Bollywood: ଗୋଟିଏ ପରଦାରେ ନଜର ଆସିବେ ୯୦ ଦଶକର ହିରୋ, ଜାଣନ୍ତୁ ଫିଲ୍ମର ନାଁ ଓ ରିଲିଜ୍ ଡେଟ୍
Advertisement

Bollywood: ଗୋଟିଏ ପରଦାରେ ନଜର ଆସିବେ ୯୦ ଦଶକର ହିରୋ, ଜାଣନ୍ତୁ ଫିଲ୍ମର ନାଁ ଓ ରିଲିଜ୍ ଡେଟ୍

Bollywood: ବଡ ପରଦାରେ ଏକାଠି ନଜର ଆସିବେ ୯୦ ଦଶକର ହିରୋ । ବଲିଉଡର ୯୦ ଦଶକର ହିରୋଙ୍କୁ ନେଇ ଆସୁଛି ଏକ ବଡ ବଜେଟର ଫିଲ୍ମ। ଗୋଟିଏ ପରଦାରେ ନଜର ଆସିବେ ସନ୍ନି ଦେଓଲ୍, ସଂଜୟ ଦତ୍ତ, ଜ୍ୟାକି ସରାଫ ଏବଂ ମିଥୁନ ଚକ୍ରବର୍ତ୍ତୀ ।

Bollywood: ଗୋଟିଏ ପରଦାରେ ନଜର ଆସିବେ ୯୦ ଦଶକର ହିରୋ, ଜାଣନ୍ତୁ ଫିଲ୍ମର ନାଁ ଓ ରିଲିଜ୍ ଡେଟ୍

Bollywood: ବଡ ପରଦାରେ ଏକାଠି ନଜର ଆସିବେ ୯୦ ଦଶକର ହିରୋ । ବଲିଉଡର ୯୦ ଦଶକର ହିରୋଙ୍କୁ ନେଇ ଆସୁଛି ଏକ ବଡ ବଜେଟର ଫିଲ୍ମ। ଗୋଟିଏ ପରଦାରେ ନଜର ଆସିବେ ସନ୍ନି ଦେଓଲ୍, ସଂଜୟ ଦତ୍ତ, ଜ୍ୟାକି ସରାଫ ଏବଂ ମିଥୁନ ଚକ୍ରବର୍ତ୍ତୀ । ଏନେଇ ବୁଧବାର ଅଭିନେତା ସନ୍ନି ଦେଓଲ ଫିଲ୍ମର ଏକ ପୋଷ୍ଟର ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଫିଲ୍ମର ନାଁ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ । କିନ୍ତୁ ଏପର୍ଯ୍ୟନ୍ତ  ଫିଲ୍ମର ଟାଇଟେଲକୁ ନେଇ କୌଣସି ଅଫିସିଆଲ ଘୋଷଣା ହୋଇ ନାହିଁ। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସେୟାର୍ କରି ସନ୍ନି ଲେଖିଛନ୍ତି, "ସମସ୍ତ ଚଳଚ୍ଚିତ୍ରର ବାପ୍। ଧମାଲ, ଦୋସ୍ତି ବେମିସାଲ୍ ସୁଟ୍ କର"।

 

ସେୟାର ହୋଇଥିବା ପ୍ରଥମ ପୋଷ୍ଟରେ ସମସ୍ତଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଯେଉଁଥିରେ ସମସ୍ତଙ୍କ ଲୁକ୍ ବେଶ ଦମଦାର ରହିଛି ।  ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ଏହି ଚାରି କଳାକାର ପରସ୍ପର ପାଖରେ ବସିଥିବାର ନଜର ଆସିଛନ୍ତି। ସଞ୍ଜୟ ଦତ୍ତ ଏକ କଳା ଟି-ସାର୍ଟ, ଜିନ୍ସ ଏବଂ ବ୍ରାଉନ୍ ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି। ସନ୍ନି ଦେଓଲ୍ ଏକ ଗୋଲଡେନ କର୍ଲର ଡ୍ରେସ ପିନ୍ଧି ଥିବା ନଜର ଆସିଛନ୍ତି । ଏହାସହ ସେ ଏକ ମୁଣ୍ତରେ ରୁମାଲ ବାନ୍ଧିଥିବା ଦେଖିବାକୁ ମିଳିଛି । ସେହିପରି, ଜ୍ୟାକି ସରାଫଙ୍କ ଲୁକ୍ ମଧ୍ୟ ବେଶ ଦମଦାର ରହିଛି । ସେ ଏକ ଗ୍ରୀନ କର୍ଲର ପ୍ରିଣ୍ଟେଡ ସାର୍ଟ ପିନ୍ଧି ଥିବା ବେଳେ ଏକ ଜିନ୍ସ ପିନ୍ଧିଛନ୍ତି । ଏବଂ ଏହାସହ ଏକ ରୁମାଲ ମଧ୍ୟ ବେକରେ ଲଗାଇଛନ୍ତି । ସେହିପରି ମିଥୁନ୍ ଚକ୍ରବର୍ତ୍ତୀ,ନିଜର  ଚିରାଚରିତ ଲୁକ୍ ରେ ନଜର ଆସିଛନ୍ତି।

 

 
 
 
 

 
 
 
 
 
 
 
 
 
 
 

A post shared by Sunny Deol (@iamsunnydeol)

ଏହାବି ପଢନ୍ତୁ :Entertainment News: ବଲିଉଡରେ ୧୫ ବର୍ଷ ପୁରଣ କଲେ ଦୀପିକା,ରଣବୀର ଓ ସୋନମ୍, ଜାଣନ୍ତୁ କେଉଁ ଫିଲ୍ମରେ କିଏ କରିଥିଲେ ଡେବ୍ୟୁ

ଏହାବି ପଢନ୍ତୁ :Akshay Kumar: ଆସୁଛି ଖିଲାଡି କୁମାରଙ୍କ ଆଉ ଏକ ବଡ ବଜେଟ୍ ଫିଲ୍ମ

ଏହାବି ପଢନ୍ତୁ :Rashmika Mandanna: ମନର କଥା କହିଲେ ରଶ୍ମିକା, କ୍ୟାରିୟର ଆରମ୍ଭ ସମୟରେ ତାଙ୍କ ସହ ଘଟିଥିଲା ଏମିତି ଘଟଣା

ଏହାବି ପଢନ୍ତୁ : Daman Review: ଓଡିଆ ଫିଲ୍ମ ଜଗତ ପାଇଁ ସଞ୍ଜୀବନୀ 'ଦମନ'

ତେବେ, ଏହି ଫିଲ୍ମର ଫାଷ୍ଟ ପୋଷ୍ଚର ଆଉଟ ହେବା ପରେ ଫିଲ୍ମଟିକୁ ନେଇ ଉତ୍ସାହ ଦର୍ଶକଙ୍କ ମଧ୍ୟରେ ବଢିଛି । ତେବେ, ଏହି ପୋଷ୍ଟରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଆସିଛି । ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ଏକ ଆକ୍ସନ୍ ଡ୍ରାମା । ବିବେକ ଚୌହାନ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବୋଲି ଜଣାଯାଇଛି। ଅହମ୍ମଦ ଖାନ ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି । ଯଦି ଆମେ ସନ୍ନି ଦେଓଲଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି । 'ଗଦର ୨', 'ଆପନେ ୨', 'ଯୋଜେଫ ରିମାର୍କସ୍' ଓ 'ଚିୟର୍ସ ସେଲିବ୍ରେଟ୍ ଲାଇଫ୍', ।