budha yuti: ରାହୁ ବୁଧଙ୍କ ମହାସଂଯୋଗ: ଏହି ୫ଟି ରାଶି ଉପରେ ବର୍ଷିବ ଧନ, ବଢିବ ଯଶ, ମାନ
Advertisement

budha yuti: ରାହୁ ବୁଧଙ୍କ ମହାସଂଯୋଗ: ଏହି ୫ଟି ରାଶି ଉପରେ ବର୍ଷିବ ଧନ, ବଢିବ ଯଶ, ମାନ

ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ଗ୍ରହମାନଙ୍କର ରାଜା କୁହାଯାଏ। ବୁଧ ଗ୍ରହ ଧନ, ବୁଦ୍ଧି ଓ ବ୍ୟବସାୟର ଗ୍ରହ ବୋଲି ମଧ୍ୟ କୁହାଯାଇଥାଏ। ଆଜି ୩୧ ମାର୍ଚ ଅପରାହ୍ଣ ୨ଟା ପରେ ବୁଧ ଚଳନ କରିବେ। ଚଳନ କରି ମେଷ ରାଶିରେ ପ୍ରବେଶ କରିବେ। ବୁଧଙ୍କର ଏହି ଚଳନ ପରେ ମେଷ ରାଶିରେ ବୁଧ ଓ ରାହୁଙ୍କ ଯୁତି ଘଟିବ। 

budha yuti: ରାହୁ ବୁଧଙ୍କ ମହାସଂଯୋଗ: ଏହି ୫ଟି ରାଶି ଉପରେ ବର୍ଷିବ ଧନ, ବଢିବ ଯଶ, ମାନ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ଗ୍ରହମାନଙ୍କର ରାଜା କୁହାଯାଏ। ବୁଧ ଗ୍ରହ ଧନ, ବୁଦ୍ଧି ଓ ବ୍ୟବସାୟର ଗ୍ରହ ବୋଲି ମଧ୍ୟ କୁହାଯାଇଥାଏ। ଆଜି ୩୧ ମାର୍ଚ ଅପରାହ୍ଣ ୨ଟା ପରେ ବୁଧ ଚଳନ କରିବେ। ଚଳନ କରି ମେଷ ରାଶିରେ ପ୍ରବେଶ କରିବେ। ବୁଧଙ୍କର ଏହି ଚଳନ ପରେ ମେଷ ରାଶିରେ ବୁଧ ଓ ରାହୁଙ୍କ ଯୁତି ଘଟିବ। ଏହା ସହିତ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ମଧ୍ୟ ମେଷ ରାଶିରେ ପ୍ରବେଶ କରିବେ। ଏହା ଫଳରେ ବୁଧ ଓ ସୂର୍ଯ୍ୟଙ୍କ ମଧ୍ୟରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ। ଏହି ଭଳି ବୁଧ ମେଷ ରାଶିରେ ପ୍ରବେଶ କରିବା ଫଳରେ ରାଶିଗୁଡ଼ିକ ମଧ୍ୟରେ ଅନେକ ପରିବର୍ତ୍ତନ ହେବା ଦେଖିବାକୁ ମିଳିବ। ଯାହା ଫଳରେ ନିମ୍ନରେ ପ୍ରଦତ୍ତ ୫ଟି ରାଶିଙ୍କର ଭାଗ୍ୟରେ ଅଜସ୍ର ମାନସମ୍ମାନ, ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ। 

ମିଥୁନ ରାଶି: ବୁଧ ଗୋଚର ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ ଲାଭଦାୟକ ରହିବ। ଆର୍ଥିକ ସ୍ଥିତିରେ ବେଶ ସୁଧାର ଆସିବ। ଆୟରେ ବୃଦ୍ଧି ଘଟିବ। ସଞ୍ଚୟ କରିବାରେ ମଧ୍ୟ ବେଶ ସକ୍ଷମ ହେବେ। ସଫଳତାର ଦିନ ବିତିବ। ପୁରୁଣା ଇଚ୍ଛା ମଧ୍ୟ ପୂରଣ ହେବ। ପରିଶ୍ରମର ଫଳ ମିଳିବ। ଧନଲାଭ ହେବ। 

କର୍କଟ ରାଶି: ବୁଧ ରାଶିଙ୍କ ଚଳନ ପରେ ରାହୁବୁଧର ଯୁତି ଫଳରେ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ ଲାଭଦାୟକ ରହିବ। ଭାଗ୍ୟ ମଧ୍ୟ ବେଶ ସକରାତ୍ମକ ରହିବ। ନୂଆ କାମ ମିଳିବ। ମନୋସ୍କାମନା ମଧ୍ୟ ପୂରଣ ହେବ। ଧାର୍ମିକ ମାହୋଲରେ ସମୟ ବିତିବ। ଦୂରଯାତ୍ରା କରିପାରନ୍ତି। କ୍ୟାରିୟରରେ ଉନ୍ନତି ହେବ। 

ଧନୁ ରାଶି: ବୁଧ ଗୋଚର ଫଳରେ ଧନୁରାଶିର ବ୍ୟକ୍ତିବିଶେଷଙ୍କୁ ବେଶ ଲାଭ ଦେବ। ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫଳତା ମିଳିବ। କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ପ୍ରେମୀଯୁଗଳଙ୍କ ପାଇଁ ଖୁସି ଖବର ମିଳିପାରେ। ପାର୍ଟନରଙ୍କ ସହିତ ସମ୍ପର୍କ ମଜବୁତ ହେବ। ଯେଉଁମାନଙ୍କର ବାହାଘର ହେଇପାରୁନଥିବା, ଏହି ସମୟ ମଧ୍ୟରେ ସେମାନଙ୍କ ବିବାହ କାର୍ଯ୍ୟ ମଧ୍ୟ ଶେଷ ହେବ। 

ସିଂହରାଶି: ବୁଧର ରାଶି ପରିବର୍ତ୍ତନ ସିଂହ ରାଶିର ଲୋକଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ଦେବ। ଆପଣ କାର୍ଯ୍ୟରେ ସଫଳତା ପାଇପାରିବେ। କୌଣସି ଇଚ୍ଛା ପୂରଣ ହେବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଭ୍ରମଣରେ ଯାଇପାରିବେ। କ୍ୟାରିୟରରେ ଅଗ୍ରଗତି ହେବ।

କୁମ୍ଭ ରାଶି: ବୁଧ ଚଳନ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କୁ ଯାତ୍ରା କରିବ। ମିଡିଆ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ନୂତନ ସୁଯୋଗ ପାଇପାରିବେ। ଏକ ଭ୍ରମଣରେ ଯାଇପାରିବେ। ପଦୋନ୍ନତି ପାଇବାର ସମ୍ଭାବନା ଅଛି। ଆୟ ବୃଦ୍ଧି ପାଇବ।

Disclaimer: ଏଠାରେ ପ୍ରଦତ୍ତ ତଥ୍ୟ ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତଥ୍ୟ ପ୍ରଦାନ କରାଯାଇଛି। 

Also Read: Horoscope Today: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର

Also Read: IPL 2023: ଏହି ୫ ବଡ ଖେଳାଳି, ଆଘାତ କାରଣରୁ ଖେଳିପାରିବେ ନାହିଁ ଆଇପିଏଲର ୧୬ ତମ ସିଜନ୍