେଥିପାଇଁ ସମସ୍ତେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Health News : ଆଜିକାଲି ସମସ୍ତ ଫିଟ୍ ରହିବାକୁ ଚାହାଁନ୍ତି । ସେଥିପାଇଁ ସମସ୍ତେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । କିଏ ଓ୍ବାର୍କ ଆଉଟ୍ କରୁଛି ତ ଆଉ କିଏ ନିଜ ଡାଏଟ ପ୍ଲାନରେ କିଛି ହେଲଦି ଖାଦ୍ୟ ପଦାର୍ଥ ସାମିଲ କରୁଛି । ଏପରିକି ସାଧାରଣତଃ ଲୋକମାନେ ନାଲି ଚା, କ୍ଷୀର ଚା ଅପେକ୍ଷା ଗ୍ରୀନ ଟି (Green Tea)କୁ ପିଇବାକୁ ଅଧିକାଂଶ ପସନ୍ଦ କରୁଛନ୍ତି । ଗ୍ରୀନ ଟି ବା ସବୁଜ ଚା' ଶରୀର ପାଇଁ ବେଶ ଉପାଦେୟ । ସେଥିପାଇଁ ଅଧିକାଂଶ ଲୋକେ ନିଜ ଓ୍ବାର୍କ ଆଉଟ ପରେ ଗ୍ରୀନ ଟି ପିଇବାକୁ ପସନ୍ଦ କରିଥାନ୍ତି । ଓ୍ବାର୍କ ଆଉଟ ପରେ ଗ୍ରୀନ ଟି ପିଇବା ଦ୍ବାର ଶରୀରରେ ଅଧିକାଂଶ ରୋଗ ଦୂର ହେବା ସହ ଓଜନ ମଧ୍ୟ ହ୍ରାସ ପାଇଥାଏ ।   

ଗ୍ରୀନ୍ ଟିରେ ଏପିଗାଲୋକାଟେସିନ୍ ଗାଲେଟ୍ (Epigallocatechin Gallate (EGCG) ଥାଏ ।  ଯାହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଯାହାକି ଏକ ବ୍ୟାୟାମ ପରେ ଚର୍ବି ଜାଳିବାରେ ସାହାଯ୍ୟ କରିଥାଏ । ଓ୍ବାର୍କ ଆଉଟ ପରେ ଯଦି ଆପଣ  ଗ୍ରୀନ ଟି ପିଉଛନ୍ତି । ତେବେ ,ଏହା ଆପଣଙ୍କୁ ଆରାମ ଦେଇଥାଏ । ଏହା ହୃଦସ୍ପନ୍ଦନକୁ ମନ୍ଥର କରିଥାଏ । ଗ୍ରୀନ ଟି ଏକ କମ୍ କ୍ୟାଲୋରୀ ଯୁକ୍ତ ପାନୀୟ । ଫିଟନେସକୁ ନେଇ ସଚେତନ ଥିବା ବ୍ୟକ୍ତିମାନେ ସାଧାରଣତଃ ଅନ୍ୟ ଚା ଅପେକ୍ଷା ଗ୍ରୀନ ଟି ପିଇବାକୁ ଅଧିକ ପସନ୍ଦ କରନ୍ତି । ଏହା ଚିନିମୁକ୍ତ ପାନୀୟ ହୋଇଥିବାରୁ ଏଥିରେ କ୍ୟାଲୋରୀ ନ ଥାଏ। ମଧୁମେହ ରୋଗ ହେବାର ଆଶଙ୍କା ମଧ୍ୟ ଏଥିରେ ନ ଥାଏ । ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ଶରୀରର ପାଇଁ ବେଶ ଉପାଦେୟ । ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ମାଂସପେଶୀ ଯନ୍ତ୍ରଣାକୁ କମାଇବାରେ ସାହାର୍ଯ୍ୟ କରିଥାଏ। ଗ୍ରୀନ୍ ଟି ମଧ୍ୟ କୋଲେଷ୍ଟ୍ରଲ ସ୍ତରକୁ କମ୍ ରଖିବାରେ ସହାୟକ ହୋଇଥାଏ । କ୍ୟାଟେଚିନ୍ ହେଉଛି ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ  ।  ଯାହା ଗ୍ରୀନ୍ ଟିରେ ମିଳିଥାଏ ।  ଯାହା ଆମ ଶରୀରରେ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଏହି ସମୟ ଗୁଡିକରେ ପିଅନ୍ତୁ ନାହିଁ ଗ୍ରୀନ ଟି :

ଯଦି ଆପଣଙ୍କୁ ଠିକ୍ ଭାବରେ ଦିନ ହେଉନି । ନଚେତ ଶୋଇବା ପୂର୍ବରୁ ଗ୍ରୀନ ଟି ପିଅନ୍ତୁ ନାହିଁ । ଏଥିରେ କଫିନ୍ ଥାଏ ।ଯାହା (circadian rhythm) ସର୍କାଡିୟନ୍ ରିଡିୟମକୁ ଖରାପ କରିଥାଏ । ସେହିପରି ସକାଳ ସମୟରେ ଖାଲିପେଟରେ ଆପଣ ଗ୍ରୀନଟି ପିଅନ୍ତୁ ନାହିଁ । ଏହା ଗ୍ୟାସ ଭଳି ସମସ୍ୟା ସୃଷ୍ଟି କରିପାରେ । ଯାହା ଆପଣଙ୍କ ପାଇଁ ବିପଦ ଆଣିପାରେ ।  

ଗ୍ରୀନ ଟି ପିଇବାର ବିଶେଷ ଫାଇଦା :

ଗ୍ରୀନ ଟିରେ ଭିଟାମିନ ଭିଟାମିନ ସି (Vitamin C) ଏବଂ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରୀ -ରାଡିକାଲ୍ସକୁ ନଷ୍ଟ କରେ । ଯଦି ଆପଣ ଫିଟ ରହିବାକୁ ଚାହୁଛନ୍ତି ତେବେ ଆପଣ ଦିନକୁ ତିନିରୁ ଚାରିଥର ଗ୍ରୀନ ଟି ପିଇ ପାରିବେ। ଏହା ଆପଣଙ୍କୁ କିଛି ବଡ ରୋଗର ଆଶଙ୍କାକୁ ଟଳାଇ ଦେଇ ପାରିବ । ଯଦି ଆପଣ ପ୍ରତିଦିନ ଗ୍ରୀନ ଟି ପିଉଛନ୍ତି ତେବେ ଆପଣଙ୍କ ଠାରେ, କ୍ୟାନ୍‌ସର ସେଲ୍ ବୃଦ୍ଧିକୁ ଏହା ରୋକିଥାଏ । ଏହାକୁ ନିୟମିତ ପିଇଲେ ପାଚନ ନଳୀ ଏବଂ ମୁତ୍ରାଶୟ କ୍ୟାନ୍‌ସରର ସମ୍ଭାବନା ହ୍ରାସ ପାଇଥାଏ । ଏହାସହ ଷ୍ଟୋକ୍‌ର ଆଶଙ୍କା କମ୍ ହୁଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)