ଫ୍ୟାନଙ୍କ ଚାଲାଣ ପଇସା ବି ଦେବେ ସୋନୁ ସୁଦ !
Advertisement

ଫ୍ୟାନଙ୍କ ଚାଲାଣ ପଇସା ବି ଦେବେ ସୋନୁ ସୁଦ !

ରିଅଲ ହିରୋ ସୋନୁ ସୁଦ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସୋସିଆଲ ମିଡିଆ ଜରିଆରେ ସେ ଲୋକଙ୍କୁ ସାହାଯ୍ୟ କରନ୍ତି । ସୋନୁଙ୍କ ପ୍ରତି ଲୋକଙ୍କ ମନରେ ରହିଛି ଢେରସାରା ଭଲପାଇବା । ସୋସିଆଲ ମିଡିଆରେ ସୋନୁଙ୍କ ମଜାଳିଆ କମେଣ୍ଟ ଭାଇରାଲ ହେବାରେ ଲାଗିଛି । 

ଫ୍ୟାନଙ୍କ ଚାଲାଣ ପଇସା ବି ଦେବେ ସୋନୁ ସୁଦ !

ନୂଆଦିଲ୍ଲୀ: ସିନେମା ଜଗତ ହିରୋ ସୋନୁ ସୁଦ (Sonu Sood) କୋରୋନା ମହାମାରୀ ସମୟରେ ଦେଶର କୋଣ ଅନୁକୋଣରେ ଥିବା ଲୋକଙ୍କୁ ସହୟତା ଯୋଗାଇ ରିଅଲ ହିରୋ ପାଲଟି ଯାଇଛନ୍ତି । ତାଙ୍କ ଲୋକପ୍ରିୟତା ମଧ୍ୟ ବେଶ ବଢିବାରେ ଲାଗିଛି । ଦେଶ ବିଦେଶରେ ସୋନୁ ବେଶ ପରିଚିତ ।  ଦୁଃଖୀ ଗରିବଙ୍କୁ ମାଗଣାରେ ସବୁ ସହାୟତା ସହଯୋଗ କରିଆସୁଛନ୍ତି ସୋନୁ ।  କାହାକୁ ମେଡିକାଲ ଖର୍ଚ୍ଚ ,କାହାକୁ ମାଗଣା ଔଷଧ , ପାଠ ପଢା ପାଇଁ ବହି ବିଦେଶରୁ ଘରୁ ଫେରିବା ପାଇଁ ଖର୍ଚ୍ଚ ଏମିତି ପ୍ରତ୍ୟେକ ସ୍ତରରେ ସୋନୁ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ବିନା ଦ୍ୱନ୍ଦ୍ୱରେ ଲୋକେ ତାଙ୍କୁ ସାହାଯ୍ୟ ମାଗନ୍ତି । ଆଉ ସୋନୁ ମଧ୍ୟ ନିଜ ପାରୁ ପର୍ଯ୍ୟନ୍ତ ଲୋକଙ୍କୁ ସହାୟତା କରନ୍ତି ।

ସୋନୁଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବେଶ ଅଧିକ । ଲୋକେ ତାଙ୍କ ପ୍ରତି ନିଜ ଭଲ ପାଇବା ଏବଂ ସମ୍ମାନ ସୋସିଆଲ ମିଡିଆ ଜରିଆରେ ସେୟାର କରନ୍ତି । ଏମିତିକି ଲୋକମାନେ ତାଙ୍କୁ ରିୟଲ ହିରୋ ବୋଲି ମଧ୍ୟ ସମ୍ବୋଧନ କରୁଛନ୍ତି ।ନିକଟରେ ଜଣେ ଫ୍ୟାନ୍ସ ସୋନୁଙ୍କ ପ୍ରତି ନିଜର ଥିବା ଭଲପାଇବା ସେୟାର କରିଥିଲେ । ଟ୍ୱିଟରରେ ଜଣେ ଫ୍ୟାନ୍ସ ଏମିତି କିଛି ପୋଷ୍ଟ କରିଛନ୍ତି ଯାହା ସେଣ୍ଟର ଅଫ୍ ଆଟ୍ରାକସନ ପାଲଟିଛି ।  ସୋସିଆଲ ମିଡିଆରେ ଫ୍ୟାନଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।  ଟ୍ବିଟରରେ ଜଣେ ଫ୍ୟାନ୍ ନିଜର ଏବଂ ତାଙ୍କ ବାଇକର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସୋନୁ ସୁଦଙ୍କ ଫ୍ୟାନ୍ ବାଇକ୍ ନମ୍ବର ପ୍ଲେଟ୍ ଆଡକୁ ଦେଖାଉଛନ୍ତି । ହେଲେ  ଏହି ନମ୍ବର ପ୍ଲେଟରେ ବାଇକ୍ ନମ୍ବର ବଦଳରେ ସୋନୁ ସୁଦଙ୍କ ଫଟୋ ଲଗାଯାଇଛି ଏବଂ ଲେଖାଅଛି - ସୋନୁ ସୁଦ ସାର୍ ରିୟଲ ହିରୋ ।

Also Read: PS-I; କୋଟି କୋଟି ଟଙ୍କାରେ ଡିଜିଟାଲ ରାଇଟ୍ସ କିଣିଲା ଆମାଜନ ପ୍ରାଇମ୍ ଭିଡିଓ

ଟ୍ୱିଟରରେ ଏହି ଫଟୋ ସେୟାର କରିବା ପରେ ଭାଇରାଲ ହେବାରେ ଲାଗିଥିଲା ।   ଫ୍ୟାନ୍ ଜଣଙ୍କ ଏହି ପୋଷ୍ଟରେ ସୋନୁ ସୁଦଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।ଏହି ପୋଷ୍ଟ ଭାଇରାଲ ହେବାପରେ ସୋନୁ ସୁଦଙ୍କ ନଜର ମଧ୍ୟ ଏହି ପୋଷ୍ଟ ଉପରେ ପଡ଼ିଥିଲା । ତା'ପରେ ସେ ମଧ୍ୟ ଏହି ପୋଷ୍ଟରେ କମେଣ୍ଟ କରିଥିଲେ । ସୋନୁ ଫ୍ୟାନଙ୍କ ପୋଷ୍ଟରେ ମଜାଦାର କମେଣ୍ଟ କରିଛନ୍ତି  । ସୋନୁ କମେଣ୍ଟ କରି ଲେଖିଛନ୍ତି ଯେ,  ୟେ ନିଶ୍ଚୟ ଚାଲାଣ କଟାଇବ, ପରେ ମୋ ଦ୍ୱାରା ହିଁ ଚାଲାଣ ଭରିବ । ସୋନୁଙ୍କ ଏହି କମେଣ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Also Read: କଭି ଇଦ୍ କଭି ଦିୱାଲୀ ; ସାମିଲ ହେଲେ ଆୟୁଷ ଶର୍ମା, ଜଣେ ଫେମସ ଶୋ' ହୋଷ୍ଟଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା

ଏବେ ଚର୍ଚ୍ଚାରେ ଥିବା   ହିନ୍ଦୀ ଭାଷା ବିବାଦ ପ୍ରସଙ୍ଗରେ ମଧ୍ୟ ସୋନୁ ନିଜ ମତ ରଖି ଚର୍ଚ୍ଚାକୁ ଆସିଛନ୍ତି  । କିଚ୍ଚା ସୂଦୀପ (Kicha Sudeep) ଓ ଅଜୟ ଦେବଗନ (Ajay Devgan)ଙ୍କ ହିନ୍ଦୀ ଭାଷା ବିବାଦକୁ ନେଇ ସୋନୁ ନିଜ ମତାମତ ସେୟାର କରିଛନ୍ତି । ସେ କହିଛନ୍ତି ମୋତେ ଲାଗୁନି କି ହିନ୍ଦୀ କୁ ହିଁ କେବଳ ରାଷ୍ଟ୍ରଭାଷା କୁହାଯିବା ଦରକାର । ଭାରତର କେବଳ ମାତ୍ର ଗୋଟିଏ ଭାଷା ତାହା ହେଉଛି ଏଣ୍ଟରଟେନମେଣ୍ଟ । ସୋନୁଙ୍କ ଏହି ମତାମତକୁ ଅନେକ ସମର୍ଥନ ମଧ୍ୟ ଜଣାଇଛନ୍ତି । ଫିଲ୍ମ କଥା କହିବାକୁ ଗଲେ ସୋନୁ ସୁଦଙ୍କ ହାତରେ ଅନେକ ଫିଲ୍ମର ଅଫର ରହିଛି  । ବହୁ ପ୍ରତୀକ୍ଷିତ ଫିଲ୍ମ ପୃଥ୍ୱିରାଜ (Prithviraj)ରେ ସୋନୁଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ଅକ୍ଷୟ କୁମାର (Akshya Kumar) , ମାନୁଷୀ ଚିଲ୍ଲର(Manushi Chhillar) ପ୍ରମୁଖ ଅଭିନୟ କରୁଛନ୍ତି । ଏହି ଫିଲ୍ନ ଚଳିତ ବର୍ଷ ଜୁନ ୩ ତାରିଖରେ ରିଲିଜ ହେବ ବୋଲି ଜଣାପଡ଼ିଛି ।