SSR Birth Anniversary: ସୁଶାନ୍ତଙ୍କୁ ଭୁଲିପାରୁନାହାଁନ୍ତି ରିୟା,ପୋଷ୍ଟ ଦେଖି ଲୋକେ କହିଲେ 'ତୁମକୁ କ୍ଷମା ମିଳିବ ନାହିଁ'
Advertisement

SSR Birth Anniversary: ସୁଶାନ୍ତଙ୍କୁ ଭୁଲିପାରୁନାହାଁନ୍ତି ରିୟା,ପୋଷ୍ଟ ଦେଖି ଲୋକେ କହିଲେ 'ତୁମକୁ କ୍ଷମା ମିଳିବ ନାହିଁ'

SSR Birth Anniversary: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଆଜିବି ଲୋକମାନେ ସ୍ୱର୍ଗତ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରିନାହାଁନ୍ତି । ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି । ଆଜି ସୁଶାନ୍ତଙ୍କର ଜନ୍ମ ଜୟନ୍ତୀ । ଏନେଇ ତାଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଇଁ ଏକ ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ସୁଶାନ୍ତ ଓ ରିୟାଙ୍କ  ହାତରେ ଦୁଇଟି କପ ଥିବା ଦେଖିବାକୁ ମିଳିଛି । ଏବଂ ଫଟୋରେ ଉଭୟ ହସୁଥିବା ଦେଖିବାକୁ ମିଳିଛି । ତେବେ, ରିୟାଙ୍କ ଏହି ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ କରିବା ସହ ଲାଇକ୍ ମଧ୍ୟ କରିଛନ୍ତି ।  ଆଉ କେତେକ ପ୍ରଶଂସକ ଦୁଃଖ ଜଣାଇଛନ୍ତି। ଜଣେ ୟୁଜର୍ସ ଏହି ଫଟୋରେ କମେଣ୍ଟ କରି ଲେଖିଛନ୍ତି ଯେ, ‘ଏହି ପୋଷ୍ଟ କରି କୌଣସି ଫାଇଦା ନାହିଁ,ଲୋକେ ତୁମକୁ କ୍ଷମା କରିବେ ନାହିଁ। ’ସେହିପରି ସୁଶାନ୍ତଙ୍କ ଭଉଣୀ ସ୍ବତା ସିଂ କିର୍ତ୍ତୀ ମଧ୍ୟ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୁଶାନ୍ତଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି । ଏବଂ ଭାବ ବିହ୍ବଳ ହୋଇ ଏକ ଲମ୍ବା କ୍ୟାପସନ ମଧ୍ୟ ଫଟୋରେ ଲେଖିଛନ୍ତି । 

SSR Birth Anniversary: ସୁଶାନ୍ତଙ୍କୁ ଭୁଲିପାରୁନାହାଁନ୍ତି ରିୟା,ପୋଷ୍ଟ ଦେଖି ଲୋକେ କହିଲେ 'ତୁମକୁ କ୍ଷମା ମିଳିବ ନାହିଁ'

SSR Birth Anniversary: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଆଜିବି ଲୋକମାନେ ସ୍ୱର୍ଗତ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରିନାହାଁନ୍ତି । ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି । ଆଜି ସୁଶାନ୍ତଙ୍କର ଜନ୍ମ ଜୟନ୍ତୀ । ଏନେଇ ତାଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଇଁ ଏକ ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ସୁଶାନ୍ତ ଓ ରିୟାଙ୍କ  ହାତରେ ଦୁଇଟି କପ ଥିବା ଦେଖିବାକୁ ମିଳିଛି । ଏବଂ ଫଟୋରେ ଉଭୟ ହସୁଥିବା ଦେଖିବାକୁ ମିଳିଛି । ତେବେ, ରିୟାଙ୍କ ଏହି ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ କରିବା ସହ ଲାଇକ୍ ମଧ୍ୟ କରିଛନ୍ତି ।  ଆଉ କେତେକ ପ୍ରଶଂସକ ଦୁଃଖ ଜଣାଇଛନ୍ତି। ଜଣେ ୟୁଜର୍ସ ଏହି ଫଟୋରେ କମେଣ୍ଟ କରି ଲେଖିଛନ୍ତି ଯେ, ‘ଏହି ପୋଷ୍ଟ କରି କୌଣସି ଫାଇଦା ନାହିଁ,ଲୋକେ ତୁମକୁ କ୍ଷମା କରିବେ ନାହିଁ। ’

ସେହିପରି ସୁଶାନ୍ତଙ୍କ ଭଉଣୀ ସ୍ବତା ସିଂ କିର୍ତ୍ତୀ ମଧ୍ୟ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୁଶାନ୍ତଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି । ଏବଂ ଭାବ ବିହ୍ବଳ ହୋଇ ଏକ ଲମ୍ବା କ୍ୟାପସନ ମଧ୍ୟ ଫଟୋରେ ଲେଖିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ସୁଶାନ୍ତ ଦୁଇଟି କୁନି ପିଲାଙ୍କ ସହ ଖେଳୁଛନ୍ତି । 

 

Also Read : KL Rahul Athiya Shetty Wedding: ଆଜିଠୁ ପ୍ରି ୱେଡିଂ ସେରିମନି, ଜାଣନ୍ତୁ କେଉଁମାନେ ହେବେ ସାମିଲ

Also Read : Pathaan Advance Booking In India: ଭାରତରେ ‘ପଠାନ୍‌‌’କ୍ରେଜ୍, ରିଲିଜ୍ ପୂର୍ବରୁ ଆୟ କଲାଣୀ ଏତିକି କୋଟି

ସୂଚନା ଅନୁସାରେ, ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ଘରୁ ମୃତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରିଥିଲା। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇଯାଇଥିଲା ପୁରା ବଲିଉଡ୍ । ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ପରିବାର,ବନ୍ଧୁବାନ୍ଧବ,ଫ୍ୟାନ୍ସ ଏବଂ ସାଥୀ କଳାକାର। ପରେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। 

ପୋଲିସ ମାମଲାର ଯାଞ୍ଚ କରିବା ପରେ ସାମ୍ନାକୁ ଆସିଥିଲା ବଲିଉଡରେ  ଡ୍ରାଗ୍ସ  ଓ ଗଞ୍ଜେଇ କାରବାର ଲିଙ୍କ୍। ପରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ତ  ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଲଖ କରିଥିଲା ଏନସିବି। ରିୟା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅନେକ ଥର ଡ୍ରାଗ୍ସ କ୍ରୟ କରିବା ସହ ତାଙ୍କୁ ନିୟମିତ ଡ୍ରଗ୍ସ ଯୋଗାଇ ଆସୁଥିବା ଏନସିବି ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଏହି ମାମଲାରେ ୩୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ମୋଟ ୩୮ଟି ମାମଲା ଦାଏର କରାଯାଇଥିଲା । ଏଥିରେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିଲେ । 

ନିକଟରେ ସୁଶାନ୍ତଙ୍କ ପୋଷ୍ଟମର୍ଟମକୁ ନେଇ ମଧ୍ୟ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା।  କପୁର୍ ହସ୍ପିଟାଲ ଡାକ୍ତରଖାନାର ଜଣେ କର୍ମଚାରୀଙ୍କ ବିବୃତ୍ତି ଏକ ଆଲୋଡ଼ନ ସୃଷ୍ଟି କରିଥିଲା। କର୍ମଚାରୀ ଦାବି କରିଥିଲେ ଯେ , ସୁଶାନ୍ତଙ୍କ ମୃତଦେହ ଦେଖି ସେ ଏହା ଆତ୍ମହତ୍ୟା ମାମଲା ବୋଲି ଅନୁଭବ କରିନ ଥିଲେ । ରୂପକୁମାର ଶାହା କହିଥିଲେ- ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ଆମେ କପୁର୍ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ୫ ଟି ମୃତଦେହ ପାଇଥିଲୁ। ଏଥିମଧ୍ୟରୁ ଭିଭିଆଇପି ସୁଶାନ୍ତଙ୍କ ଶରୀର ଥିଲା। ମୁଁ ମୋର ସିନିୟରଙ୍କ ନିକଟକୁ ଯାଇ କହିଲି ଯେ ଏହା ଆତ୍ମହତ୍ୟା ଭଳି ଘଟଣା ନୁହେଁ। ସୁଶାନ୍ତଙ୍କ ବେକରେ ଥିବା ଚିହ୍ନଟି ରଶିର ଦାଗ ପରି ମନେ ହେଉ ନାହିଁ । କିନ୍ତୁ ମୋର ସିନିୟର ଏହି ମାମଲାକୁ ସ୍ଥଗିତ ରଖିଥିଲେ।