1. Vikram As seen by Pragyan- ବିକ୍ରମ ଲ୍ୟାଣ୍ଡରର ଫଟୋ ପଠାଇଲା ପ୍ରଜ୍ଞାନ: ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିବା ବିକ୍ରମ ଲ୍ୟାଣ୍ଡର ଦେଖିବାକୁ କେମିତି? ଏହି ଉତ୍ସୁକତାକୁ ଆଜି ଜବାବ ଦେଇଛି ରୋଭର ପ୍ରଜ୍ଞାନ। ନିଜ ଦେହରେ ଲାଗିଥିବା ନାଭ୍ କ୍ୟାମ (NavCam) ଦ୍ୱାରା ପ୍ରଜ୍ଞାନ ଏକ ସୁନ୍ଦର ଚିତ୍ର ଉେତ୍ତାଳନ କରି ପଠାଇଛି। ଇସ୍ରୋ ବୈଜ୍ଞାନିକମାନେ ଏହାକୁ ସେଶାଲ୍ ମିଡିଆାରେ ଶେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି। Chandrayaan-3 ଲାଗି ଏହି ସ୍ୱତନ୍ତ୍ର ନାଭିଗେସନ୍ କ୍ୟାମେରାକୁ ବିକଶିତ କରାଯାଇଛି।
2. Trouble for Ollywood singer Sourin Bhatt: ବଢ଼ିଲା ସୌରୀନ୍ଙ୍କ ଅଡ଼ୁଆ: ସେଲିବ୍ରିଟି ଯୌନ ନିର୍ଯାତନା ମାମଲାରେ ଗାୟକ ସୌରିନ ଭଟ୍ଟଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଖଣ୍ଡପୀଠ ଆଜି ଏ ମାମଲାର ଶୁଣାଣି କରି ଶ୍ରୀ ଭଟ୍ଟଙ୍କ ଆବେଦନ ଖାରଜ କରିବା ସହ ଏହି ମାମଲାର ତଦନ୍ତ ଲାଗି ଶ୍ରୀ ଭଟ୍ଟଙ୍କ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି। ଏହାଦ୍ୱାରା ଭଟ୍ଟଙ୍କ ଅଡ଼ୁଆ ବଢ଼ିଛି। ମାମଲାର ଗମ୍ଭୀରତା, ପ୍ରମାଣ, ତତ୍ୟ ଆଧାରରେ କୋର୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। କଟକ ଜଗତପୁରରେ ରହୁଥିବା ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ସୌରୀନଙ୍କ ନାଁରେ ରହିଛି।
3. CCTV footage of commercial places to be linked to Police control room in Bhubaneswar: ପୁଲିସ ନଜରକୁ ଯିବା ଭୁବନେଶ୍ୱରର ଦୋକାନ,ବଜାରର ସିସିଟିଭି ଫୁଟେଜ୍: ଭୁବନେଶ୍ୱରରେ ସିସିଟିଭି ସର୍ଭିଲାନ୍ସକୁ ବୃଦ୍ଧି କରିବ କମିଶନରେଟ୍ ପୁଲିସ। ସହରରେ ଥିବା ଦୋକାନ, ବଜାର, ଶପିଂମଲ ପ୍ରଭୃତିକୁ ସିଧାସଳଖ କମିଶନରୋଟ୍ ପୁଲିସର ହଷଟା ସେଣ୍ଟର ସହ ଯୋଡ଼ାଯିବ। ଏହାଦ୍ୱାରା ଅପରାଧ ନିୟନ୍ତ୍ରଣ ତଥା ଅପୀରାଧୀକୁ ଧରିବା ସହଜ ହୋଇପାରିବ ବୋଲି ପୁଲିସ ବିଭାଗ ଚିନ୍ତା କରିଛି। ଏଥିନେଇ ଏକ ସ୍ୱତନ୍ତ୍ର ମିଶନ ଆରମ୍ଭ ହେବ, ଯାହାର ନାଁ ରହିଛି, ‘ସହଭାଗୀତା’
4. Train services to be normalized in Bhubaneswar Tomorrow: ଆସନ୍ତା କାଲିଠୁ ଟ୍ରନ୍ ଚଳାଚଳ ହେବ ସ୍ୱଭାବିକ: ଭୁବନେଶ୍ବର- ମଞ୍ଜେଶ୍ବର ଷ୍ଟେସନ (Bhubaneswar Mancheswar railway station) ମଧ୍ୟରେ ତୃତୀୟ ରେଳ ଲାଇନ୍ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ରେଳ ଲାଇନରେ ଟ୍ରାକ୍ ବିଛା ଶେଷ ହୋଇଥିବା ବେଳେ ସିଗନାଲ୍ ସିଷ୍ଟମକୁ ପୁନଃ ବ୍ୟବସ୍ଥିତ କରାଯାଇଛି । ତେବେ ଆସନ୍ତକାଲି ଅର୍ଥାତ୍ ଗୁରୁବାର ଦିନଠାରୁ ଭୁବନେଶ୍ବରରେ (Bhubaneswar) ସ୍ବାଭାବିକ ହେବ ଟ୍ରେନ (Train) ଚଳାଚଳ । ତୃତୀୟ ଲାଇନ୍ ବିଛାଯିବା ପ୍ରକ୍ରିୟା ଚାଲିଥିବାରୁ ଦୀର୍ଘଦିନ ହେଲା ଯାତ୍ରୀ ହେଉଥିଲେ ହନ୍ତସନ୍ତ।
5. Sabitri Bai Phule Award to Jyotsnarani: ଜ୍ୟୋତ୍ସ୍ନାଙ୍କୁ ମିଳିବ ସାବିତ୍ରୀ ବାଇ ଫୁଲେ ସମ୍ମାନ: ଓଡ଼ିଶାର ଜ୍ୟୋତ୍ସ୍ନାରାଣୀ ଭୋଇଙ୍କୁ ମିଳିବାକୁ ଯାଉଛି ପ୍ରଥମ ସାବିତ୍ରୀବାଇ ଫୁଲେ ସମ୍ମାନ। ଜ୍ୟୋତ୍ସ୍ନାରାଣୀ ଭୋଇ ବର୍ତ୍ତମାନ ବାଲିପଟା ଅପର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୧୪ ନଭେମ୍ବର ଶିଶୁ ଦିବସ ଅବସରରେ ଜ୍ୟୋତ୍ସ୍ନାରାଣୀ ଭୋଇ ତାଙ୍କ ବିଦ୍ୟାଳୟର ପିଲାଙ୍କ ପରି ବସ୍ତ୍ର ପରିଧାନ କରିଥିଲେ ଏବଂ ଏହି ଦିନଟି ପିଲାମାନଙ୍କ ସହିତ ଏକ ପର୍ବ ପରି ପାଳନ କରିଥିଲେ। ଏପରିକି ସ୍କୁଲ ପିଲାଙ୍କ ସହିତ ନୃତ୍ୟ କରୁଥିବାର ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା।
6. . OAS Prelim in Oct 15 ଅକ୍ଟୋବର ୧୫ରେ ଓଏଏସ୍ ପ୍ରିଲିମ୍: ଓପିଏସ୍ସିା ପକ୍ଷରୁ ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୨ର ତାରିଖ ଘୋଷଣା କରାଯାଇଛି। ଏହି ଅନୁସାରେ ଅକ୍ଟୋବର ୧୫ ତାରିଖରେ ପ୍ରଥମିକ ପରୀକ୍ଷା ବା ପ୍ରିଲିମ୍ ଅନୁଷ୍ଠିତ ହେବ। ଏହାର ସବିଶେଷ ବିବରଣୀ ଓପିଏସ୍ସିା ଓ୍ବେବ୍ ସାଇଟ୍ରେତ ପ୍ରକାଶ ପାଇବ।
7. Now BSKY For All: ସମସ୍ତଙ୍କ ପାଇଁ ବିଏସ୍କେଓ୍ୱାଇ: ଏଣିକି ରାଜ୍ୟର ପ୍ରତିଟି ବୟସ ବର୍ଗ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ରାଜ୍ୟ ସରକାରଙ୍କ ପ୍ରାେୟାଜିତ ବୀମା ଯୋଜନାକୁ ସରକାର ଆହୁରି ଉନ୍ମୁକ୍ତ କରିଛନ୍ତି। ଏଣିକି ୫ ବର୍ଷରୁ ୧୮ ବର୍ଷର ବିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ୍ କରାଯାଇଛି। ଏହାଦ୍ୱାରା ପରିବାରର ପ୍ରତ୍ୟେକ ବ୍ୟକ୍ତି ଏହି ଯୋଜନାରେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ଯାଞ୍ଚ କରିପାରିବେ।
8. Rakhi to be celebrated in Sri Jagannath Temple Tomorrow: ଶ୍ରୀମନ୍ଦିରରେ ଆସନ୍ତା କାଲି ରକ୍ଷାବନ୍ଧନ: ରକ୍ଷା ବନ୍ଧନକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଆସନ୍ତା କାଲି ଶ୍ରୀମନ୍ଦିରେ ରକ୍ଷାବନ୍ଧନ ପାଳନ କରାଯିବ। କିନ୍ତୁ କେତେକ ଦେବାଳୟରେ ଆଜି ଦିନ ୧୧ଟା ପରେ ରକ୍ଷାବନ୍ଧନ ପାଳନ କରାଯାଉଛି। ପଣ୍ଡିତଙ୍କ ଗଣନା ଅନୁସାରା ରକ୍ଷାବନ୍ଧନର ଶୁଭବେଳା ନିର୍ଘଣ୍ଟ କରାଯାଇଛି। ୩୧ ତାରିଖ ସକାଳ ୮ଟା ଯାଏ ପୂର୍ଣମୀ ରହୁଛି। ଏହି ଲଗ୍ନ ଆଜି ଦିନ ୧୧ଟାରୁ ଆରମ୍ଭ ହୋଇଛି।
9. Modi celebrates Rakhi with Children, Naveen keeps away: ମୋଦୀ ପାଳିଲେ, ନବୀନ ନୁହେଁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରକ୍ଷାବନ୍ଧନ ପର୍ବ ପାଳନ କରିଛନ୍ତି। ସ୍କୁଲ୍ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ସରକାରୀ କାର୍ଯ୍ୟ ବ୍ୟସ୍ତତା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରକ୍ଷାବନ୍ଧନ ପାଳନ କରିନାହାନ୍ତି।
10. Not Schemes but Governance Model ସ୍କିମ୍ ନୁହେଁ ଶାସନ ମଡେଲ: ନିର୍ବାଚନ ସମୟରେ କର୍ଣ୍ଣାଟକଠାରେ କଂଗ୍ରେସ ଦେଇଥିବା ୫ ପ୍ରତିଶୃତି କେବଳ ଯୋଜନା ନୁହେଁ ବରଂ ଶାସନର ମଡେଲ୍ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।