କାହାକୁ ଡେଟ୍ କରୁଛନ୍ତି ଅମିତାଭଙ୍କ ନାତୁଣୀ ?
Advertisement

କାହାକୁ ଡେଟ୍ କରୁଛନ୍ତି ଅମିତାଭଙ୍କ ନାତୁଣୀ ?

ନବ୍ୟାଙ୍କ ହୃଦୟରେ ରାଜ କରୁଛନ୍ତି କେଉଁ ରାଜକୁମାର ? ସୋସିଆଲ ମିଡିଆରେ ହିଣ୍ଟ୍ ଦେଲେ ଲଭ୍ ବାର୍ଡ । ବି-ଟାଉନର ଟକ୍-ଅଫ-ଦ-ଟାଉନ ପାଲଟିଛି ନବ୍ୟାଙ୍କ ଡେଟିଂ ଗସିପ୍ । ପୋଷ୍ଟ ଡିଲିଟ୍ କରିଦେଲେ ନବ୍ୟା

କାହାକୁ ଡେଟ୍ କରୁଛନ୍ତି ଅମିତାଭଙ୍କ ନାତୁଣୀ ?

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ସେ ଅଭିନୟ ଜଗତରେ କ୍ୟାରିୟର  ନୁହେଁ ବରଂ କିଛି ଅଲଗା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଗଢିବାର ଇଚ୍ଛା ନଥିବା ସତ୍ତ୍ୱେ ସେ ଲଗାତାର ଭାବେ ଲାଇମଲାଇଟରେ ଅଛନ୍ତି । ତାଙ୍କ ଗସିପ୍ ଏବେ ବି-ଟାଉନରେ ଟକ୍ ଅଫ୍ ଦ ଟାଉନ ପାଲଟିଛି ।ସେ ନିଜ ପ୍ରଫେସନାଲ ଲାଇଫ୍ ନୁହେଁ ବରଂ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।ମିଡିଆ ରିପୋର୍ଟ ଅନୁଯାୟୀ ଗଲି ବଏ  (Gully Boy) ଫେମ୍ ଆକ୍ଟର ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ (Siddhant Chaturvedi) ଡେଟ୍ କରୁଛନ୍ତି ଅମିତାଭଙ୍କ ନାତୁଣୀ ନବ୍ୟା (Navya Naveli Nanda)। ଉଭୟ ଗତ କିଛି ବର୍ଷ ହେବ ପରସ୍ପର ସହ ସିରିୟସ୍ ରିଲେସନସିପରେ ଅଛନ୍ତି । ହେଲେ ନିଜ ସମ୍ପର୍କ ବିଷୟରେ ଏହି ଦୁଇ ଜଣ ନିଜ ମୁହଁ ବନ୍ଦ ରଖିଛନ୍ତି । 

ସୋସିଆଲ ମିଡିଆରେ ମିଳିଲା ଡେଟିଂର ହିଣ୍ଟ୍  
ନବ୍ୟା ଆଉ ସିଦ୍ଧାନ୍ତ ଉଭୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଡେଲି ଅପଡେଟ୍ ସୋସିଆଲ ମିଡିଆରେ ସେୟାର କରନ୍ତି । ଏଥିସହ ଅନ୍ୟ ସେଲିବ୍ରିଟିଙ୍କ ପୋଷ୍ଟରେ ବହୁତ ସୁନ୍ଦର କମେଣ୍ଟ ମଧ୍ୟ ସେୟାର କରନ୍ତି । ଆଉ ଏବେ ବି-ଟାଉନର ଗସିପ୍ ପାଲଟିଛି ଉଭୟଙ୍କ ପୋଷ୍ଟରେ ଉଭୟଙ୍କ କମେଣ୍ଟ । ବୋଧହୁଏ ଆପଣ ବୁଝିପାରିଲେନି । ନବ୍ୟା ଆଉ ସିଦ୍ଧାନ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଦେଖି ଫ୍ୟାନ୍ସ କିଛି ଏମିତି ଅନୁମାନ କରୁଛନ୍ତି । ନିକଟରେ ଉଭୟଙ୍କ କିଛି  ପୋଷ୍ଟ ଏବଂ କମେଣ୍ଟ  ଉଭୟ ଡେଟିଂ ନେଇ ଚର୍ଚ୍ଚା ଟିକେ ଅଧିକ ହୋଇଛି । ନବ୍ୟା ସିଦ୍ଧାନ୍ତଙ୍କ ପୋଷ୍ଟରେ ଗୋଟିଏ କମେଣ୍ଟ କରିଥିଲେ । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା । ଏହା ପ୍ରଥମଥର  ନୁହେଁ ଯେ ନବ୍ୟା ସିଦ୍ଧାନ୍ତଙ୍କ ପୋଷ୍ଟରେ  କମେଣ୍ଟ କରିଛନ୍ତି । ଏହା ପୂର୍ବରୁ ସିଦ୍ଧାନ୍ତଙ୍କ ଅନେକ  ଇନଷ୍ଟାଗ୍ରାମ ପୋଷ୍ଟରେ ନବ୍ୟା କମେଣ୍ଟ କରିଛନ୍ତି । ଉଭୟ ପୋଷ୍ଟରେ ଏମିତି ଏମିତି ଇମୋଜି ସେୟାର କରନ୍ତି ଯେ ଫ୍ୟାନ୍ସ କନଫ୍ୟୁଜ୍ ହୋଇଯାଆନ୍ତି ।

Also Read: ପୁଣି ମୁହଁ ଲୁଚାଇଲେ ରାଜ କୁନ୍ଦ୍ରା

ନବ୍ୟା ନିକଟରେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଦୁଇଟି ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ହିଲ୍ ଷ୍ଟେସନର ଛାତ ଉପରେ ବସିଥିବାର ନଜର ଆସିଥିଲେ ।  ଫଟୋ ସେୟାର କରିବା ସହ ସେ କ୍ୟାପସନ ଲେଖିଥିଲେ 'ଏହି ଫଟୋ ଜହ୍ନ କ୍ଲିକ୍ କରିଛି ' । ଏଥିସହ ଜହ୍ନର ଇମୋଜି ମଧ୍ୟ ସେୟାର କରିଥିଲେ ।   ସିଦ୍ଧାନ୍ତ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପାହାଡ଼ର ଫଟୋ ସେୟାର କରିଥିଲେ । ଏବଂ ଲେଖିଥିଲେ ' ହିଲ୍ ଟପ୍ ର କେଉଁଠାରେ ଏକ ବେଞ୍ଚ୍ ଅଛି , ଯେଉଁଠାରେ ଆମ ବୃଦ୍ଧାବସ୍ଥାର କଥାକୁ ମୁଁ ଅପେକ୍ଷା କରିଛି '' । ନବ୍ୟା ଏହି ଫଟୋରେ ସୂର୍ଯ୍ୟ ଇମୋଜି ପୋଷ୍ଟ କରିଥିଲେ । ଉଭୟଙ୍କ ଏକପ୍ରକାର ପୋଷ୍ଟ ଦେଖି ଫ୍ୟାନ୍ସଙ୍କ ଭିତରେ  ତାଙ୍କ ଲିଙ୍କ-ଅପ୍ ଖବର ନେଇ ଚର୍ଚ୍ଚା ହୋଇଥିଲା ।   ଫ୍ୟାନ୍ସ ଅନୁମାନ କରିଛନ୍ତି ଯେ ଉଭୟ ଋଷିକେଶରେ ଅଛନ୍ତି । କାହିଁକି ନା ନବ୍ୟାଙ୍କ ଫଟୋରେ ବ୍ୟାକଗ୍ରାଉଣ୍ଡରେ ଯେଉଁ ବ୍ରିଜ୍ ଦେଖିବାକୁ ମିଳିଛି ତାହା ସିଦ୍ଧାନ୍ତଙ୍କ ପୋଷ୍ଟରେ ମଧ୍ୟ ନଜର ଆସୁଛି ।

Also Read: Likes ପାଇଁ କାହାକୁ କପି କରନ୍ତି ଅମିତାଭ ? ନିଜେ କଲେ ଖୁଲାସା

ଏହି ଖବର ନେଇ ଯେତେବେଳେ ଚର୍ଚ୍ଚା ଜୋରସୋରରେ ହୋଇଥିଲା , ସେତେବେଳେ ନବ୍ୟା ନିଜ ସୋସିଆଲ ମିଡିଆ  ପୋଷ୍ଟରେ  କିଛି ପରିବର୍ତ୍ତନ କରିଥିଲେ । ସେ ନିଜ କ୍ୟାପସନ ଏଡିଟ୍ କରିବା ସହ ଜହ୍ନ ସ୍ଥାନରେ ତାରା ର ଇମୋଜି ପୋଷ୍ଟ କରିଥିଲେ । କେବଳ ଏତିକି ନୁହେଁ ସେ ସିଦ୍ଧାନ୍ତଙ୍କ ପୋଷ୍ଟରୁ ବି ନିଜ କମେଣ୍ଟ ଡିଲିଟ୍ କରିଦେଇଛନ୍ତି ।ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିଲ୍ମ 'ଗେହରାଇୟା ' ଚଳିତ ବର୍ଷ ଫେବୃଆରୀ ୧୧ରେ ରିଲିଜ ହୋଇଥିଲା । ଏଥିରେ ଦୀପିକା ପାଦୁକୋନ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ଲିଡ୍ ରୋଲରେ ଥିଲେ ।  ସିଦ୍ଧାନ୍ତଙ୍କ ପାଖରେ ମଧ୍ୟ ବହୁତ ଫିଲ୍ମର ଅଫର ଅଛି । ଖୁବଶୀଘ୍ର ସେ କଟ୍ରିନା କୈଫ ଏବଂ ଇଶାନ ଖଟ୍ଟରଙ୍କ ସହିତ ଫିଲ୍ମ 'ଫୋନ୍ ଭୂତ' ରେ ନଜର ଆସିବେ । ଏହା ବ୍ୟତୀତ ସେ ଅନନ୍ୟା ପାଣ୍ଡେ ଏବଂ ଆଦର୍ଶ ଗୌରବଙ୍କ ସହ 'ଖୋ ଗଏ ହମ୍ କାହାଁ' ରେ ମଧ୍ୟ ନଜର ଆସିବେ ।