Lifestyle: ମାଇଗ୍ରେନ ସମସ୍ୟାରେ ଯୁଝି ହେଉଛନ୍ତି କି? ଆରୋଗ୍ୟ ଲାଭ ପାଇଁ କରନ୍ତୁ ଏହି ସବୁ ଉପାୟ
Advertisement

Lifestyle: ମାଇଗ୍ରେନ ସମସ୍ୟାରେ ଯୁଝି ହେଉଛନ୍ତି କି? ଆରୋଗ୍ୟ ଲାଭ ପାଇଁ କରନ୍ତୁ ଏହି ସବୁ ଉପାୟ

ଅଧକପାଳି ମୁଣ୍ଡବିନ୍ଧା ସହଜରେ କମିନଥାଏ । ଫଳରେ ଆମେ ପେନ୍ କିଲର ଔଷଧ ସେବନ କରିବାକୁ ପ୍ରାଥମିକତା ଦେଇଥାଉ ।

Lifestyle: ମାଇଗ୍ରେନ ସମସ୍ୟାରେ ଯୁଝି ହେଉଛନ୍ତି କି? ଆରୋଗ୍ୟ ଲାଭ ପାଇଁ କରନ୍ତୁ ଏହି ସବୁ ଉପାୟ

ନୂଆଦିଲ୍ଲୀ: ଅଧକପାଳି ମୁଣ୍ଡବିନ୍ଧା ବା ମାଇଗ୍ରେନ ଯାହାର ହୋଇଥାଏ ସେ ହିଁ କେବଳ ତାର କଷ୍ଟ ଅନୁଭବ କରିପାରେ । ଏବେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ଯେତେବେଳେ ଏଭଳି ମୁଣ୍ଡବିନ୍ଧା ହୋଇଥାଏ ସେତେବେଳେ କଣ କରିବେ କଣ ନାହିଁ କିଛି ବୁଝାପଡିନଥାଏ । ସ୍ମାର୍ଟଫୋନ୍, ଟିଭି, କମ୍ପ୍ୟୁଟର ଏବଂ ଡେସ୍କରେ ଅଧିକାଂଶ ସମୟ ବସି କାମ କରୁଥିବା ଲୋକମାନଙ୍କ ଠାରେ ଏଭଳି ସମସ୍ୟା ବେଶୀ ଦେଖାଦେଇଥାଏ ।

ଅଧକପାଳି ମୁଣ୍ଡବିନ୍ଧା ସହଜରେ କମିନଥାଏ । ଫଳରେ ଆମେ ପେନ୍ କିଲର ଔଷଧ ସେବନ କରିବାକୁ ପ୍ରାଥମିକତା ଦେଇଥାଉ । ଔଷଧ ସେବନ ଦ୍ବାରା କିଛି ସମୟ ପର୍ଯ୍ୟନ୍ତ ତ ମୁଣ୍ଡବିନ୍ଧାରୁ ରକ୍ଷା ମିଳିଥାଏ ମାତ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥାଏ । ଏଠାରେ ଆମେ ଏଭଳି ଏକ ଉପାୟ କହୁଛୁ ଯାହା ଫଳରେ ମାଇଗ୍ରେନ ଜନିତ ମୁଣ୍ଡବିନ୍ଧା କଷ୍ଟରୁ ଆପଣ ସବୁବେଳ ପାଇଁ ରକ୍ଷା ପାଇପାରିବେ । ବାଦାମ, ଗୋଲମରିଚ, କ୍ଷୀର ଆପଣଙ୍କର ଏଭଳି ମୁଣ୍ଡବିନ୍ଧା ସମସ୍ୟାର ସମାଧାନ କରିପାରିବ ।

୭ରୁ ୮ଟି ବାଦାମକୁ ରାତିରେ ଭିଜାଇ ଦିଅନ୍ତୁ । ସକାଳୁ ତାର ଚୋପା ଛଡାଇ ବାଦାମକୁ ଭଲଭାବେ ପେଶୀ ଦିଅନ୍ତୁ । ଜରୁରୀ ନୁହେଁ ଯେ ଆପଣ ୭ରୁ ୮ଟି ବାଦାମ ହିଁ ନେବେ । କମ୍ ବାଦାମ ମଧ୍ୟ ଆପଣ ନେଇପାରିବେ । ଯଦି ଆପଣଙ୍କ ଆଖିକୁ ଭଲଭାବେ ଦେଖାଯାଉନାହିଁ ତେବେ ସେଥିରେ ଗୋଲମରିଚ ମଧ୍ୟ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ୨୫୦ଗ୍ରାମ କ୍ଷୀରରେ ମିଶାଇ ଦିଅନ୍ତୁ । ଏହାକୁ ଚୂଲାରେ ବସାଇ ଫୁଟାନ୍ତୁ । 

୪ରୁ ୫ଥର ଫୁଟିବା ପରେ ଏଥିରେ ଏକ ଚାମଚ ଦେଶୀ ଘିଅ ଏବଂ ଦୁଇ ଚାମଚ ଚିନି ମିଶାଇ ଦିଅନ୍ତୁ । ଥଣ୍ଡା କରି ଏହି ମିଶ୍ରଣକୁ ପିଅନ୍ତୁ । ଏହାକୁ ପିଇବା ଦ୍ବାରା ଆପଣଙ୍କର ମୁଣ୍ଡବିନ୍ଧା କମିଯିବ। ଏହାଦ୍ବାରା ଆପଣଙ୍କ ସ୍ମରଣ ଶକ୍ତି ମଧ୍ୟ ବଢିବ । ଏହାକୁ ଲଗାତର ପିଇବାକୁ ପଡିବ । ଖାଲି ପେଟରେ ଏହି କ୍ଷୀରକୁ ପିଇବା ପରେ ୨ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆପିଆ କରନ୍ତୁ ନାହିଁ । ଏହାକୁ ପିଇବା ଦ୍ବାରା ତିନି ଚାରି ଦିନରେ ମୁଣ୍ଡବିନ୍ଧା ସଂପୂର୍ଣ୍ଣ ଭଲ ହୋଇଯିବ ।

ବାଦାମକୁ ଭଲଭାବେ ପେଶୀ ଖାଇବା ଜରୁରୀ ଅଟେ । ଏହାଦ୍ବାରା ବାଦାମ ପୁରା ହଜମ ହୋଇଯିବା ସହ ସଂମ୍ପୂର୍ଣ୍ଣ ଲାଭ ମିଳିଥାଏ । ଏହା ସ୍ମରଣ ଶକ୍ତି ବଢାଇବା ସହ ଆଖିର ଅନେକ ରୋଗ- କମ୍ ଦେଖାଯିବା, ଆଖି ଥକିଯିବା, ଆଖିରୁ ପାଣି ବାହାରିବା ଆଦି ସମସ୍ୟା ଦୂର ହୋଇଯିବ । ବାଦାମରେ ଆଣ୍ଟିଅକ୍ସିଡେଣ୍ଟ ଭରି ରହିଛି । ଯାହା ଅବସାଦ ଦୂର କରିଥାଏ । ମସ୍ତିସ୍କକୁ ଶିଥିଳ ରଖିଥାଏ । ଡିପ୍ରେସନ୍ ମଧ୍ୟ ଦୂର ହୋଇଥାଏ ।

ଡାଇବେଟିସ୍ ରୋଗୀମାନଙ୍କ ପାଇଁ ବାଦାମ ବହୁତ ଉପଯୋଗୀ  ହୋଇଥାଏ । ଶରୀରରେ ଇନସୁଲିନ ମାତ୍ରାକୁ ନିୟନ୍ତ୍ରିତ କରି ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରଖିଥାଏ । ବାଦାମରେ ପ୍ରୋଟିନ, ଫାଇବର ଏବଂ ମ୍ୟାଗ୍ନେସିୟମ ଭରପୁର ରହିଥାଏ । ଶରୀରରେ ଆଲଫା-୧ ଏଚଡିଏଲ ଲେଭଲକୁ ବାଦାମ ବଢାଇଥାଏ । କୋଲୋଷ୍ଟୋରଲକୁ ନିୟନ୍ତ୍ରିତ କରି ହୃଦ୍ ରୋଗରୁ ରକ୍ଷା କରିଥାଏ ।

ବାଦାମରେ ଭିଟାମିନ୍-ଇ ଥାଏ । ଏହା ତ୍ବଚାକୁ ପୋଷଣ ଦେଇଥାଏ ଫଳରେ ତ୍ବଚାକୁ ଶୁଖିଲା ହେବାରୁ ରକ୍ଷା କରିଥାଏ । ଏଥିରେ ଅଧିକ ମାତ୍ରାରେ ଫାଇଭର ରହିଥାଏ । ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ୪-୫ଟି ବାଦାମ ଖାଇବା ପରେ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତୁ । ଏହାଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ପେଟରେ ହେଉଥିବା କ୍ୟାନସରର ମଧ୍ୟ ଭୟ କମ୍ ରହିଥାଏ ।