Pathaan: ‘The Kapil Sharma Showରେ ନୁହେଁ, ସିଧା ହଲରେ ଭେଟିବି’
Advertisement

Pathaan: ‘The Kapil Sharma Showରେ ନୁହେଁ, ସିଧା ହଲରେ ଭେଟିବି’

The Kapil Sharma Show Pathaan Promotions Cancelled: ‘ଦ କପିଲ ଶର୍ମା ଶୋ’କୁ ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ଫିଲ୍ମର ପ୍ରମୋସନ ପାଇଁ ଆସିଥାନ୍ତି । ଏହି କମେଡି ଶୋକୁ ଲୋକେ ଅଧିକ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି । ତେବେ ଆପଣ ନିଶ୍ଚୟ ଭାବୁଥିବେ ଯେ,‘ପଠାନ’ ପ୍ରମୋସନ ପାଇଁ ଶାହରୁକ ମଧ୍ୟ ଏହି ଶୋକୁ ଆସିବେ। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । କିନ୍ତୁ ତାଜା ଅପଡେଟ ଅନୁଯାୟୀ ଶାହରୁଖ ‘ପଠାନ’ର ପ୍ରମୋସନ ପାଇଁ  କପିଲ ଶର୍ମା ଶୋକୁ ଆସିବେନି । ‘ଦ କପିଲ ଶର୍ମା ଶୋ’ରେ ଶାହରୁଖ ଖାନ ତାଙ୍କ ଫିଲ୍ମ 'ପଠାନ'ର ପ୍ରମୋସନ କରିବେ ନାହିଁ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

The Kapil Sharma Show Pathaan Promotions Cancelled: ‘ଦ କପିଲ ଶର୍ମା ଶୋ’କୁ ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ଫିଲ୍ମର ପ୍ରମୋସନ ପାଇଁ ଆସିଥାନ୍ତି । ଏହି କମେଡି ଶୋକୁ ଲୋକେ ଅଧିକ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି । ତେବେ ଆପଣ ନିଶ୍ଚୟ ଭାବୁଥିବେ ଯେ,‘ପଠାନ’ ପ୍ରମୋସନ ପାଇଁ ଶାହରୁକ ମଧ୍ୟ ଏହି ଶୋକୁ ଆସିବେ। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । କିନ୍ତୁ ତାଜା ଅପଡେଟ ଅନୁଯାୟୀ ଶାହରୁଖ ‘ପଠାନ’ର ପ୍ରମୋସନ ପାଇଁ  କପିଲ ଶର୍ମା ଶୋକୁ ଆସିବେନି । ‘ଦ କପିଲ ଶର୍ମା ଶୋ’ରେ ଶାହରୁଖ ଖାନ ତାଙ୍କ ଫିଲ୍ମ 'ପଠାନ'ର ପ୍ରମୋସନ କରିବେ ନାହିଁ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ,ତେବେ କିଙ୍ଗ ଖାନ ସଲମାନ ଖାନଙ୍କ ରିଆଲିଟି ଶୋ ବିଗବସ୍ ୧୬ ରେ ମଧ୍ୟ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରମୋସନ ମଧ୍ୟ କରିବ ନାହିଁ । ତେବେ, କାହିଁକି ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋସନ କରିବେ ନାହିଁ ସେହି କାରଣ ମଧ୍ୟ କିଙ୍ଗ ଖାନ୍ ସ୍ପଷ୍ଟ କରିଛନ୍ତି । 

ସୋସିଆଲ ମିଡିଆରେ ଶାହରୁକ୍ ଖାନ୍ ବହୁତ ସକ୍ରିୟ । ଖାସ କରି  ଟ୍ବିଟରରେ । ଏହି କଥା  ସମସ୍ତେ ଜାଣନ୍ତି । ନିକଟରେ ଫିଲ୍ମ ରିଲିଜ୍ ପୂର୍ବରୁ ଶାହରୁଖ ଖାନ, ଆସକ୍  ଶାହରୁକ ଅନ୍ ଟ୍ବିଟରରେ (Ask SRK on Twitter) ନିଜ ଫ୍ୟାନ୍ସଙ୍କ କିଛି  ପ୍ରଶ୍ନର ଉତ୍ତର  ଦେଇଥିଲେ। ଜଣେ, ଫ୍ୟାନ୍ସ ତାଙ୍କୁ ପଚାରିଥିଲେ ଯେ,‘ପଠାନ’ପ୍ରମୋସନ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଯିବେ କି ନାହିଁ, ଶାହରୁଖ ଏହାର ଉତ୍ତର ରଖି କହିଥିଲେ ଯେ,'ଭାଇ,ମୁଁ ସିଧାସଳଖ ହଲକୁ ଆସିବି,ସେହିଠାରେ ଆମେ ଭେଟିବା ... ହ୍ୟାସଟ୍ୟାଗପଠାନ 'ଏହି ଟ୍ୱିଟରୁ ସ୍ପଷ୍ଟ ହୋଇଛି ଯେ ଶାହାରୁଖ ବୋଧହୁଏ ଫିଲ୍ମର ପ୍ରମୋସନ କରିବେ ନାହିଁ ।

 

Also Read: Humane Sagar Family Dispute: ‘ଅବଢା ଖାଇବାକୁ ଦିଅନ୍ତିନି, ମନ୍ଦିର ଦେଖିଲେ ମୁହଁ ବୁଲେଇ ଦେବାକୁ କୁହନ୍ତି’

ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିବ ଫିଲ୍ମ ‘ପଠାନ’ରେ। ୪ ବର୍ଷ ପରେ ଶାହରୁଖ ବିଗ୍ ସ୍କ୍ରିନକୁ ଫେରୁଥିବା ବେଳେ ନୂଆ ରେକର୍ଡ ସୃଷ୍ଟି କରିଛି ଫିଲ୍ମ ‘ପଠାନ’ । ଶାହରୁଖ ଫିଲ୍ମ ‘ପଠାନ’ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ । ଲିଡ ରୋଲରେ ନଜର ଆସିବେ ଶାହରୁକ ଖାନ୍, ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ୍ । ଯେଉଁଥି ପାଇଁ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇ ସାରିଛି । ଆଉ ଆଗୁଆ ବୁକିଂ ମାମଲାରେ ‘ପଠାନ’ ବେଶ୍ ଆଗରେ ରହିଛି । ରିପୋର୍ଟ ଅନୁସାରେ, ‘ପଠାନ’ ରିଲିଜର ପ୍ରଥମ ଦିନ ଲାଗି ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ହାଇଦ୍ରାବାଦ ୪ଟି ସହରରେ ସର୍ବାଧିକ ଟିକେଟ୍ ବୁକିଂ ହୋଇଛି । ଆଉ ଆଗୁଆ ବୁକିଂରେ ଏବେ ସୁଦ୍ଧା ‘ପଠାନ’ ୧୨ କୋଟିରୁ ଅଧିକ ଆୟ କଲାଣି । ଯାହାକି ବଲିଉଡରେ ଏକ ରେକର୍ଡ ବୋଲି କୁହାଯାଇପାରିବ ।