Celebs Reveal Disease in 2022: ବର୍ଷ ୨୦୨୨ରେ ସମନ୍ଥାଙ୍କ ଠାରୁ ଆରମ୍ଭ କରି ଦୀପିକା, ଖୋଲିଥିଲେ ନିଜର ରୋଗର ସିକ୍ରେଟ
Advertisement

Celebs Reveal Disease in 2022: ବର୍ଷ ୨୦୨୨ରେ ସମନ୍ଥାଙ୍କ ଠାରୁ ଆରମ୍ଭ କରି ଦୀପିକା, ଖୋଲିଥିଲେ ନିଜର ରୋଗର ସିକ୍ରେଟ

Celebs Reveal Disease in 2022: ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୨ ଆସିବ ୨୦୨୩ । ଏହି ବର୍ଷ କିଛି ତାରକାଙ୍କ ପାଇଁ ଭଲରେ କଟିଥିବା ବେଳେ ଆଉ କିଛି ତାରକାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଏପରିକି ମେଡିକାଲରେ ମଧ୍ୟ ଭର୍ତ୍ତି ହୋଇ ଚିକିତ୍ସିତ ମଧ୍ୟ ହେଉଥିଲେ। ଯାହା ସେମାନଙ୍କ ଫ୍ୟାନ୍ସକୁ ବିବ୍ରତ କରିଥିଲା।

Celebs Reveal Disease in 2022: ବର୍ଷ ୨୦୨୨ରେ ସମନ୍ଥାଙ୍କ ଠାରୁ ଆରମ୍ଭ କରି ଦୀପିକା, ଖୋଲିଥିଲେ ନିଜର ରୋଗର ସିକ୍ରେଟ

Celebs Reveal Disease in 2022: ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୨ ଆସିବ ୨୦୨୩ । ଏହି ବର୍ଷ କିଛି ତାରକାଙ୍କ ପାଇଁ ଭଲରେ କଟିଥିବା ବେଳେ ଆଉ କିଛି ତାରକାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଏପରିକି ମେଡିକାଲରେ ମଧ୍ୟ ଭର୍ତ୍ତି ହୋଇ ଚିକିତ୍ସିତ ମଧ୍ୟ ହେଉଥିଲେ। ଯାହା ସେମାନଙ୍କ ଫ୍ୟାନ୍ସକୁ ବିବ୍ରତ କରିଥିଲା। ସାଉଥ ଅଭିନେତ୍ରୀ ସାମନ୍ଥାଙ୍କ ଠାରୁ ଆରମ୍ଭ କରି ଦୀପିକା ପାଦୁକୋନ୍ ପର୍ଯ୍ୟନ୍ତ ।  ଏହି ସେଲିବ୍ରେଟମାନଙ୍କ ଅସୁସ୍ଥତା ଖବର ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ଷସାରା, ଅନେକ ସେଲିବ୍ରେଟ୍ ମଧ୍ୟ ସେମାନଙ୍କର ବିରଳ ରୋଗ ବିଷୟରେ କଥାବାର୍ତ୍ତା କରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିଲେ ।  

ସାମନ୍ଥା ରୁଥ ପ୍ରଭୁ : ସାଉଥ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ୨୦୨୨ ଅକ୍ଟୋବରରେ ସେ ମାୟୋସିଟିସ୍ (Myositis) ରୋଗରେ ପୀଡିତ ହୋଇଥିଲେ । ଅଭିନେତ୍ରୀ ଏହି ଖବର ଇନଷ୍ଟା ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ ଜଣାଇ ଥିଲେ। ଏହା ଏକ ବିରଳ ରୋଗ । ଏପରିକି ସେ ଏହି ରୋଗରେ ପୀଡିତ ହେବାର କିଛି ଦିନ ପର୍ଯ୍ୟନ୍ତ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ।  ଏହି ପୋଷ୍ଟରରେ ତାଙ୍କ ଚିକିତ୍ସା ଅବସ୍ଥା ବିଷୟରେ ମଧ୍ୟ ଅଭିନେତ୍ରୀ କହିଥିଲେ।

ବରୁନ ଧୱନ : ସର୍ବଦା ଫିଟ୍ ଦେଖାଯାଉଥିବା ବଲିଉଡ ଅଭିନେତା ବରୁନ ଧୱନ ମଧ୍ୟ ଏକ ଗୁରୁତର ରୋଗରେ ପୀଡିତ ହୋଇଥିଲେ। ଅଭିନେତା ବରୁଣ ଧୱନ୍ 'ଭେଣ୍ଟିବୁଲାର ହାଇଫୋପଙ୍କସନ୍' ନାମକ ଗୁରୁତର ରୋଗରେ ପୀଡିତ ଥିଲେ । 'ଭେଷ୍ଟିବୁଲାର ହାଇଫୋପଙ୍କସନ୍' ରୋଗରେ ସଙ୍କ୍ରମିତ ବ୍ୟକ୍ତିଠାରେ ବାନ୍ତି ସମସ୍ୟା ଦେଖାଯାଏ । ଏଥିରୁ ଆରୋଗ୍ୟ ଲାଭ କରିବା ପାଇଁ ଦୀର୍ଘ ସମୟ ଲାଗିଥାଏ । ଏହାକୁ ଆଣ୍ଟିଫଙ୍ଗାଲ କିମ୍ବା ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରାଯାଇପାରେ । କାନରେ ରକ୍ତ ସଞ୍ଚାଳନ କମିଯିବାରୁ ଶୁଣିବାରେ ସମସ୍ୟା ହେବା ସହ ମୁଣ୍ଡ ବୁଲାଇବା , କୌଣସି କାମରେ ମନନଲାଗିବା ପରି ସମସ୍ୟା ସୃଷ୍ଟି ହୁଏ । ସବୁଠାରୁ ବଡ ସମସ୍ୟା ହେଉଛି ଆଖିର ଦୃଷ୍ଟିଶକ୍ତି ମଧ୍ୟ କମିଯାଏ । 

ଫାତିମା ସନା ଶେଖ୍ : 'ଦଙ୍ଗଲ'ର ଲୋକପ୍ରିୟ ଅଭିନେତ୍ରୀ ଫାତିମା ସନା ଶେଖ୍ । ବର୍ଷ ଶେଷରେ କହିଥିଲେ ଯେ, ସେ 'ଏପେଲେପ୍ସି' ରୋଗରେ ପୀଡିତ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିନେତ୍ରୀ ତାଙ୍କ ଚିକିତ୍ସା ଅବସ୍ଥା ଏବଂ ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ କହିଥିଲେ।

ସେଲିନା ଗୋମେଜ: ହଲିଉଡ ଅଭିନେତ୍ରୀ ତଥା ଗାୟକ ସେଲିନା ଗୋମେଜ । ତାଙ୍କ ମାନସିକ ସ୍ବାସ୍ଥବସ୍ଥା ବିଷୟରେ ୨୦୨୨ ମସିହାରେ ତାଙ୍କ ଡକ୍ୟୁମେଣ୍ଟାରୀ 'ମାଇ ମାଇଣ୍ଡ ଆଣ୍ଡ ମେ' ରେ କଥା ହୋଇଛନ୍ତି। ଯେଉଁଥିରେ ଅଭିନେତ୍ରୀ କହିଥିଲେ ଯେ, ସେ ମାନଷିକ ରୋଗରେ ପୀଡିତ ଅଛନ୍ତି । 

ଦୀପିକା ପାଦୁକୋନ: ଆଜିକାଲି ଦୀପିକା ପାଦୁକୋନ ତାଙ୍କ ଫିଲ୍ମ 'ପଠାନ' କୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଦୀପିକା ପାଦୁକୋନ ପ୍ରୋଜେକ୍ଟ କେ' ପାଇଁ ସୁଟିଂ କରିବା ପରେ ମୁମ୍ବାଇ ଫେରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ଦୀପିକାଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ତାଙ୍କର ଅନେକ ପରୀକ୍ଷା କରାଯାଇଥିଲା। ଦୀପିକାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣି ତାଙ୍କ ପ୍ରଶଂସକମାନେ ବିବ୍ରତ ହୋଇ ପଡିଥିଲେ।