Urvashi Rautela Viral Video: ଋଷଭ ପନ୍ତଙ୍କୁ ହାତ ଯୋଡ଼ି ଭୁଲ ମାଗିଲେ ଉର୍ବଶୀ ରୌତେଲା
Advertisement

Urvashi Rautela Viral Video: ଋଷଭ ପନ୍ତଙ୍କୁ ହାତ ଯୋଡ଼ି ଭୁଲ ମାଗିଲେ ଉର୍ବଶୀ ରୌତେଲା

Urvashi Rautela Viral Video: ନିକଟ ଅତୀତରେ ଉର୍ବଶୀ ରୌତେଲା ଏକ ସାକ୍ଷାତକାରରେ ଋଷଭ ପନ୍ତଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଓ କହିଥିଲେ ଯେ ସେ ତାଙ୍କୁ ଏକ ହୋଟେଲର ଲବିରେ ପ୍ରାୟ ୧୦ ଘଣ୍ଟା ଅପେକ୍ଷା କରିଥିଲେ । ଏହାପରେ ଦୁଇଜଣଙ୍କର ମଧ୍ୟ ବିବାଦ ଆରମ୍ଭ ହୋଇଥିଲା ।

ସୌ: ସୋସିଆଲ ମିଡିଆ

Urvashi Rautela Viral Video: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) ଓ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ (Rishabh Pant) ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବର୍ତ୍ତମାନ ଶେଷ ହେବାକୁ ଯାଉଛି? ଏହା ଆମେ କହୁନାହୁଁ । ବର୍ତ୍ତମାନ ଏପରି ଏକ ଘଟଣା ଘଟିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଉଭୟଙ୍କ ଫ୍ୟାନ୍ସ ଚର୍ଚ୍ଚା କରୁଛନ୍ତି । ବାସ୍ତବରେ ଆଜି ଉର୍ବଶୀ ରୌତେଲା ହାତ ଯୋଡି କ୍ରିକେଟର ଋଷଭ ପନ୍ତଙ୍କୁ କ୍ଷମା ମାଗିଛନ୍ତି । 'ହଁ' ଆଜ୍ଞା, ଏହି ସମୟରେ ଉର୍ବଶୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ (Social media)ଜୋରଦାର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉର୍ବଶୀ ଋଷଭ ପନ୍ତଙ୍କୁ ହାତଯୋଡ଼ି 'Sorry' କହୁଥିବାର ନଜର ଆସୁଛନ୍ତି ।

ଏଥି ସହିତ, ଉର୍ବଶୀ କ୍ଷମା ମାଗିବାର ଭିଡିଓ ଉପରେ ୟୁଜର୍ସ କ୍ରମାଗତ କମେଣ୍ଟ ଦେଉଛନ୍ତି । ଜଣେ ୟୁଜର୍ ସୋସିଆଲ ମିଡ଼ିଆ ଉପରେ କମେଣ୍ଟ ଦେଇ ଲେଖିଛନ୍ତି, 'ଗୋଲମାଲ ହେi ଭାଇ ସବ ଗଲମାଲ ହେi' । ଏହି ସମୟରେ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଆ ଗୟୀ ଲାଇନ ପାର' । ଉର୍ବଶୀଙ୍କ ଏହି ଭିଡିଓ ଦେଖିବା ପରେ ଋଷଭଙ୍କ ପ୍ରତିକ୍ରିୟା କ’ଣ ହେବ, ବର୍ତ୍ତମାନ ସମସ୍ତଙ୍କ ଆଖି ଏହା ଉପରେ ରହିଛି, କାରଣ ଏପର୍ଯ୍ୟନ୍ତ ଋଷଭଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ ।

କହିରଖୁଛୁ ଯେ ଉର୍ବଶୀ ରୌତେଲା ନିକଟ ଅତୀତରେ ଏକ ସାକ୍ଷାତକାରରେ ଋଷଭ ପନ୍ତଙ୍କ ବିଷୟରେ ଇସାରା ଇସାରାରେ ଉଲ୍ଲେଖ କରିଥିଲେ ଓ କହିଥିଲେ ଯେ ସେ ଏକ ହୋଟେଲର ଲବିରେ ତାଙ୍କୁ ପ୍ରାୟ ୧୦ ଘଣ୍ଟା ଅପେକ୍ଷା କରିଥିଲେ । ଏହା ପରେ ଋଷଭ ପନ୍ତ ଉର୍ବଶୀଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରି ଶସ୍ତା ପ୍ରଚାର କରୁଥିବା ଅଭିଯୋଗ କରିଥିଲେ ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବଲିଉଡ ପରେ ବର୍ତ୍ତମାନ ଉର୍ବଶୀ ସାଉଥ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ନିଜର ଆଗାମୀ ଫିଲ୍ମ 'ଦି ଲେଜେଣ୍ଡ'ର ନଜର ଆଶିଆବେ । ଏହି ଫିଲ୍ମରେ ସେ ଅଭିନେତା ସରବାନନ ଅରୁଲ ଓରଫ ଭେଟେରାନ ସରବାନନଙ୍କ ସହ ନଜର ଆସିବେ । କହିରଖୁଛୁ ଯେ ଉର୍ବଶୀ ସରବାନନଙ୍କ ଠାରୁ ୨୪ ବର୍ଷ ସାନ । ଏଥି ସହିତ ୫୨ ବର୍ଷ ବୟସରେ ଅଭିନେତା ସହ ସେ ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ସେ ନିଜର ପ୍ରଥମ ସାଉଥ ଫିଲ୍ମକୁ ନେଇ ହେଡଲାଇନରେ ଅଛନ୍ତି ।

ଯଦି ଆମେ ଋଷଭ ଋଷଭ ପନ୍ତଙ୍କ ବିଷୟରେ କହିବା ତେବେ ସେ ନିକଟରେ ଏସିଆ କପରେ ଭାରତୀୟ କ୍ରିକେଟ ଦଳର ଅଂଶ ଥିଲେ ଓ ତାଙ୍କର ଖରାପ ଫର୍ମ ଯୋଗୁଁ ତାଙ୍କୁ ଦଳରୁ ବାହାର କରିବାକୁ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଜାତୀୟ ଚୟନ କମିଟି ତାଙ୍କୁ ଟି-୨୦ ବିଶ୍ୱକପ ୨୦୨୨ ର ଟିମ୍ ଇଣ୍ଡିଆର ୧୫ ଜଣିଆ ଦଳରେ ସ୍ଥାନ ଦେଇଛି । ଯାହା ଫଳରେ ପନ୍ତଙ୍କୁ ଆଗାମୀ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତ ତରଫରୁ ଖେଳୁଥିବାର ଦେଖିବାକୁ ମିଳିବ ।

ଏହା ବି ପଢ଼ନ୍ତୁ: Sunny Leone: ସୋସିଆଲ ମଡିଆରେ ନିଆଁ ଲଗାଇଲା ସନ୍ନିଙ୍କ ବୋଲ୍ଡ ଫଟୋ, ଫ୍ୟାନ୍ସ ହେଲେ ତାଜୁବ