Diabetes: ମଧୁମେହ ରୋଗୀ ଡାଏଟରେ ସାମିଲ କରନ୍ତୁ ଏସବୁ ସବୁଜ ପନିପରିବା, ବଢିବନି ବ୍ଲଡ଼ ସୁଗାର ଲେବୁଲ୍
Advertisement

Diabetes: ମଧୁମେହ ରୋଗୀ ଡାଏଟରେ ସାମିଲ କରନ୍ତୁ ଏସବୁ ସବୁଜ ପନିପରିବା, ବଢିବନି ବ୍ଲଡ଼ ସୁଗାର ଲେବୁଲ୍

Diabetes Diet Tips: ମଧୁମେହ ରୋଗ ସଭିଁଙ୍କ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର କାରଣ ହେଲାଣୀ । ଘରେ ଘରେ ଏହି ରୋଗୀ ମଧ୍ୟ ଦେଖାଯାଉଛନ୍ତି। ବିଶେଷ କରି ଭାରତରେ ଡାଏବିଟିସ୍‌ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍‌ ରାଜଧାନୀ ବୋଲି କୁହାଯାଇଛି। ଡାଏବିଟିସ୍‌ (Diabetes)ହେଲେ ଏହା ଯେ ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ ଏହି ଭ୍ରାନ୍ତ ଧାରଣାଟି ରହି ଆସିଛି। କିନ୍ତୁ ଡାଏବିଟିସ୍‌ ରୋଗୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ କିଛି କରିପାରିବେ।

ସୌଜନ୍ୟ- ସୋସିଆଲ ମିଡିଆ

Diabetes Diet Tips:  ମଧୁମେହ ରୋଗ ସଭିଁଙ୍କ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର କାରଣ ହେଲାଣୀ । ଘରେ ଘରେ ଏହି ରୋଗୀ ମଧ୍ୟ ଦେଖାଯାଉଛନ୍ତି। ବିଶେଷ କରି ଭାରତରେ ଡାଏବିଟିସ୍‌ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍‌ ରାଜଧାନୀ ବୋଲି କୁହାଯାଇଛି। ଡାଏବିଟିସ୍‌ (Diabetes)ହେଲେ ଏହା ଯେ ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ ଏହି ଭ୍ରାନ୍ତ ଧାରଣାଟି ରହି ଆସିଛି। କିନ୍ତୁ ଡାଏବିଟିସ୍‌ ରୋଗୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ କିଛି କରିପାରିବେ। ସେମାନେ ସୁସ୍ଥ ରହିବାକୁ ଚାହୁଁଥିଲେ ବିଶେଷ ଦୈନିକ ଔଷଧ ସେବନ ସହ କିଛି ଘରୋଇ ଉପଚାର କଲେ ଏହି ରୋଗର ମୁକ୍ତି ମିଳିପାରିବ । ତେବେ ମଧୁମେହ ରୋଗୀମାନେ ନିଜ ଡାଏଟରେ ଏହି ସବୁ ସବୁଜ ପନିପରିବା ସାମିଲ କଲେ ବ୍ଲଡ ସୁଗାର ଲେବଲ୍ ନିୟନ୍ତ୍ରଣରେ ରହିବ । 

ମଧୁମେହ ରୋଗୀ ଏହି ସବୁ ସବୁଜ ପନିପରିବା ଡାଏଡରେ ସାମିଲ କରନ୍ତୁ :

କଲରା: କଲରାରେ ପ୍ରଚୁର ପରିମାଣରେ ପଲିପେପ୍ଟାଇଡ୍-ପି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ।  ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ,ବ୍ଲଡ଼ ସୁଗାର ଲେବୁଲ୍ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ ।  ଖାସ କରି କଲରାକୁ ମଧ୍ୟ ଆପଣ ନିଜ ଡାଏଟରେ ସାମିଲ କରିପାରିବେ।  ଏବଂ କଲରା ଜୁସ୍ ମଧ୍ୟ ଆପଣ ପିଇ ପାରିବେ। 

Also Read : Health Tips: ଫ୍ରିଜରେ ରଖନ୍ତୁ ନାହିଁ ଏହି ସବୁ ଖାଦ୍ୟ, ଜାଣନ୍ତୁ କାହିଁକି ?

Also Read : Diabetes: ମଧୁମେହ ରୋଗୀଙ୍କ ପାଇଁ ଏହି ଡିଙ୍କସ୍ ହେଉଛି ରାମବାଣ, ଚୁଟକିରେ ଦୂର ହେବ ରୋଗ!

ମେଥିଶାଗ: ମଧୁମେହ ରୋଗୀମାନେ ପ୍ରତିଦିନ ମେଥିଶାଗ ଖାଇବା ଉଚିତ୍ । ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସାହାର୍ଯ୍ୟ କରେ। କାହିଁକିନା ଏଥିରେ  ପ୍ରୋବୋଟିକ୍ସ ଗୁଣ ଭରପୁର ମାତ୍ରାରେ ରହିଛି । ଯଦି ଆପଣ ଏହାକୁ ନିଜ୍ ଡାଏଟରେ ସାମିଲ କରନ୍ତି ତେବେ,ଶରୀରରେ ଭଲ କୋଲେଷ୍ଟ୍ରଲ ବଢିବା ସହ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଆମିନୋ ଏସିଡ୍ ଥାଏ।

କାକୁଡି: ଖାସ କରି କାକୁଡି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ । ମଧୁମେହ ରୋଗୀମାନେ କାକୁଡିକୁ ନିଜ ଡାଏଟରେ ସାମିଲ କରି ପାରିବେ। ଏହା କେବଳ ସୁଗାର ଲେବଲକୁ ହ୍ରାସ କରେ ନାହିଁ ବରଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣେ । 

କୋବି : ଉଭୟ ଫୁଲ ଓ ବନ୍ଧା କୋବି ଖାଇବା ଦ୍ବାରା ମଧ୍ୟ ମଧୁମେହ, ମେଦବହୁଳତା ଓ ହୃଦରୋଗର ଆଶଙ୍କା କମ୍ ଥାଏ । ଏହା ଶରୀରରେ ଶକ୍ତି ବୃଦ୍ଧି କରିବା ସହ ଓଜନ ହ୍ରାସ ମଧ୍ୟ କରିବାରେ ସାହାର୍ଯ୍ୟ କରିଥାଏ । କୋବିରେ ସଲଫୋରାଫେନ୍ ମିଳିଥାଏ, ଯାହା କର୍କଟ ରୋଗ ସହ ଲଢିବାରେ ସାହାର୍ଯ୍ୟ କରିଥାଏ । 

ଗାଜର : ହାଇ ଫାଇବର ଗାଜର ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖେ ଏବଂ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବାକେ ସାହାର୍ଯ୍ୟ କରେ।  ଗାଜର  ଭିଟାମିନ୍ ଏରେ ଭରପୂର। ଗାଜର ସାଲାଡ୍ କିମ୍ବା ସୁପ୍ ପ୍ରସ୍ତୁତ କରି ମଧ୍ୟ ଆପଣ ପିଇ ପାରିବେ।  ଏହା ରକ୍ତରେ ଶର୍କରା ନିୟନ୍ତ୍ରଣରେ ରହିବାରେ ସାହାର୍ଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ। ଏବଂ ଦୃଷ୍ଟି ଶକ୍ତି ମଧ୍ୟ ଉଜ୍ଜ୍ୱଳ କରିବାରେ ସାହାର୍ଯ୍ୟ କରିଥାଏ।

ବ୍ରୋକୋଲି : ଡାଏଟରେ ବ୍ରୋକୋଲି ଅନ୍ତର୍ଭୁକ୍ତ କରି ଆପଣ ସୁଗାରକୁ ନିୟନ୍ତ୍ରଣ କରିପାରିବେ। ଏଥିରେ ପ୍ରିବିୟୋଟିକ୍ ଫାଇବର ଥାଏ ଯାହାକି ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ । ଯଦି ଆପଣ ଜଣେ ମଧୁମେହ ରୋଗୀ, ତେବେ ନିଶ୍ଚିତ ଭାବରେ ବ୍ରୋକୋଲି ଖାଆନ୍ତୁ। 

ପାଳଙ୍ଗ : ପାଳଙ୍ଗରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଏଥିରେ ଲୌହ ପରିମାଣର କ୍ୟାଲୋରୀ ଥାଏ । ସେଥିପାଇଁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଉଚିତ୍।  କାରଣ ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)