ଖରାଦିନେ ପିଅନ୍ତୁ ପଇଡ଼ ପାଣି, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ
Advertisement

ଖରାଦିନେ ପିଅନ୍ତୁ ପଇଡ଼ ପାଣି, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ

ଶରୀରକୁ ହାଇଡ୍ରେଟ ରଖିବା ପାଇଁ ପଇଡ଼ ପାଣିର ସେବନ ତ ଆପଣ କରୁଛନ୍ତି କିନ୍ତୁ ଏହା ଆପଣଙ୍କ ଚେହେରା ପାଇଁ ବି ବେଶ ଲାଭଦାୟକ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଚେହେରାରେ ଆସିଥାଏ ଚମକ । ପଇଡ଼ ପାଣି ଆପଣଙ୍କ ତ୍ବଚାକୁ ଉନ୍ନତ କରିଥାଏ ଯାହା ଦ୍ୱାରା ମୁହଁରେ ବ୍ରଣ ଓ ଦାଗର ସମସ୍ୟା ଦୂର ହୋଇଥାଏ । ଏଥିରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣର ମିଳିଥାଏ ।

ଖରାଦିନେ ପିଅନ୍ତୁ ପଇଡ଼ ପାଣି, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ

ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ସହ ଆମ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥାଉ । ଅନେକ ଥର ଆମେ ଦିନ ସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାରେ ସକ୍ଷମ ହୋଇ ନ ଥାଉ ସେତେବେଳେ ଡିହାଇଡ୍ରେସନର ସମସ୍ୟା ହୋଇଥାଏ । ଗ୍ରୀଷ୍ମଦିନରେ ନିଜକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣ ଖରାଦିନେ ପ୍ରତିଦିନ ପଇଡ଼ ପାଣି (Coconut Water) ପିଇବା ଉଚିତ୍ । ଖରାଦିନେ ପଇଡ଼ ପାଣି ଆପଣଙ୍କୁ ଉପକାର ଦେଇଥାଏ ଯେମିତି କି ଆପଣଙ୍କର ଓଜନ ନିୟନ୍ତ୍ରିତ ହେବା, ଆପଣଙ୍କ ଚେହେରାରେ ଚମକ ଆସିବା ଏହା ସହ ରକ୍ତଚାପ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଯଦି ଆପଣ ସକାଳେ ଖାଲି ପେଟରେ ପଇଡ ପାଣି  ପିଇଉଛନ୍ତି ତେବେ ଏବା ବେଶ ଫଳପ୍ରଦ । ଆସନ୍ତୁ ଜାଣିବା ପଇଡ଼ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ'ଣ ଉପକାରିତା ମିଳିଥାଏ ।

ଖରାଦିନେ ପଇଡ଼ ପିଇବାର ଲାଭ

୧.ଶରୀରକୁ ହାଇଡ୍ରେଟ୍ ରଖେ । ପଇଡ଼ ପାଣି ଗ୍ରୀଷ୍ମ ସମୟରେ ଆପଣଙ୍କୁ ଶକ୍ତି ପ୍ରଦାନ କରିଥାଏ । ଏହା ସହିତ ଡିହାଇଡ୍ରେସନ୍ ସମସ୍ୟା ହୋଇ ନଥାଏ । ଏହା ଭିଟାମିନ୍ ଓ ମିନେରାଲ୍ସର ଏକ ସମୃଦ୍ଧର ଉତ୍ସ ଯାହା ଆପଣଙ୍କୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଆପଣ ହିଟ୍ ଷ୍ଟ୍ରୋକ୍ ଓ ଅନ୍ୟନ୍ୟା ରୋଗରୁ ରକ୍ଷା କରିଥାଏ ।
 
୨. ପଇଡ଼ ପାଣିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯେପରି କି ଲୋ-କାର୍ବସ, କ୍ୟାଲସିୟମ, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍ ଆଦି ଶରୀରକୁ ବହୁ ଲାଭ ଦେଇଥାଏ । ଏହା ସହ ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବା ସହ ଅନେକ ରୋଗରୁ ରକ୍ଷା କରିଥାଏ ।

୩. ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ । ଆପଣକୁ କହି ରଖୁଛୁ କି ପଇଡ଼ ପାଣି ଆପଣଙ୍କ ହଜମ ପ୍ରକ୍ରିୟାକୁ ବହୁତ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ପଇଡ଼ ପାଣିରେ ଫାଇବର ଓ ମ୍ୟାଗ୍ନେସିୟମ୍ ଥାଏ ଯାହା ଆପଣଙ୍କ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କୋଷ୍ଠକାଠିନ୍ୟ ଓ ହଜମ ଶକ୍ତିରେ ହେଉଥିବା ସମସ୍ୟାକୁ ଦୂର କରିଥାଏ ।

ଏହା ବି ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷା ଗଠନ କଲେ ୩ଟି କମିଟି, ସଚିନ ସମେତ ଜି-୨୩ର ଅନେକ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଏହା ବି ପଢ଼ନ୍ତୁ:-ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦ, ସର୍ଭେରେ ଆଖପାଖରେ ବି ନାହାଁନ୍ତି ରାହୁଲ ଗାନ୍ଧୀ

ଏହା ବି ପଢ଼ନ୍ତୁ:-NATO କୁ କାହିଁକି ଏତେ ଚିଡ଼େ ଋଷ, ଜାଣନ୍ତୁ ଉଭୟଙ୍କ ମଧ୍ୟରେ କିଏ କେତେ ଶକ୍ତିଶାଳୀ?

 

୪. ଶରୀରକୁ ହାଇଡ୍ରେଟ ରଖିବା ପାଇଁ ପଇଡ଼ ପାଣିର ସେବନ ତ ଆପଣ କରୁଛନ୍ତି କିନ୍ତୁ ଏହା ଆପଣଙ୍କ ଚେହେରା ପାଇଁ ବି ବେଶ ଲାଭଦାୟକ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଚେହେରାରେ ଆସିଥାଏ ଚମକ । ପଇଡ଼ ପାଣି ଆପଣଙ୍କ ତ୍ବଚାକୁ ଉନ୍ନତ କରିଥାଏ ଯାହା ଦ୍ୱାରା ମୁହଁରେ ବ୍ରଣ ଓ ଦାଗର ସମସ୍ୟା ଦୂର ହୋଇଥାଏ । ଏଥିରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣର ମିଳିଥାଏ ।