ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବି…ଡାର୍ଲିଙ୍ଗ୍
Advertisement

ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବି…ଡାର୍ଲିଙ୍ଗ୍

Urvashi Rautela: କଥିତ ଭାବେ ଋଷଭ ପନ୍ତ ଓ ଉର୍ବଶୀ ରୌତେଲା କିଛି ବର୍ଷ ପୂର୍ବେ ଡେଟିଂ କରୁଥିଲେ । ଅନେକ ଥର ସେମାନଙ୍କୁ ନିଜ କ୍ୟାମେରାରେ 'ପାପାରାତ୍ସୀ' କଏଦ କରିଥିଲା । ନିଜର କଥିତ ସମ୍ୱନ୍ଧକୁ ନେଇ ଇଣ୍ଟରନେଟରେ ଚାଲୁଥିବା କାହାଣୀ ଉପରେ ସ୍ପଷ୍ଟୀକରଣ ପ୍ରଦାନ କରି ଉର୍ବଶୀ ଖୁଲାସା କରିଛନ୍ତି ଯେ...

ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବି…ଡାର୍ଲିଙ୍ଗ୍

ମୁମ୍ୱାଇ: Urvashi Rautela: ଏପରି ଲାଗୁଛି ଯେ ପୂର୍ବତନ ଯୋଡ଼ି ଭାରତୀୟ କ୍ରିକେଟର ଋଷଭ ପନ୍ତ (Rishabh Pant) ଓ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) ଙ୍କ ମଧ୍ୟରେ ସୋସିଆଲ ମିଡିଆ ଯୁଦ୍ଧ ଆରମ୍ଭ ହୋଇସାରିଛି । ଅଭିନେତ୍ରୀ ଉର୍ବଶୀ ସାକ୍ଷାତକାର ଦେବା ପରେ ଭାରତୀୟ ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ପନ୍ତ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଥିଲେ । ସେହି ଷ୍ଟୋରୀରେ ଋଷଭ ପନ୍ତ ଜଣେ ଯୁବତୀଙ୍କୁ ତାଙ୍କୁ ଏକୁଟିଆ ଛାଡିବାକୁ କହିଥିଲେ । ଅବଶ୍ୟ, ଋଷଭ ପନ୍ତ କିଛି ମିନିଟ୍ ପରେ ତାଙ୍କ ଷ୍ଟୋରୀକୁ ଡିଲିଟ କରିଦେଇଥିଲେ । ବର୍ତ୍ତମାନ ଉର୍ବଶୀଙ୍କ କଡ଼ା ପ୍ରତିକ୍ରିୟା ଆସିଛି ।

କଥିତ ଭାବେ ଋଷଭ ପନ୍ତ ଓ ଉର୍ବଶୀ ରୌତେଲା କିଛି ବର୍ଷ ପୂର୍ବେ ଡେଟିଂ କରୁଥିଲେ । ଅନେକ ଥର ସେମାନଙ୍କୁ ନିଜ କ୍ୟାମେରାରେ 'ପାପାରାତ୍ସୀ' କଏଦ କରିଥିଲା । ନିଜର କଥିତ ସମ୍ୱନ୍ଧକୁ ନେଇ ଇଣ୍ଟରନେଟରେ ଚାଲୁଥିବା କାହାଣୀ ଉପରେ ସ୍ପଷ୍ଟୀକରଣ ପ୍ରଦାନ କରି ଉର୍ବଶୀ ଖୁଲାସା କରିଛନ୍ତି ଯେ, ସେ ମୁମ୍ବାଇରେ ମିଷ୍ଟର 'ଆରପି'ଙ୍କ ସହ ସାକ୍ଷାତ କରିଥିଲେ । ଯଦିଓ ଉର୍ବଶୀ ସେହି ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି, ସୋସିଆଲ ମିଡିଆରେ ଲୋକମାନେ ଅନୁମାନ କରିଛନ୍ତି ଯେ ସେ ନିଶ୍ଚିତ ଭାବରେ ଋଷଭ ପନ୍ତଙ୍କ ବିଷୟରେ କହୁଛନ୍ତି ।

ଉର୍ବଶୀଙ୍କ ସାକ୍ଷାତକାରରେ ଦେଇଥିବା ମନ୍ତବ୍ୟ ପରେ ପ୍ରତିକ୍ରିୟା ଭାବରେ ଋଷଭ ପନ୍ତ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, 'ଟିକେ ଲୋକପ୍ରିୟତା ଓ ଲାଇମଲାଇଟ୍ ପାଇବା ପାଇଁ ଲୋକମାନେ କିପରି ସାକ୍ଷାତକାରରେ ମିଛ କୁହନ୍ତି ତାହା ବିଚିତ୍ର ଅଟେ । ଦୁଃଖର ବିଷୟ ଯେ କିପରି କିଛି ଲୋକ ଖ୍ୟାତି ଓ ନାମ ପାଇଁ ଏତେ ତୃଷାର୍ତ୍ତ ହୋଇଥାଏ । ଭଗବାନ ସେମାନଙ୍କ ଭଲ କରନ୍ତୁ ।' #merapichachorhoBehen #jhutkibhilimithotihai

ଉର୍ବଶୀ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଏହି ସୋସିଆଲ ମିଡିଆ ୱାରକୁ ଆଗକୁ ବଢ଼ାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଛୋଟୁ ଭୈୟା (ଛୋଟ ଭାଇ) ଙ୍କୁ ବ୍ୟାଟ୍ ବଲ୍ ଖେଳିବା ଉଚିତ୍ । ମୁଁ କୌଣସି ମୁନ୍ନି ନୁହଁ ଯିଏ ବଦନାମ୍ ହେବି ତମ ପାଇଁ ୟଙ୍ଗ୍ କିଡ୍ଡୋ ଡାର୍ଲିଙ୍ଗ୍ ।' #रक्षाबंधन मुबारक हो #RPChotuBhaiyya #Cougarhunter #donttakeadvantageofasilentgirl

ଏହା ବି ପଢ଼ନ୍ତୁ:-ସର୍ଭେ: ବିହାରରେ ସରକାର ପରିବର୍ତ୍ତନ ଯୋଗୁ ବିଜେପିକୁ ଝଟକା ତ କଂଗ୍ରେସକୁ ଲାଭ, ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ଏତିକି ଆସନ

ଏହା ବି ପଢ଼ନ୍ତୁ:-ସର୍ଭେ: ପିଏମ ମୋଦିଙ୍କ ଉତ୍ତରାଧିକାରୀ କିଏ? ବିଜେପିର ଏହି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

ଏହା ବି ପଢ଼ନ୍ତୁ:-ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

ନିକଟ ଅତୀତରେ ଏକ ସାକ୍ଷାତକାରରେ ଉର୍ବଶୀ ରୌତେଲା କହିଥିଲେ ଯେ, "ମୁଁ ବାରାଣାସୀରେ ସୁଟିଂ କରିବା ପରେ ଦିଲ୍ଲୀ ଆସିଥିଲି । ମୋର ଦିଲ୍ଲୀରେ ଏକ ଶୋ’ହେବାର ଥିଲା । ମୁଁ ଦିନସାରା ଶୁଟିଂ କରିଥିଲି । ମିଷ୍ଟର ଆରପି ମୋତେ ଭେଟିବାକୁ ଆସିଥିଲେ । ସେ ଲବିରେ ମୋତେ ଅପେକ୍ଷା କରିଥିଲେ । ଯେତେବେଳେ ମୁଁ ୧୦ ଘଣ୍ଟା ଶୁଟିଂ ପରେ ଫେରି ଆସିଲି, ମୁଁ ଥକି ଯାଇ ଶୋଇ ପଡ଼ିଥିଲି । ମୋତେ ଅନେକ ଥର କଲ୍ ଆସିଛି କିନ୍ତୁ ଜାଣି ପାରି ନଥିଲି । ମୁଁ ଯେତେବେଳେ ଉଠିଲି ଦେଖିଲି ୧୬-୧୭ ମିସ୍ କଲ୍ । ତା’ପରେ ମୁଁ ବହୁତ ଖରାପ ଅନୁଭବ କଲି । ତା’ପରେ ମୁଁ ତାଙ୍କୁ କହିଲି ଯେ ତୁମେ ଯେତେବେଳେ ମୁମ୍ବାଇ ଆସିବ, ସେତେବେଳେ ଆମେ ଭେଟିବା ଏବଂ ସେଠାରେ ଆମେ ସାକ୍ଷାତ କରିଥିଲୁ ।"