ସଲମାନ ଖାନଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ
Advertisement

ସଲମାନ ଖାନଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ

Salman Khan Death Threat: ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ନେଇ ଏକ ଧମକ ପୂର୍ଣ୍ଣ ଚିଠି ମିଳିଛି । ଏହି ଘଟଣାରେ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି ।

 

ଫାଇଲ ଫଟୋ

Salman Khan Death Threat: ବଲିଉଡ଼ ଭାଇଜାନ ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ନେଇ ଏକ ଧମକ ପୂର୍ଣ୍ଣ ଚିଠି ମିଳିଛି । ଯେତେବେଳେ ସଲମାନ ଖାନଙ୍କ ପିତା ସକାଳେ ଜଗିଂ କରିବାକୁ ଯାଇ ଏକ ବେଞ୍ଚରେ ବସିଥିଲେ, ସେତେବେଳେ ତାଙ୍କୁ ଏବଂ ତାଙ୍କ ପୁଅ ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ନେଇ ଏକ ଧମକ ପୂର୍ଣ୍ଣ ଚିଠି ମିଳିଥିଲା ।

ଏହି ଚିଠିରେ ଲେଖାଯାଇଛି ଯେ ସଲମାନ ଖାନଙ୍କୁ ମଧ୍ୟ ସିଦ୍ଧୁ ମୁସେୱାଲା କରିଦେବେ । ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ସଲିମ ଖାନଙ୍କୁ ଏହି ଚିଠିକୁ ସକାଳ ୭:୩୦ ରୁ ୮:୦୦ ମଧ୍ୟରେ ମିଳିଥିଲା । ବାନ୍ଦ୍ରା ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ନିକଟରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଦିନ-ଦ୍ୱିପ୍ରହରେ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କୁ ଏକାଥରେ ଅନେକ ଲୋକ ଆକ୍ରମଣ କରି ପ୍ରାୟ ୨୫ରୁ ୩୦ ରାଉଣ୍ଡ ଗୁଳି ମାରିଥିଲେ । ଏହି ଆକ୍ରମଣରେ ସେ ପ୍ରାଣ ହରାଇଥିଲେ । ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଦେଖିବାକୁ ମିଳିଛି । ଏହି ସମୟରେ ସଲମାନ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ପାଇବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

fallback

ସଲମାନ ଖାନ ନିକଟରେ ଆୟୋଜିତ ହୋଇଥିବା IIFA 2022 ର ହୋଷ୍ଟ କରୁଥିବାର ନଜର ଆସିଥିଲେ । ଆୱାର୍ଡ କାର୍ଯ୍ୟକ୍ରମର ହୋଷ୍ଟ କରୁଥିବା ସଲମାନଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାଇରାଲ ହେବାରେ ଲାଗିଛି । IIFA 2022 କାର୍ଯ୍ୟକ୍ରମ ଆବୁଧାବିରେ ହୋଇଥିଲା । ସଲମାନ ବର୍ତ୍ତମାନ ମୁମ୍ବାଇ ଫେରିଛନ୍ତି ।

ସଲମାନ ଖାନ ଖୁବ ଶୀଘ୍ର ଟାଇଗର ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ । ସେ ଖୁବ୍ ଶୀଘ୍ର ନିଜର ଆଗାମୀ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ'ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ପୂଜା ହେଗଡେ, ଶାହନାଜ ଗିଲ ତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହା ବି ପଢ଼ନ୍ତୁ: Russia Ukraine War: ମଉଳିଲା ଶାନ୍ତିର ଆଶା! ପୁଣିଥରେ ୟୁକ୍ରେନ ଉପରେ ମିସାଇଲ ଆଟାକ୍ କଲା ଋଷ

ଏହା ବି ପଢ଼ନ୍ତୁ: ପାର୍ଟିରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ନୁପୁର; କହିଲେ- 'ମହାଦେବଙ୍କ ଅପମାନ ...'