ଓଟିଟିରେ ରିଲିଜ ହେବ KGF-2
Advertisement

ଓଟିଟିରେ ରିଲିଜ ହେବ KGF-2

ବଡ଼ ପରଦାରେ ଧମାଲ କରୁଛି କେଜିଏଫ ଚାପ୍ଟର ୨। ସିନେମା ଘରେ ଦର୍ଶକଙ୍କ ଖଚାଖଚ ଭିଡ଼ ।ଖୁବଶୀଘ୍ର ଓଟିଟିରେ ଦେଖାଇବ ଜଲୱା । ଜାଣନ୍ତୁ କେଉଁ ତାରିଖରେ ଏବଂ କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ

ଓଟିଟିରେ ରିଲିଜ ହେବ KGF-2

ନୂଆଦିଲ୍ଲୀ: ସାରା ବିଶ୍ୱର ସିନେମା ହଲରେ ସୁନାମୀ ଆଣିଥିବା ୟଶ୍ ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ ଚାପ୍ଟର ୨ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓ  କେଜିଏଫ୍ ଚାପ୍ଚର ୨ର ଡିଜିଟାଲ ଷ୍ଟ୍ରିମିଂ ରାଇଟ୍ସ କିଣିସାରିଛି  । ବ୍ଲକବଷ୍ଟର ଫିଲ୍ମ କେଜିଏଫ୍ -୨ ଡିଜିଟାଲରେ ହିନ୍ଦୀ, କନ୍ନଡ, ତେଲୁଗୁ , ତାମିଲ ଏବଂ ମଲୟାଲମ ଭାଷାରେ ଉପଲବ୍ଧ ହେବ । 

ଓଟିଟିରେ କେଉଁ ତାରିଖରେ ରିଲିଜ ହେବ ଫିଲ୍ମ ?

ୟଶଙ୍କ ବ୍ଲକବଷ୍ଟର ଫିଲ୍ମ  ଓଟିଟି ପ୍ଲାଟଫର୍ମରେ ମେ ୨୭ରେ ରିଲିଜ ହେବ ବୋଲି ଜଣାପଡ଼ିଛି ।ପ୍ରଶାନ୍ଥ ନୀଲ (Prasanth Neel) ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ହିଁ ରେକର୍ଡ ସୃଷ୍ଟି କରିଛି । ଖୁବ ଶୀଘ୍ର ଏହି ଫିଲ୍ମ ହଜାର କୋଟି କ୍ଲବରେ ସାମିଲ ହେବ । ଏହି ଫିଲ୍ମର ହିନ୍ଦୀ ଭର୍ସନକୁ ମିଳୁଛି ଜବରଦସ୍ତ ରେସପନ୍ସ ।ଏହି ଫିଲ୍ମ ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ କେଜିଏଫ ଚାପ୍ଟର ୧ର ସିକ୍ୱେଲ ଫିଲ୍ମ ।  ଏହି ଫିଲ୍ମ ୧୦୦ କୋଟି ବଜେଟରେ ତିଆରି ହୋଇଥିବା ଜଣାପଡ଼ିଛି  । ହେଲେ ବକ୍ସ ଅଫିସରେ ଏହି ଫିଲ୍ମ ରିଲିଜର ପ୍ରଥମ ଦିନରୁ ହିଁ ସୁନାମୀ ଆଣିଛି ।

Also Read: ପାଞ୍ଚ ବର୍ଷ ମୌନବ୍ରତ ପାଳିଥିଲେ ଶାହରୁଖ-ସଲମାନ!

ଏହି ଫିଲ୍ମ ପୂର୍ବରୁ ଗତବର୍ଷ ଅକ୍ଟୋବର ମାସ ଦଶହରା ରେ ରିଲିଜ ହେବାର ଥିଲା । ହେଲେ କୋଭିଡ୍ ମହାମାରୀ ପାଇଁ ଏହାର ରିଲିଜ ଡେଟ୍ ରେ ପରିବର୍ତ୍ତନ କରାଯାଇଥିଲା ।କେଜିଏଫ ଚାପ୍ଟର ୨ ଦେଖି ସାରିବା ପରେ ଏବେ ଦର୍ଶକ କେଜିଏଫ୍ ଚାପ୍ଟର ୩ ଅପେକ୍ଷାରେ ରହିଛନ୍ତି ।କେଜିଏଫ ଚାପ୍ଟର ୱାନ ଆମାଜନ ପ୍ରାଇମ ଭିଡିଓ ସହ ୟୁଟ୍ୟୁବରେ ଫ୍ରିରେ ଉପଲବ୍ଧ ରହିଛି । ଏହି ଆକ୍ସନ ଥ୍ରୀଲର ମୁଭିକୁ  ସବୁ ବର୍ଗର ଦର୍ଶକ ପସନ୍ଦ କରିଛନ୍ତି । ୧୪ ଏପ୍ରିଲରେ ରିଲିଜ ହୋଇଥିବା ପ୍ରଶାନ୍ଥ ନୀଲଙ୍କ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି । ଦେଶବିଦେଶରେ ଏହି ଫିଲ୍ମ ଢେରସାରା ସଫଳତା ହାସଲ କରିବା ସହ ଦର୍ଶକଙ୍କ ମନ ଜିଣିଛି । ଏହି ଫିଲ୍ମରେ ୟଶ (Yash) ଙ୍କ ସହିତ ରବିନା ଟଣ୍ଡନ  (Raveena Tondon) , ସଞ୍ଜୟ ଦତ୍ତ (Sanjay Dutt) , ପ୍ରକାଶ ରାଜ (Prakash Raj)  ଏବଂ ଶ୍ରୀନିଧି ସେଟ୍ଟୀ (Shrindhi Shetty )ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଛନ୍ତି।