Sidharth Malhotra: ସୋସିଆଲ ମିଡିଆ ପୋଷ୍ଟ ବଢାଇଲା ଫ୍ୟାନ୍ସଙ୍କ ଉତ୍ସାହ, ଆସନ୍ତାକାଲି ସିଦ୍ଧାର୍ଥ କରିବେ ବଡ ଘୋଷଣା
Advertisement

Sidharth Malhotra: ସୋସିଆଲ ମିଡିଆ ପୋଷ୍ଟ ବଢାଇଲା ଫ୍ୟାନ୍ସଙ୍କ ଉତ୍ସାହ, ଆସନ୍ତାକାଲି ସିଦ୍ଧାର୍ଥ କରିବେ ବଡ ଘୋଷଣା

Sidharth Malhotra Wedding Announcement: ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀ । ବର୍ତ୍ତମାନ ଏହି ପାଓ୍ବର ଫୁଲ କପୁଲଙ୍କୁ ନେଇ ଜୋରଦାର ଚାଲିଛି ଚର୍ଚ୍ଚା । କାହିଁକିନା ଏହି ଲବବାର୍ଡ ଆସନ୍ତାମାସରେ ହାତକୁ ଦି ହାତ ହେବେ । କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।

ସୌଜନ୍ୟ- ସୋସିଆଲ ମିଡିଆ

Sidharth Malhotra Wedding Announcement:  ସିଦ୍ଧାର୍ଥ ମଲହୋତ୍ରା  ଓ କିୟାରା ଆଡଭାନୀ । ବର୍ତ୍ତମାନ ଏହି ପାଓ୍ବର ଫୁଲ କପୁଲଙ୍କୁ ନେଇ ଜୋରଦାର ଚାଲିଛି ଚର୍ଚ୍ଚା । କାହିଁକିନା ଏହି ଲବବାର୍ଡ ଆସନ୍ତାମାସରେ ହାତକୁ ଦି ହାତ ହେବେ । କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ସିଦ୍ଧାର୍ଥ ଏବଂ କିଆରା ମଧ୍ୟ ଏକାଠି ଏକ ଫିଲ୍ମ କରିଛନ୍ତି ଏବଂ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ, ତେବେ ଦୁହେଁ ଚଳିତ ବର୍ଷ ଫେବୃଆରୀ ୬ରେ ବିବାହ କରିବାକୁ ଯାଉଛନ୍ତି। 

ଉଭୟ ଯେତେବେଳେ ଗଣମାଧ୍ୟମରେ କୌଣସି ପ୍ରସଙ୍ଗ ନେଇ ପ୍ରତିକ୍ରିୟା ଦେଉଥାନ୍ତି । କିନ୍ତୁ ବିବାହ କଥା ପଚାରିଲେ ଏଡାଇ ଦେଇଯାଆନ୍ତି । କିନ୍ତୁ ଏହାରି ଭିତରେ ଏକ ବଡ ଖବର ଆସିଛି ।  ସିଦ୍ଧାର୍ଥ ମଲହୋତ୍ରା  ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରୀ ବଢାଇ ଦେଇଛି । କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଆସନ୍ତାକାଲି ସିଦ୍ଧାର୍ଥ କିଆରାଙ୍କ ସହ ତାଙ୍କ ବିବାହ ଘୋଷଣା କରିବାକୁ ଯାଉଛନ୍ତି ।

ସିଦ୍ଧାର୍ଥଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏକ ଆଲୋଡ଼ନ ସୃଷ୍ଟି କରିଛି: ସିଦ୍ଧାର୍ଥ ମଲହୋତ୍ରା ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଏବଂ ସମୟ ସମୟରେ କିଛି  ପୋଷ୍ଟ ମଧ୍ୟ କରନ୍ତି ।  କିଛି ସମୟ ପୂର୍ବରୁ ସିଦ୍ଧାର୍ଥ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଅଭିନେତା କେବଳ ଲେଖିଛନ୍ତି ଯେ (Something bold and exciting coming up tomorrow!) ଆସନ୍ତାକାଲି ଏକ ବଡ ଘୋଷଣା କରିବାକୁ ଯାଉଛି । ସିଦ୍ଧାର୍ଥଙ୍କ ଏହି ଘୋଷଣା କ’ଣ ହେବ ତାହା ଅନୁମାନ କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି।

 

Also Read : Urfi Javed Part2: ଅତରଙ୍ଗୀ ପୋଷାକ ପାଇଁ ଉର୍ଫି ଜାଭେଦଙ୍କୁ ଟକ୍କର ଦେବେ ଏହି ଅଭିନେତ୍ରୀ, ବୋଲ୍ଡ ଅନ୍ଦାଜରେ ଆସିଲେ ନଜର

ଆସନ୍ତାକାଲି ଅଭିନେତା କିଆରାଙ୍କ ସହ ବିବାହ ଘୋଷଣା କରିବେ କି?

ବିବାହ ଖବର ମଧ୍ୟରେ ଏହି ଇନଷ୍ଟାଗ୍ରାମ ପୋଷ୍ଟ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ତେବେ, ଏହି ପୋଷ୍ଟରେ କିଛି ଫ୍ୟାନ୍ସ  ତାଙ୍କୁ କମେଣ୍ଟ ମାଧ୍ୟମରେ ପଚାରିଛନ୍ତି ଯେ, 'ଆଶା କରୁଛୁ ଯେ ଏହା ଆପଣଙ୍କ ବିବାହ ହୋଇପାରେ।' ଅନେକ ଲୋକ ଅନୁମାନ କରନ୍ତି ଯେ ଅଭିନେତା ଏକ ନୂତନ ବ୍ରାଣ୍ଡରେ ଯୋଗ ଦେଉଛନ୍ତି ଏବଂ ଏହି ଘୋଷଣା ତାହା ସହିତ ଜଡିତ ହୋଇପାରେ ।

 

ସିଦ୍ଧାର୍ଥ ଓ କିୟାରାଙ୍କ ପରିବାର ସଦସ୍ୟ ପ୍ରି ଓ୍ବେଡିଂ ପାଇଁ ଏବେ ଠାରୁ ସପିଂ କରିବା ମଧ୍ୟ ଆରମ୍ଭ କଲେଣୀ । ଯଦି  ଏହି ରିପୋର୍ଟକୁ ବିଶ୍ବାସ  କରାଯାଏ, ତେବେ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀଙ୍କ ହଲଦୀ,ମେହେନ୍ଦି ଏବଂ ସଂଗୀତ ଆସନ୍ତା ମାସ ଫେବୃଆରୀ ୪ ଏବଂ ଫେବୃଆରୀ ୫ ପାଇଁ ସ୍ଥିର କରାଯାଇଛି। ଏବଂ ଫେବୃଆରୀ ୬ରେ ଉଭୟଙ୍କ ବିବାହ ହେବ ବୋଲି ସ୍ଥିର ହୋଇଛି । ଏବଂ ଉଭୟଙ୍କ ବିବାହ ରାଜସ୍ଥାନରେ ହେବ ବୋଲି ଚର୍ଚ୍ଚା ହେଉଛି ।