Urvashi Rautela: ଉର୍ବଶୀ ଋଷଭଙ୍କ ମଧ୍ୟରେ କଣ ରହିଛି ଗୁପ୍ତ ସମ୍ପର୍କ, ବଡ ଖୁଲାସା କଲେ ଏହି କ୍ରିକେଟର
Advertisement

Urvashi Rautela: ଉର୍ବଶୀ ଋଷଭଙ୍କ ମଧ୍ୟରେ କଣ ରହିଛି ଗୁପ୍ତ ସମ୍ପର୍କ, ବଡ ଖୁଲାସା କଲେ ଏହି କ୍ରିକେଟର

Urvashi Rautela: ବଲିଉଡର ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା (urvashi rautela ) । ତାଙ୍କୁ କିଏ ବା ନ ଜାଣେ। କ୍ରିକେଟର ଋଷଭ ପନ୍ତଙ୍କ ସହ ତାଙ୍କ ପ୍ରମ ସମ୍ପର୍କ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି ।

ସୌଜନ୍ୟ : ସୋସିଆଲ ମିଡିଆ

Urvashi Rautela: ବଲିଉଡର ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା । ତାଙ୍କୁ କିଏ ବା ନ ଜାଣେ। କ୍ରିକେଟର ଋଷଭ ପନ୍ତଙ୍କ ସହ ତାଙ୍କ ପ୍ରମ ସମ୍ପର୍କ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି । ଏଭଳି ପରିସ୍ଥିତିରେ ଶୁଭମନ ଗିଲ୍ (shubhman gill) ମଧ୍ୟ ଉଭୟଙ୍କ ମଧ୍ୟରେ ଥିବା ଏହି ପ୍ରେମ-ଘୃଣା ସମ୍ପର୍କ ଉପରେ ନିଜର ପକ୍ଷ ରଖିଛନ୍ତି। ଶୁଭମନ ଗିଲ ଉର୍ବଶୀ ଏବଂ ଋଷଭ ପନ୍ତଙ୍କ ସମ୍ପର୍କ ମଧ୍ୟରେ ଥିବା ସମସ୍ତ ସତ୍ୟତାକୁ ସାମ୍ନାରେ ଆଣିଛନ୍ତି।

ଶୁଭମନ ଗିଲ ଦେଲେ ଏଭଳି ବୟାନ୍ : 
ସୋସିଆଲ ମିଡିଆରେ ଶୁଭମନଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିନେତ୍ରୀ ସୋନମ ବାଜୱା ଶୁବମାନ ଗିଲଙ୍କୁ ପଚାରିଛନ୍ତି ଯେ, ଆଜିକାଲି ଋଷଭ ପନ୍ତଙ୍କୁ ଜଣେ ଅଭିନେତ୍ରୀଙ୍କ ନାମରେ ତାଙ୍କୁ ଚିଡା ଯାଉଛି, କ'ଣ ସତରେ ଆପଣଙ୍କ ଟିମରେ ବି ତାଙ୍କୁ ଏଭଳି ଚିଡା ଯାଉଛି କି ? 

 

 

ଉର୍ବଶୀଙ୍କୁ ନେଇ ବଡ କଥା :

ଏଭଳି ପରିସ୍ଥିତିରେ ଶୁଭମନ ଗିଲ ପ୍ରଶ୍ନର ଉତ୍ତର ଦେବା ବେଳେ କହିଛନ୍ତି ଯେ, ଉର୍ବଶୀ ନିଜକୁ ଅଧିକ ପ୍ରୋମସନ କରୁଛନ୍ତି, ସେ ନିଜେ କିଛି କରି ଋଷଭଙ୍କୁ ଥଟ୍ଟା କରିବାକୁ ଚେଷ୍ଟା କରନ୍ତି । ଏପରି ପରିସ୍ଥିତିରେ, ଅଭିନେତ୍ରୀ ସୋନମ ଶୁଭମନ୍ ଗିଲଙ୍କୁ ପଚାରିଛନ୍ତି ଯେ, ଉର୍ବଶୀଙ୍କ ଏସବୁ ହରକତ୍ ଦ୍ବାର ଋଷଭ ପନ୍ତ ବିଭ୍ରାନ୍ତ ହୁଅନ୍ତି କି ?

ଏହାବି ପଢନ୍ତୁ : Kaun Banega Crorepati: କେବିସି ମଞ୍ଚରେ କାର୍ତ୍ତିକ ଆର୍ଯ୍ୟାନ! ଏହି ପ୍ରତିଯୋଗୀଙ୍କ ଚେହେରା ଦେଖି ବିଗ୍ ବି ହୋଇଗଲେ ଆଶ୍ଚର୍ଯ୍ୟ

ଋଷଭ ପନ୍ତ କିଛି ଚିନ୍ତା କରନ୍ତି ନାହିଁ :
ଏଭଳି ପରିସ୍ଥିତିରେ ଶୁଭମାନ ଗିଲ ପଞ୍ଜାବୀ ଅଭିନେତ୍ରୀ ସୋନମଙ୍କୁ କହିଛନ୍ତି ଯେ, ଋଷଭ ପନ୍ତଙ୍କୁ ଏସବୁ କଥାରେ କିଛି ଫରକ ପଡେ ନାହିଁ। କାରଣ ଋଷଭ ଅନୁଭବ କରନ୍ତି ଯେ, ଏଥିରେ  କିଛି ନାହିଁ । ଏହି ଶୋ’ରେ ଶୁବମନ ଗିଲ୍ ସାରା ଅଲି ଖାନଙ୍କୁ ଡେଟ କରିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। 

ନିକଟରେ ଏକ ବିମାନରେ ସାରା ଅଲି ଖାନ ଓ ଶୁଭମନ ଗିଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ପୂର୍ବରୁ ଉଭୟ ଏକ ରେସ୍ତୋରାଁରେ ମଧ୍ୟ ଏକାଠି ନଜର ଆସିଥିଲେ । ବର୍ତ୍ତମାନ ଚାଟ୍ ଶୋ 'ଦିଲ୍ ଦିୟା ଗଲ୍ଲା' ସମୟରେ ତାଙ୍କୁ ସାରା ଅଲି ଖାନଙ୍କୁ ଡେଟ କରୁଛନ୍ତି କି ବୋଲି ପଚରାଯାଇଥିଲା । ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, 'ବୋଧହୁଏ' । ତାଙ୍କୁ ଏ ବିଷୟରେ ଅଧିକ ଉତ୍ସାହିତ କରାଯାଇଥିଲା ଓ ସାରାଙ୍କୁ ନେଇ ସମ୍ପୂର୍ଣ୍ଣ ସତ୍ୟତା କହିବା ପାଇଁ କୁହାଯାଇଥିଲା । ଏହା ଉପରେ ସେ କହିଥିଲେ, ସେ ସମ୍ପୂର୍ଣ୍ଣ ସତ୍ୟ କହିଛନ୍ତି । ବୋଧହୁଏ ହଁ, ବୋଧହୁଏ ନା' । ଏହି ଶୋ’ରେ ଶୁଭମନଙ୍କୁ ମଧ୍ୟ ପଚରାଯାଇଥିଲା ଯେ ତାଙ୍କ ଅନୁଯାୟୀ ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ କିଏ? ଏହାର ଉତ୍ତର ସେ କହିଥିଲେ ସାରା । ଶୁଭମନଙ୍କ ଏହି ଜବାବ ପରେ, ଏହାକୁ ନେଇ ଚର୍ଚ୍ଚା ମଧ୍ୟ ତୀବ୍ର ହୋଇଛି ଯେ ଉଭୟଙ୍କ ମଧ୍ୟରେ କିଛି ତ ଚାଲୁଛି ।