Urfi Javed: ଉର୍ଫି ଜାଭେଦ କହିଲେ ତାଙ୍କ ବିୟୁଟି ସିକ୍ରେଟ୍, ଫିଟ୍ ରହିବା ପାଇଁ ପ୍ରତିଦିନ କରୁଛନ୍ତି ଏମିତି କାମ
Advertisement

Urfi Javed: ଉର୍ଫି ଜାଭେଦ କହିଲେ ତାଙ୍କ ବିୟୁଟି ସିକ୍ରେଟ୍, ଫିଟ୍ ରହିବା ପାଇଁ ପ୍ରତିଦିନ କରୁଛନ୍ତି ଏମିତି କାମ

Urfi Javed : ସୋସିଆଲ ମିଡିଆ ସେନସେସନ୍‌ ଉର୍ଫି ଜାଭେଦ । ସେ ନିଜର ଅଭିନୟ ପାଇଁ ନୁହେଁ, ବରଂ ସେ ତାଙ୍କ ଅତରଙ୍ଗୀ ପୋଷା ପାଇଁ ଖୁବ ଚର୍ଚ୍ଚାରେ ରୁହନ୍ତି । ପ୍ରତିଦିନ ନୂଆ ନୂଆ ଫ୍ୟାଶନ ସେନ୍ସ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କ ଠାରୁ ଭିନ୍ନ କରିଥାଏ। କେବେ ଅଖା ଡ୍ରେସ ତ ଆଉ କେତେ କାଚ ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Urfi Javed: ସୋସିଆଲ ମିଡିଆ ସେନସେସନ୍‌ ଉର୍ଫି ଜାଭେଦ । ସେ ନିଜର ଅଭିନୟ ପାଇଁ ନୁହେଁ, ବରଂ ସେ ତାଙ୍କ ଅତରଙ୍ଗୀ ପୋଷା ପାଇଁ ଖୁବ ଚର୍ଚ୍ଚାରେ ରୁହନ୍ତି ।  ପ୍ରତିଦିନ ନୂଆ ନୂଆ ଫ୍ୟାଶନ ସେନ୍ସ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କ ଠାରୁ ଭିନ୍ନ କରିଥାଏ। କେବେ ଅଖା ଡ୍ରେସ ତ ଆଉ କେତେ କାଚ ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦିଅନ୍ତି। ଅଧିକାଂଶ ସମୟରେ ଉର୍ଫି ଅଜବ ପୋଷାକ ପିନ୍ଧି କ୍ୟାମେରା ଆଗକୁ ମଧ୍ୟ ଆସନ୍ତି । ଏଥିପାଇଁ ଅଧିକାଂଶ ଲୋକେ ତାଙ୍କୁ ଟ୍ରୋଲ କରୁଥିବା ବେଳେ ଅନେକ ତାଙ୍କର ଏହି ଅଜିବ ଡ୍ରେସିଂ ସେନ୍ସକୁ ମଧ୍ୟ ପସନ୍ଦ କରନ୍ତି। ତାଙ୍କ ଫ୍ୟାଶନଙ୍କୁ ନେଇ ଯିଏ ପ୍ରଶ୍ନ ଉଠାଏ ସେ ତାଙ୍କୁ କଡା ଜବାବ ମଧ୍ୟ ଦିଅନ୍ତି ।  

ନିଜ ଡାଏଟ୍ ବିଷୟରେ କହିଲେ ଉର୍ଫି ଜାଭେଦ:
ସୋସିଆଲ ମିଡିଆରେ ଉର୍ଫି ନିଜ ଫ୍ୟାଶନର ଜଲଓ୍ବା ଦେଖାଉଥିବା ବେଳେ ସେ  ଇନଷ୍ଟାରେ ନିଜ ବିୟୁଟିର ସିକ୍ରେଟ୍ ଖୋଲିଛନ୍ତି । ସେ ଇନଷ୍ଟାରେ କାକୁଡି ଓ ଟମାଟୋର ଫଟୋ ମଧ୍ୟ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି ଯେ, ' ମୁଁ ପ୍ରତିଦିନ କଞ୍ଚା ଟମାଟୋ ଓ କାକୁଡି ଖାଏ  ଏବଂ ମୁଁ ଏହାକୁ ବହୁତ ପସନ୍ଦ କରେ। ' ତେବେ, ଆପଣମାନେ ବି ଏଥିରୁ ଅନୁମାନ କରି ପାରୁଥିବେ ଉର୍ଫି ନିଜ ଡାଏଟକୁ ନେଇ କେତେ ସଚେତନ ଅଛନ୍ତି।  କେବେଳ ଏତିକି ନୁହେଁ, ସେ ନିଜ ଡାଏଟର ପ୍ଲାନର ଫଟୋ ସେୟାର କରିବା ସହିତ ନିଜର ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ରଶିରେ ନିର୍ମିତ ହୋଇଥିବା ଏକ ଟପ ପିନ୍ଧିଛନ୍ତି । ଯେଉଁଥିରେ ସେ କେବଳ ନିଜର ପ୍ରାଇଭେଟ ପାର୍ଟକୁ ଲୁଚାଇଥିବା ଦେଖିବାକୁ  ମିଳିଛି । ଏହାସହ ସେ ଏଥିରେ ଏକ ମିନି ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି । fallback

 

ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ' ସ୍ପିଲ୍ଚଭିଲା ଏକ୍ସ ୪' (Splitsvilla X4) କୁ ସନି ଲିଓନି ଓ ଅର୍ଜୁନ ବିଜଲାନି ହୋଷ୍ଟ କରୁଛନ୍ତି। ଏହି ରିୟଲିଟି ଶୋ'ରେ ଅଂଶ ଗ୍ରହଣ କରିଛନ୍ତି ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ । ନିକଟେର ପ୍ରସାରିତ ହୋଇଥିବା  ଏହି ଶୋ'ରେ ଉର୍ଫି ଏକ ବ୍ଲାକ କର୍ଲର ପୋଷାକ ପିନ୍ଧି ଥିବା ନଜର ଆସିଥିଲେ। ଏହି ପୋଷାକଟି ଟିକେ ଭିନ୍ନ ଭାବେ ଡିଜାଇନ ହୋଇଥିଲା। ଉର୍ଫି ପିନ୍ଧିଥିବା ଏହି ପୋଷାକରେ ଦୁଇଟି ହଂସ ତାଙ୍କ ଛାତି ଉପରେ ଡିଜାଇନ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ପୋଷାକକୁ ନେଇ ଅଭିନେତ୍ରୀ ସନି ସମାଲୋଚନା କରିଥିଲେ ।  ଏବଂ ସେ କହିଥିଲେ ଯେ,' ଉର୍ଫି ତୁମର ପୋଷାକ ଅତି ଚମକ୍କାର, ଏବଂ ଏହା ଏକ ପ୍ରକାର  ସମୁଦ୍ର କୂଳେ ପିନ୍ଧା ଯାଉଥିବା ପୋଷାକ (ବିକିନି)  ପରି ଦେଖାଯାଉଛି। ମୁଁ ତୁମର ପୋଷାକ ପସନ୍ଦକୁ ଭଲ ପାଏ ଏବଂ ଏହାକୁ ମୁଁ ମଧ୍ୟ ବହୁତ ପସନ୍ଦ କରେ ।' ସେପଟେ, ସନିଙ୍କ ଏଭଳି ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି ଉର୍ଫି। ସେ କହିଛନ୍ତି ଯେ, "ମୁଁ ମୋର ଅନନ୍ୟ ପୋଷାକ ପାଇଁ ମଧ୍ୟ ବେଶ୍ ଜଣାଶୁଣା, ତୁମେ ମୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ, କିନ୍ତୁ ତୁମେ ମୋର ପୋଷାକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ, କାରଣ ଏହା ସର୍ବଦା କାହାର କଳ୍ପନା ବାହାରେ ଥାଏ  ।'