Sonu Sood: ପୁଣି ମହାନତା ଦେଖାଇଲେ ସୋନୁସୁଦ, ମହିଳାଙ୍କୁ ଫିଲ୍ମରେ ଗୀତ ଗାଇବା ପାଇଁ ଦେଲେ ଅଫର
Advertisement

Sonu Sood: ପୁଣି ମହାନତା ଦେଖାଇଲେ ସୋନୁସୁଦ, ମହିଳାଙ୍କୁ ଫିଲ୍ମରେ ଗୀତ ଗାଇବା ପାଇଁ ଦେଲେ ଅଫର

Sonu Sood Offer Film To Woman: ବଲିଉଡ ଅଭିନେତା ସୋନୁ ସୁଦ । ଗରିବଙ୍କ ଭଗବାନ ବୋଲି ଲୋକେ ତାଙ୍କୁ କୁହନ୍ତି । କୋରୋନା ମହାମାରୀ ସମୟରେ ହଜାର ହଜାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିଥିଲେ ସୋନୁ । ସବୁବେଳେ ମାନବିକତାର ପରିଚୟ ଦେଇଆସିଛନ୍ତି । ତାଙ୍କର ଉଦାରତା ହେତୁ ଦୀର୍ଘ ଦିନ ଧରି ସେ ଚର୍ଚ୍ଚାରେ ଅଛନ୍ତି। ସେହି ଦିନଠାରୁ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । ସବୁରୀ ମୁହଁରେ ସୋନୁ ସୁଦଙ୍କ ପ୍ରଶଂସା ।

ସୌଜନ୍ୟ- ସୋସିଆଲ ମିଡିଆ

Sonu Sood Offer Film To Woman: ବଲିଉଡ ଅଭିନେତା ସୋନୁ ସୁଦ । ଗରିବଙ୍କ ଭଗବାନ ବୋଲି ଲୋକେ ତାଙ୍କୁ କୁହନ୍ତି । କୋରୋନା ମହାମାରୀ ସମୟରେ ହଜାର ହଜାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିଥିଲେ ସୋନୁ । ସବୁବେଳେ ମାନବିକତାର ପରିଚୟ ଦେଇଆସିଛନ୍ତି । ତାଙ୍କର ଉଦାରତା ହେତୁ ଦୀର୍ଘ ଦିନ ଧରି ସେ ଚର୍ଚ୍ଚାରେ ଅଛନ୍ତି। ସେହି ଦିନଠାରୁ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । ସବୁରୀ ମୁହଁରେ ସୋନୁ ସୁଦଙ୍କ ପ୍ରଶଂସା । ତେବେ ଏବେ ପୁଣି ଅଭିନେତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ,  ମହିଳା ଜଣଙ୍କ ବେଶ ସୁନ୍ଦର ଭାବରେ କିଶୋର କୁମାରଙ୍କ ଗୀତ ଗାଉଛନ୍ତି । ଆଉ ଏହି ଭିଡିଓ ମଧ୍ୟ ସୋନୁ ସୁଦଙ୍କ ପାଖରେ ପହଞ୍ଚିଛି ।    

କେମିତି ସୋନୁଙ୍କ ନିକଟରେ ପହଞ୍ଚିଲା ମହିଳାଙ୍କ ଏହି ଭିଡିଓ?
ତେବେ, ମହିଳାଙ୍କ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଟ୍ବିଟରରେ ଜଣେ ୟୁଜର୍ସ ମୁକେଶ ଏହି ଭିଡିଓଟିକୁ ନିଜ ଟ୍ବିଟରରେ ହ୍ୟାଣ୍ତେଲରେ ସେୟାର କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ମାଆ ରୋଷେଇ ଘରେ ରୁଟି କରୁଛନ୍ତି ।  ହଠାତ ରୋଷେଇ ଘରକୁ  ତାଙ୍କ ଝିଅ ଯାଉଛି । ଏବଂ ମାଆଙ୍କୁ ଗୀତ ଗାଇବାକୁ କହୁଛି, ଇଚ୍ଛା ନଥିବା ସତ୍ତ୍ବେ ମହିଳା ଜଣକ ରୁଟି କରିବା ସହ ଝିଅର କଥା ଶୁଣି 'ମେରେ ନୈନା ଶାଓ୍ବନ '(Mere Naina Sawan Bhado)ଗୀତ ଗାଉଛନ୍ତି । ଏବଂ ଝିଅଟି ନିଜ ମୋବାଇଲରେ ମାଆଙ୍କର ଏହି ଗୀତ ରେକଡିଂ କରିଛନ୍ତି। ପରେ ଏହାକୁ ଝିଅ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି । ତେବେ,ଏହି ଭିଡିଓଟି ବହୁତ ଭାଇରାଲ ହେବାରେ ଲାଗିଛି ।  ଶେଷରେ ଏହି ଭିଡିଓଟିକୁ ସୋନୁ ସୁଦ ମଧ୍ୟ ଦେଖିଥିଲେ। ଏବଂ ଭିଡିଓ ଦେଖି ସେ ପ୍ରତିକ୍ରିୟା ମଧ୍ୟ ରଖିଥିଲେ। ସେ ଟ୍ବିଟ କରି ଲେଖିଛନ୍ତି  ଯେ, ଏହି ମାଆ ଜଣଙ୍କର  ନମ୍ବର  ପଠାଅ, ସେ ଫିଲ୍ମ ପାଇଁ ଏକ ଗୀତ ଗାଇବ। ସୋନୁ ସୁଦଙ୍କ ଏହି ଉଦାରତା ଦେଖି ଲୋକେ ତାଙ୍କୁ ପ୍ରଶଂସା କରିଥିଲେ । ଏହା ପ୍ରଥମ ଘଟଣା ନୁହେଁ ଯେ ସୋନୁ ସୁଦ ଏହିପରି ପୂର୍ବରୁ ଅନେକ କିଛି କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି।

ନିକଟରେ ଆଉ ଏକ କାମ କରି ସୋନୁ ଚର୍ଚ୍ଚାକୁ ଆସିଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ଏବେ ସୋନୁ ଖବରର ଶିରୋନାମା ପାଲଟିଥିଲେ । ପଞ୍ଜାବର ମୋଗା-ଭଟିଣ୍ଡା ରୋଡରେ ଦୁଇଟି କାର ମଧ୍ୟରେ ଭୟଙ୍କର ଧକ୍କା ହେବା ଫଳରେ ଜଣେ ଯୁବକ କାର ଭିତରେ ହିଁ ଫଶି ରହିଥିଲେ । ଆଉ ଏହି ସମୟରେ ସୋନୁ ସେହି ବାଟ ଦେଇ ଯାଉଥିବା ବେଳେ ଦୁର୍ଘଟଣାସ୍ଥଳରେ ଅଟକିବା ସହ ଯୁବକଙ୍କୁ କାର ଭିତରୁ ବାହାର କରି ଜୀବନ ବଞ୍ଚାଇଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

Also Read : Rape case: ନିଶା ଦେଇ ଅପହରଣ ପରେ ଦୁଷ୍କର୍ମ, ଆଉ ଏବେ ଛୁଆକୁ ଜନ୍ମ ଦେଲା ନାବାଳିକା

ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଭୟଙ୍କର ଦୁର୍ଘଟଣା ପରେ କାର ଭିତରେ ଯୁବକ ଜଣକ ଗୁରୁତର ଆହତ ଅବସ୍ଥାରେ ଫଶି ରହିଥିଲେ । ଏହି ସମୟରେ ସୋନୁ ସେହି ବାଟରେ ଯାଉଥିବାରୁ ଗାଡି ଅଟକାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । କାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବା ସହ ନିଜ ହାତରେ ଯୁବକଙ୍କୁ ଉଠାଇ ନିଜ କାର ଭିତରକୁ ନେଇଥିଲେ । ପରେ ଆହତ ଯୁବକଙ୍କୁ ହସ୍ପିଟାଲ ନେଇଥିଲେ ସୋନୁ । ଆଉ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିବାରୁ ଯୁବକଙ୍କ ଜୀବନ ବଞ୍ଚି ଯାଇଥିଲା ।