ପରଦାରେ ଛକା ଚଉକା ପିଟିବେ ତାପସୀ
Advertisement

ପରଦାରେ ଛକା ଚଉକା ପିଟିବେ ତାପସୀ

୫୬ ସେକେଣ୍ଡର ଏହି ଭିଡିଓରେ ତାପସୀ ଡ୍ରେସିଂ ରୁମ ସହ ମିତାଲିଙ୍କ ଜର୍ସିରେ ପଡିଆ ଭିତରେ ଏଣ୍ଟ୍ରି ମାରୁଥିବାର ଦେଖିବାକୁ ମିଳିଛି । 

 

ପରଦାରେ ଛକା ଚଉକା ପିଟିବେ ତାପସୀ

ନୂଆଦିଲ୍ଲୀ: ତାପସୀ ପନ୍ନୁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ  'ସାବାସ୍  ମିଠୁ' ର ଟିଜର୍  ରିଲିଜ୍  ହୋଇଛି। ଏଥିରେ ତାପସୀ ପନ୍ନୁ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ମିତାଲି ରାଜ ରୂପେ ନଜର ଆସିଛନ୍ତି। ଏହି ଟିଜରରେ ମିତାଲିଙ୍କ ସଫଳତାର କିଛି ଝଲକ୍ ଦେଖିବାକୁ ମିଳିଛି। ୫୬ ସେକେଣ୍ଡର ଏହି ଭିଡିଓରେ ତାପସୀ ଡ୍ରେସିଂ ରୁମ ସହ ମିତାଲିଙ୍କ ଜର୍ସିରେ ପଡିଆ ଭିତରେ ଏଣ୍ଟ୍ରି ମାରୁଥିବାର ଦେଖିବାକୁ ମିଳିଛି । ଏହାସହିତ ଦର୍ଶକ ତ୍ରିରଙ୍ଗା ପତାକା ସହ ତାଙ୍କର ସ୍ୱାଗତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି  । 

ତାପସୀଙ୍କ ବ୍ୟତୀତ ଏହି ସିନେମାରେ ପ୍ରମୁଖ ଭୂମିକାରେ ନଜର ଆସିବେ ଅଭିନେତା ବିଜୟ ରାଜ । ଏହି ଫିଲ୍ମର  ନିର୍ଦ୍ଦେଶନା  ଶ୍ରୀଜିତ ମୁଖାର୍ଜୀ ଦେଇଛନ୍ତି ।  ହେଲେ ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।  ।ଏହା ପୂର୍ବରୁ ତାପସୀ ପନ୍ନୁ  (Taapsee Pannu)  ‘ରଶ୍ମୀ ରକେଟ’କୁ ନେଇ ଖୁବ ଚର୍ଚ୍ଚାରେ ଥିଲେ । ଏହି ଫିଲ୍ମରେ ତାପସୀ ଜଣେ ଆଥ୍ଲେଟର ଭୂମିକାରେ ନଜର ଆସିଥିଲେ ।   ଏହି ଫିଲ୍ମକୁ ନେଇ ବେଶ ଆଶାବାଦୀ ଅଛନ୍ତି ତାପସୀ । ତାପସୀ ୨୦୧୦ରେ ତେଲୁଗୁ ଫିଲ୍ମରେ  ଅଭିନୟ ଆରମ୍ଭ କରିଥିଲେ   । 

Also Read:  ଛତୁଚାଷ: ଜାଣନ୍ତୁ ସହଜ ପ୍ରଣାଳୀ, ହୁଅନ୍ତୁ ଲାଭବାନ

୨୦୧୩ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ‌ଚସ୍‌ମେ ବଦୁର୍‌‌  ( Chasme Badoor)ଜରିଆରେ  ସେ ବଲିଉଡରେ ଡେବ୍ୟୁ କରିଥିଲେ । ବେବି (Baby ) ଆଉ ପିଙ୍କ  ( Pink ) ଭଳି  ଫିଲ୍ମରେ ତାପସୀଙ୍କ ଦମଦାର ଅଭିନୟ ଦେଖିବାକୁ ପାଇଥିଲେ ଦର୍ଶକ। ରନିଂ ସାଦୀ (Running Shaadi, ଦ ଘାଜି ଆଟାକ୍, ନାମ୍ ସବାନା (Naam Shabana), ଜୁଡୱା 2, ଦିଲ୍ ଜଙ୍ଗଲୀ , ସୁରମା , ମୁଲ୍କ , ମନମରଜିୟାଁ ,  ବଦଲା , ମିସନ ମଙ୍ଗଲ ( Mission Mangal ), ସାଣ୍ଢ କି ଆଁଖ୍ , ଥାପଡ୍ , ହସିନ୍ ଦିଲରୁବା , ରଶ୍ମୀ ରକେଟ୍, ଲୁପ୍ ଲପେଟା ଭଳି ଫିଲ୍ମରେ କାମ କରିଛନ୍ତି ତାପସୀ । ନିଜ ଭିନ୍ନ ଚରିତ୍ର ଏବଂ ଦମଦାର ଅଭିନୟ ପାଇଁ ତାପସୀ  ଅଗଣିତ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବାରେ ସଫଳ ହୋଇଛନ୍ତି ।