କାହିଁକି ୩୩% ସହରୀ ଓ ୨୫% ଗ୍ରାମୀଣ ଲୋକେ ରକ୍ତଚାପର ଶିକାର? ଜାଣନ୍ତୁ ଲକ୍ଷଣ, କାରଣ ଓ ନିରାକରଣ
Advertisement

କାହିଁକି ୩୩% ସହରୀ ଓ ୨୫% ଗ୍ରାମୀଣ ଲୋକେ ରକ୍ତଚାପର ଶିକାର? ଜାଣନ୍ତୁ ଲକ୍ଷଣ, କାରଣ ଓ ନିରାକରଣ

ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରାୟ ୩୩ ପ୍ରତିଶତ ସହରୀ ଓ ୨୫ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ଉଚ୍ଚ ରକ୍ତଚାପ ସମସ୍ୟାକୁ ସାମ୍ନା କରୁଛନ୍ତି । 

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ବୃଦ୍ଧି ପାଉଛି ହାଇ ବ୍ଲଡ ପ୍ରେସର (Hypertension) ରୋଗୀଙ୍କ ସଂଖ୍ୟା । ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରାୟ ୩୩ ପ୍ରତିଶତ ସହରୀ ଓ ୨୫ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ଉଚ୍ଚ ରକ୍ତଚାପ ସମସ୍ୟାକୁ ସାମ୍ନା କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୬୦ରୁ ୭୦ ପ୍ରତିଶତ ଲୋକ ଏହି ରୋଗରେ ଗମ୍ଭୀର ଭାବେ ଆକ୍ରାନ୍ତ ନହେବା ପର୍ଯ୍ୟନ୍ତ ଚିକିତ୍ସା ଆରମ୍ଭ କରିନାହାଁନ୍ତି ।

ବୃଦ୍ଧି ପାଉଥିବା ଏହି ରୋଗ ପ୍ରତି ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ ମେ ୧୭ରେ ବ୍ଲଡ ହାଇପରଟେନସନ ଡେ (Hypertension Day) ପାଳନ ହେଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ହାଇପରଟେନସନ ସମସ୍ୟା ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏମିତିକି ପ୍ରାୟ ସବୁ ଲୋକଙ୍କୁ ଏପରି ସମସ୍ୟା ହେବାର କାରଣ ଜଣାଅଛି । କିନ୍ତୁ ଏହାର ଲକ୍ଷଣ ପ୍ରକାଶ ପାଇବା ପରେ ବି ଲୋକମାନେ ଏହାର ଚିକିତ୍ସା ଆରମ୍ଭ କରନ୍ତି ନାହିଁ । ଅଧିକାଂଶ ସଂକ୍ରମିତ ନିଜେ ହାଇପରଟେନସନ ରୋଗରେ ପୀଡ଼ିତ ଥିବା ଜାଣିପାରନ୍ତି ନାହିଁ । ଏବେ ଜାଣିନିଅନ୍ତୁ ଏହି ରୋଗର ଲକ୍ଷଣ, କାରଣ ଓ ନିରାକରଣ ଉପାୟର ସମ୍ପୂର୍ଣ୍ଣ ସୂଚନା ।

ରକ୍ତଚାପ କଣ?

ଆମେରିକାନ ହାର୍ଟ ଆସୋସିଏସନ ଅନୁସାରେ ଧମନୀର ଆଧାର ଉପରେ ଦୀର୍ଘସମୟ ଧରି ରକ୍ତଚାପ ସ୍ଥିତିକୁ ବ୍ଲଡପ୍ରେସର କୁହାଯାଇଥାଏ । ଆପଣଙ୍କ ହୃଦୟ କେତେ ମାତ୍ରାରେ ରକ୍ତ ପମ୍ପ କରିଥାଏ ଓ ଧମନୀରେ ରକ୍ତ ପ୍ରବାହର ପ୍ରତିରୋଧ ମାତ୍ରା କେତେ , ଏହ ଆଧାର ଉପରେ ରକ୍ତଚାପର ସ୍ତର ନିର୍ଦ୍ଧାରଣ ହୋଇଥାଏ । ଧମନୀର ସଂକୀର୍ଣ୍ଣତା ଯେତେ ଅଧିକ ହୋଇଥାଏ ଏବେ ଯେତେ ଅଧିକ ରକ୍ତ ଆପଣଙ୍କ ହୃଦୟ ଦ୍ୱାରା ପ୍ରେରଣ ହୁଏ, ରକ୍ତଚାପ ସେତେ ପରିମାଣରେ ବୃଦ୍ଧି ପାଇଥାଏ । ରକ୍ତଚାପର ସ୍ତର ୧୨୦/୮୦କୁ ସାଧାରଣ ସ୍ତର ଭାବେ ଗ୍ରହଣ କରାଯାଏ ।  

ରକ୍ତଚାପ ବୃଦ୍ଧିର କାରଣ

ରକ୍ତଚାପ କାହିଁକି ବୃଦ୍ଧି ପାଇଥାଏ, ଏହି ବିଷୟରେ ସବୁ ଲୋକ ଜାଣିବା ଅତ୍ୟନ୍ତ ଆବଶ୍ୟକ ।  ବୟସ, ବଂଶାନୁବାଦ, ଜୀବନଶୈଳୀ, ଖାଦ୍ୟପେୟ, ମୋଟାପଣ, ସୋଡିୟମର ମାତ୍ରାଥିକ ସେବନ ଓ ନିଶାସେବନ ଅଭ୍ୟାସ ରକ୍ତଚାପର ମୁଖ୍ୟ କାରଣ ।

କିଛି ଲୋକଙ୍କ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସ୍ଥିତି କାରଣରୁ ମଧ୍ୟ ଉଚ୍ଚ ରକ୍ତଚାପ ହୋଇଥାଏ । ଏଥିରେ କିଡନୀ ରୋଗ, ଏଡର୍ଲ ଗ୍ଲେଣ୍ଡ ଟ୍ୟୁମର, ରକ୍ତ ବାହିକାରେ ଜନ୍ମଗତ ଦୋଷ,  ମାତ୍ରାଦିକ କିଛି ଔଷଧ ସେବନ ମଧ୍ୟ ଉଚ୍ଚ ରକ୍ତଚାପର କାରଣ ବୋଲି କୁହାଯାଏ ।

ଉଚ୍ଚ ରକ୍ତଚାପର ଲକ୍ଷଣ

ଉଚ୍ଚ ରକ୍ତଚାପ ହେଉଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ପ୍ରଥମ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଯଦିଓ ରକ୍ତଚାପର ରିଡିଂ ବୃଦ୍ଧି ହେଉଥିବା ଚେକିଂ କରାଯାଇପାରିବ । ରକ୍ତଚାପ ବୃଦ୍ଧି ସ୍ଥିତିରେ ଆକ୍ରାନ୍ତ କିଛି ସମସ୍ୟା ଅନୁଭବ କରିପାରନ୍ତି । ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ । ଯେମିତିକି ଅଧିକ ଝାଳ ବାହାରିବା, ଦୁଶ୍ଚିନ୍ତା ବୃଦ୍ଧି, ଅସହାୟ ଅନୁଭବ, ଅନିନ୍ଦ୍ରା, ଚିଡାପଣ ବୃଦ୍ଧି ସହ ମୁଣ୍ଡ ଘୁରାଇବା ପରି ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥାଏ ।

ଦୀର୍ଘଦିନ ଧିରି ଉଚ୍ଚ ରକ୍ତଚାପ ଯୋଗୁ ଏଥେରୋସ୍କେଲେରୋସିସ ଜଟିଳତା ବଢଯାଇଥାଏ । ଏହା ରକ୍ତ ବାହିକା ଅନ୍ତଭାଗରେ ବ୍ଲକ ବନାଇବା ଯୋଗୁଁ ଧମନୀର ସଂକୀର୍ଣ୍ଣତା ବୃଦ୍ଧି ପାଇଥାଏ ।

ଉଚ୍ଚ ରକ୍ତଚାପର ନିୟନ୍ତ୍ରଣ ଓ ନିରାକରଣ

ହାଇ ବ୍ଲଡ ପ୍ରେସର ଏକ ଜୀବନ ବ୍ୟାପୀ ଲାଗି ରହୁଥିବା ସମସ୍ୟା । ଏହାର ନିରାକରଣ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ଏହାର ନିୟନ୍ତ୍ରଣ ଉପରେ ଧ୍ୟାନ ଦେବା ଆବଶ୍ୟକ । ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ । ଯେଉଁ ବ୍ୟକ୍ତିମାନଙ୍କ ଉଚ୍ଚ ରକ୍ତଚାପ ସାମାନ୍ୟ ଉପାୟରେ ନିୟନ୍ତ୍ରଣ ହୋଇପାରୁନାହିଁ, ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ: ଜ୍ଞାନବାପି ସର୍ଭେ: ବିଚାରପତିଙ୍କ ଉପରେ ରାଗିଗଲେ ମୁନାୱର; କହିଲେ ଅପଶବ୍ଦ

ଏହା ବି ପଢ଼ନ୍ତୁ: ମମତାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା; ପୁତୁରା ଅଭିଷେକ ଓ ତାଙ୍କ ପତ୍ନୀଙ୍କୁ ନେଇ ଏହି ବଡ଼ ରାୟ ଦେଲେ କୋର୍ଟ