କେତେବେଳେ ଓ କିପରି ଖାଉଛନ୍ତି ମହୁ? ଜାଣନ୍ତୁ ମହୁ ଖାଇବାର ସଠିକ୍ ସମୟ
Advertisement

କେତେବେଳେ ଓ କିପରି ଖାଉଛନ୍ତି ମହୁ? ଜାଣନ୍ତୁ ମହୁ ଖାଇବାର ସଠିକ୍ ସମୟ

ଆପଣ ଯେକୌଣସି ସମୟରେ ମହୁ ସେବନ କରନ୍ତୁ ନା କାହିଁକି ମହୁ ଔଷଧୀୟ ଗୁଣ କାରଣରୁ ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ଭଲ ପ୍ରଭାବ ପକାଇଥାଏ ।

କେତେବେଳେ ଓ କିପରି ଖାଉଛନ୍ତି ମହୁ? ଜାଣନ୍ତୁ ମହୁ ଖାଇବାର ସଠିକ୍ ସମୟ

ଦିନର ଯେକୌଣସି ସମୟରେ ମହୁ ଖାଇବାରେ ସମସ୍ୟା ନାହିଁ କିନ୍ତୁ ସଠିକ ଉପାୟ ଓ ସଠିକ୍ ମାତ୍ରାରେ ମହୁ ଖାଇବା ଜରୁରୀ। ନଚେତ ଏମିତି ବି ହୋଇପାରେ ଆପଣ ଯେଉଁ କାରଣ ପାଇଁ ମହୁ ଖାଉଛନ୍ତି, ତା'ର ବିପରିତ ଫଳ ପାଇପାରନ୍ତି। ଅର୍ଥାତ ଯଦି ଆପଣ ଶରୀରର ଓଜନ ବଢ଼ାଇବାକୁ ଚାହୁଁଛନ୍ତି କିନ୍ତୁ ସକାଳୁ ଉଷୁମ ପାଣିରେ ମହୁ ମିଶାଇ ପିଉଛନ୍ତି ଏହାଦ୍ୱାରା ଆପଣଙ୍କ ଶରୀର ପୂର୍ବାପେକ୍ଷା ଅଧିକ ଦୁର୍ବଳ ହେବା ଆଶଙ୍କା ରହିଛି। ଦିନର ନିର୍ଦ୍ଦିଷ୍ଟ ସମୟରେ ମହୁ ସେବନ ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ।

ସକାଳ ସମୟରେ ମହୁ ସେବନ କରିବାର ଲାଭ
ସାମାନ୍ୟ ଉଷୁମ ପାଣିରେ ସାମାନ୍ୟ ମହୁ ମିଶିଥିବା ମିଠା ପାଣି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଚମତ୍କାର ପ୍ରଭାବ ପକାଇପାରେ। ଏହା ଆପଣଙ୍କ ଶରୀରକୁ ସାରା ଦିନ ଶକ୍ତି ଯୋଗାଇବା ସହ ଶକ୍ତି ସ୍ତରକୁ ସନ୍ତୁଳିତ କରିଥାଏ। ଶକ୍ତି ସ୍ତରକୁ ବଢ଼ାଇବା ପାଇଁ ପ୍ରଭାତ ସମୟରେ ମହୁ ଖାଇବା ସର୍ବୋତ୍ତମ ଉପାୟ। ସକାଳେ ମହୁ ଖାଇବା ତ୍ୱଚା ପାଇଁ ବେଶ ଲାଭାଦାୟକ ହୋଇଥାଏ।

ସକାଳେ ମହୁ ଖାଇଲେ ଓଜନ ହ୍ରାସ ହୋଇଥାଏ

  • ପାଚନ ତନ୍ତ୍ର ଅଧିକ ସକ୍ରିୟ ହୋଇଥାଏ
  • ବ୍ୟାକ୍ଟେରିଆଲ ଓ ଭାଇରାଲ ସଂକ୍ରମଣରୁ ରକ୍ଷା ମିଳିଥାଏ
  • ଆଲର୍ଜି ସମସ୍ୟାରୁ ମୁକ୍ତି ମିଳିଥାଏ
  • ଶରୀର ବିଷାକ୍ତ ପଦାର୍ଥରୁ ମୁକ୍ତ ହୁଏ
  • ଶରୀର ହାଇଡ୍ରେଟ ରହେ

ସଧ୍ୟା ସମୟରେ ମହୁ ସେବନ କରିବାର ଲାଭ

ଦିନସାରା କର୍ମ ସମ୍ପାଦନ ପରେ ସଂଧ୍ୟା ସମୟରେ ଶରୀର ସାଧାରଣତଃ ଅବଶ ହୋଇପଡ଼ିଥାଏ। ଏହି ସମୟରେ ମହୁ ପାନ ଶରୀରକୁ ଶକ୍ତି ଯୋଗାଇଥାଏ। ଏହି ସମୟରେ ଗୋଟିଏ ଚାମଚ ମହୁ ଖାଇବା ଦ୍ୱାରା ଆପଣଙ୍କୁ ବିଭିନ୍ନ ଲାଭ ମଳିଥାଏ

ଶରୀରରେ ପୁନର୍ବାର ଶକ୍ତି ସୃଷ୍ଟି ହୁଏ

  • ସଧ୍ୟାକାଳରେ ମହୁ କୋର୍ବୋହାଇଡ୍ରେଟର ସ୍ରୋତ ବଢ଼ାଇଥାଏ
  • ଶରୀରକୁ ପୋଷଣ ଯୋଗାଇଥାଏ
  • ଶରୀରକୁ ଆକ୍ଟିଭ ରଖିଥାଏ

ଶୋଇବା ପୂର୍ବରୁ ମହୁ ସେବନ
ଏହା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ ଯେ ଶୋଇବା ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମହୁ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଗୋଟିଏ ଗ୍ଲାସ ଗରମ କ୍ଷୀରରେ ମହୁ ମିଶାଇ ପିଇଲେ ନିଦ ଭଲ ହୋଇଥାଏ। ରାତି ସମୟରେ ମହୁ ଖାଇବା ଦ୍ୱାରା ବହୁ ଆଶ୍ଚର୍ଯ୍ୟଜନକ ଫାଇଦା ମିଳିଥାଏ ।

ଭଲ ନିଦ ହୋଇଥାଏ

  • ଲିଭଲ ଫଙ୍କସନରେ ସୁଧାର ଆସିଥାଏ
  • ଓଜନ ହ୍ରାସ ପାଇଥାଏ
  • ଟାଇପ ୨ ଡାଇବେଟିସ ସ୍ତର କମିଥାଏ
  • ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ

ଥଣ୍ଡା, ସର୍ଦ୍ଦି ସମୟରେ ମହୁ ସେବନ
ଥଣ୍ଡା, ସର୍ଦ୍ଦି ସମୟରେ ମହୁ ଖାଇବା ଦ୍ୱାରା ଶରୀର ଖୁବଶୀଘ୍ର ରୋଗମୁକ୍ତ ହୋଇଥାଏ। କାଶ ସମସ୍ୟା ସମୟରେ ମଧ୍ୟ ମହୁ ସେବନ ଫଳପ୍ରଦ ହୋଇଥାଏ। ଶରୀର ରୋଗଗ୍ରସ୍ତ ଥିବା ସମୟରେ ମହୁ ଶୁବଶୀଘ୍ର ଶରୀରରେ ପ୍ରତିରକ୍ଷା ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ୱାର୍କଆଉଟ ପୂର୍ବରୁ ଓ ପରେ ମହୁ ସେବନ
ଯେତେବେଳେ ଆପଣ ଦୁର୍ବଳତା ଅନୁଭବ କରୁଛନ୍ତି, ସେତେବେଳେ କାର୍ବୋହାଇଡ୍ରେଟ ଓ ନ୍ୟାଚୁରାଲ ସୁଗାରର ସ୍ରୋତ ମହୁ ସେବନ କରିବା ଆବଶ୍ୟକ। ଦୈନିକ ବ୍ୟାୟାମ କରିଥିବା ବ୍ୟକ୍ତି ଉଭୟ ୱାର୍କଆଉଟ ପୂର୍ବରୁ ଓ ପରେ ନିଜ ଏନର୍ଜି ଲେବୁଲକୁ ହାଇ ରଖିବା ପାଇଁ ମହୁ ସେବନ କରିପାରିବେ। ଏହାକୁ ଆପଣ ଏନର୍ଜି ଡ୍ରିଙ୍କ ବଦଳରେ ବ୍ୟବହାର କରିପାରିବେ। ଏଥିପାଇଁ ମହୁକୁ ଏକ ସୁପରଫୁଡ ବୋଲି କୁହାଯାଏ। ଆପଣ ଯେକୌଣସି ସମୟରେ ମହୁ ସେବନ କରନ୍ତୁ ନା କାହିଁକି ମହୁ ଔଷଧୀୟ ଗୁଣ କାରଣରୁ ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ଭଲ ପ୍ରଭାବ ପକାଇଥାଏ ।