Veteran Actress Jaya Bachchan: କାହିଁକି ଫିଲ୍ମଠାରୁ ନିଜକୁ ଦୂରେଇ ରଖିଥିଲେ Jaya
Advertisement

Veteran Actress Jaya Bachchan: କାହିଁକି ଫିଲ୍ମଠାରୁ ନିଜକୁ ଦୂରେଇ ରଖିଥିଲେ Jaya

Actress Jaya Bachchan News: ଏହି ବିରତି ବିଷୟରେ ଜୟା ବଚ୍ଚନ କହିଛନ୍ତି, 'ମୋର ମନେ ଅଛି ଯେତେବେଳେ ମୁଁ କାମ ବନ୍ଦ କରିଥିଲି ଏବଂ ସମସ୍ତେ କହିଥିଲେ, ଓହଃ ସେ ନିଜ ବିବାହ ଏବଂ ପିଲାମାନଙ୍କ ପାଇଁ ନିଜ କ୍ୟାରିୟରକୁ ବଳିଦାନ ଦେଇଛନ୍ତି। ହେଲେ ନୁହେଁ, ମୁଁ ଜଣେ ମା ଏବଂ ପତ୍ନୀ ହୋଇ ବହୁତ ଖୁସି ଥିଲି ।

Veteran Actress Jaya Bachchan: କାହିଁକି ଫିଲ୍ମଠାରୁ ନିଜକୁ ଦୂରେଇ ରଖିଥିଲେ Jaya

Jaya Bachchan: ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତ୍ରୀ ଜୟା ବଚ୍ଚନ ଏବେ କିଛିଦିନ ହେବ ହେଡଲାଇନରେ ରହିଛନ୍ତି। ସେ ଏଥର ତାଙ୍କ ବୃତ୍ତିଗତ ଜୀବନ ବିଷୟରେ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାର ଶିରୋନାମାରେ ରହିଛନ୍ତି । ନାତୁଣୀ ନାବ୍ୟା ନାଭେଲି ନନ୍ଦାଙ୍କ ପୋଡକାଷ୍ଟରେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି। ନିକଟରେ ଫିନାଲେ ଏପିସୋଡରେ ଅଭିନେତ୍ରୀ ବ୍ୟକ୍ତିଗତ ଜୀବନ ପାଇଁ ବୃତ୍ତିଗତ ଜୀବନରୁ ବିରତି ନେବା ବିଷୟରେ କହିଥିଲେ।  ଏହା ସହିତ ସେ କହିଥିଲେ ଯେ ବ୍ୟକ୍ତିଗତ ଜୀବନ ପାଇଁ ସେ ନିଜ କ୍ୟାରିଅରକୁ ଆଦୌ ବଳିଦାନ ଦେଇ ନାହାଁନ୍ତି।

ଜୟା ବଚ୍ଚନ (Jaya Bachchan) ୧୯୭୧ ମସିହାରେ ଚଳଚ୍ଚିତ୍ର 'ଗୁଡି' ସହିତ ନିଜର ଡେବ୍ୟୁ କରିଥିଲେ। ଏହା ପରେ ସେ 'ମିଲି', 'ଅଭିମାନ' ଏବଂ 'ଚୁପକେ ଚୁପକେ' ଭଳି ଅନେକ ହିଟ୍ ଫିଲ୍ମ ଦେଇଥିଲେ। ୧୯୮୧ ରେ ଆସିଥିବା 'ସିଲସିଲା'ରେ ତାଙ୍କର ବ୍ଲକବଷ୍ଟର ପ୍ରଦର୍ଶନ ପରେ ଏହି ସଫଳ ଅଭିନେତ୍ରୀ ଜଣଙ୍କ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେବା ପାଇଁ ବିରତି ନେଇଥିଲେ । ଏହି ବିରତି ବିଷୟରେ ଜୟା ବଚ୍ଚନ କହିଛନ୍ତି, 'ମୋର ମନେ ଅଛି ଯେତେବେଳେ ମୁଁ କାମ ବନ୍ଦ କରିଥିଲି ଏବଂ ସମସ୍ତେ କହିଥିଲେ, ଓହଃ ସେ ନିଜ ବିବାହ ଏବଂ ପିଲାମାନଙ୍କ ପାଇଁ ନିଜ କ୍ୟାରିୟରକୁ ବଳିଦାନ (Carrer Sacrifice) ଦେଇଛନ୍ତି। ହେଲେ ନୁହେଁ, ମୁଁ ଜଣେ ମା ଏବଂ ପତ୍ନୀ ହୋଇ ବହୁତ ଖୁସି ଥିଲି । ମୁଁ ସେହି ଭୂମିକାକୁ ଉପଭୋଗ କଲି, ଯାହା ମୁଁ କରିବାକୁ ଯାଉଥିଲି ତା’ଠାରୁ ସମାନ ଜିନିଷର ପୁନରାବୃତ୍ତି ହୋଇଥିଲା। ତେବେ ଏହାକୁ ବଳିଦାନ ବା ତ୍ୟାଗ ବୋଲି କହିପାରିବା ନାହିଁ। 

Also Read: Vikram Gokhle Death: ଆରପାରିରେ ଭେଟେରାନ ଅଭିନେତା ବିକ୍ରମ ଗୋଖଲେ

ଏପିସୋଡ୍ ସମୟରେ, ଯେତେବେଳେ ନବ୍ୟା ନଭେଲି ନନ୍ଦା ମହିଳାମାନେ ନିଜ ପରିବାର ପାଇଁ ବଳିଦାନ ଦେଉଛନ୍ତି ବୋଲି କହିଥିଲେ, ତେବେ ଜୟା ବଚ୍ଚନ ଏନେଇ ଆପତ୍ତି ଜଣାଇଥିଲେ । ଭେଟେରାନ ଅଭିନେତ୍ରୀ (Veteran Actress Jaya) କହିଛନ୍ତି, "ମୁଁ ଭାବୁନାହିଁ ଯେ ବଳିଦାନ ହେଉଛି ସଠିକ୍ ଶବ୍ଦ ଯାହା ମୁଁ ବ୍ୟବହାର କରିବି। ମୁଁ କହିବି ତୁମେ ଅନ୍ୟର ଆବଶ୍ୟକତା, ଭାବନା ଏବଂ ଚିନ୍ତାଧାରାକୁ ନିଜ ଆଗରେ ରଖୁଛ। ତାହା ବଳିଦାନ ନୁହେଁ। ତୁମେ ଜାଣ ଯେ ତୁମେ ଜଣେ ଶିକ୍ଷିତ ବ୍ୟକ୍ତି। ତୁମେ ଜଣେ ସ୍ମାର୍ଟ ମହିଳା ତେବେ, ତୁମେ ବଳିଦାନ କାହିଁକି ବୋଲି କହିବ?

Also Read: Kangana Ranaut: ଦୁଇ ବର୍ଷ ପୂର୍ବେ, ନିଜର ମୃତ୍ୟୁକୁ ଦେଖି ସାରିଥିଲେ ଶ୍ରଦ୍ଧା

ଏଠାରେ କହିରଖୁଛୁ ଯେ, ଜୟା ବଚ୍ଚନ ୨୦୦୦ ମସିହାରେ ଫିଲ୍ମ 'ଫିଜା' ସହିତ ବଲିଉଡକୁ (Bollywood) ବ୍ୟାକ୍ କରିଥିଲେ ଏବଂ ଏହା ପରେ ସେ'କବି ଖୁସି କବି ଗମ୍' ଏବଂ 'କଲ ହୋ ନା ହୋ'ରେ ଅଭିନୟ କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଆଲିଆ ଭଟ୍ଟ ରଣଭୀର ସିଂଙ୍କ ଫିଲ୍ମ 'ରକି ଅର ରାନୀ କି ପ୍ରେମ କାହାନି' ପାଇଁ ସୁଟିଂ କରୁଛନ୍ତି।