‘ସାମି ସାମି’ଗୀତରେ କୁନି ଝିଅର ଜବରଦସ୍ତ ଡ୍ୟାନ୍ସ ଭିଡିଓ ଭାଇରାଲ : ଅଭିନେତ୍ରୀ ରଶ୍ମିକା ମନ୍ଦନା କଲେ ଏମିତି କିଛି ପୋଷ୍ଟ
Advertisement

‘ସାମି ସାମି’ଗୀତରେ କୁନି ଝିଅର ଜବରଦସ୍ତ ଡ୍ୟାନ୍ସ ଭିଡିଓ ଭାଇରାଲ : ଅଭିନେତ୍ରୀ ରଶ୍ମିକା ମନ୍ଦନା କଲେ ଏମିତି କିଛି ପୋଷ୍ଟ

Rashmika Mandanna : ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା(Rashmika Mandanna )ଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ଦ ରାଇଜ' (Pushpa The Rise) । ଫିଲ୍ମଟି ବକ୍ସ ଅଫିସରେ ହିଟ କରିଥିଲା। ରଶ୍ମିକା ମନ୍ଦନା ଓ ଅଲୁ ଅର୍ଜୁନଙ୍କ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ। ଫିଲ୍ମଟି ଭଲ ବ୍ୟବସାୟ କରିବା ସହିତ ଗୀତ ଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ଥିଲା। 

ସୌଜନ୍ୟ : ସୋସିଆଲ ମିଡିଆ

Rashmika Mandanna : ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା(Rashmika Mandanna )ଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ଦ ରାଇଜ' (Pushpa The Rise) । ଫିଲ୍ମଟି ବକ୍ସ ଅଫିସରେ ହିଟ କରିଥିଲା। ରଶ୍ମିକା ମନ୍ଦନା ଓ ଅଲୁ ଅର୍ଜୁନଙ୍କ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ। ଫିଲ୍ମଟି ଭଲ ବ୍ୟବସାୟ କରିବା ସହିତ ଗୀତ ଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ଥିଲା।  ଖାସ କରି ମୁଭିରେ ଥିବା ଗୀତ ‘ସାମି ସାମି’ (Saami Saami) ବେଶ୍ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲା । ଏ ଗୀତରେ ରଶ୍ମିକା ମନ୍ଦନା ଅଭିନୟ କରିଥିଲେ। 

ତେବେ, ଏ ଗୀତର କ୍ରେଜ ମଧ୍ୟ ବର୍ତ୍ତମାନ ରହିଛି। ତେବେ, ଏ ଗୀତରେ ଏକ କୁନି ଝିଅ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  ଏ ଡ୍ୟାନ୍ସ ଭିଡିଓଟିକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦନା।  କୁନି ଝିଅର ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିବା ସହ ସେଥିରେ କିଛି କ୍ୟାପସନ ମଧ୍ୟ ଲେଖିଛନ୍ତି। ରଶ୍ମିକା ଭିଡିଓରେ ଲେଖିଛନ୍ତି ଯେ, ‘ମେଡ ମାଇଁ ଡେ , ଆଇ ଓ୍ବାଣ୍ଟ ଟୁ ମିଟ୍ ଦିସ କ୍ୟୁଟ, ହାଓ କ୍ୟାନ ଆଇ’?  ତେବେ, ଏ କୁନି ଫ୍ୟାନ୍ସକୁ ଭେଟିବାକୁ ଚାହୁଁଛନ୍ତି ରଶ୍ମିକା ବୋଲି କ୍ୟାପସନରେ ଲେଖିଛନ୍ତି । ଅଭିନେତ୍ରୀ ରଶ୍ମିକା ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ କୁନି ଝିଅ ସ୍କୁଲ ଡ୍ରେସରେ ନିଜ ସାଙ୍ଗ ମାନଙ୍କ ସହ ସାମି ସାମି ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । କ୍ୟୁ଼ଟ ଏକ୍ସପ୍ରେସନ ସହ ଧମାକାଦାର ଡ୍ୟାନ୍ସ କରୁଛି  ।  ଯାହା ସମସ୍ତଙ୍କ ମନକୁ ବେଶ ଛୁଇଁଛି । ତେବେ, ଭିଡିଓରେ କାଫି କମେଣ୍ଟ ଓ ଲାଇକ ମଧ୍ୟ ଆସିଛି। ୨୦୨୧ ଡିସେମ୍ବର ୧୭ରେ ପରଦାକୁ ଆସିଥିଲା ଫିଲ୍ମ ପୁଷ୍ପା । ଫିଲ୍ମଟି ବକ୍ସ ଅଫିସରେ ହିଟ୍ କରିଥିବା ବେଳେ ମୁଭିଟି ୧୭୦ -୨୦୦ କୋଟି ବଜେଟରେ ନିର୍ମାଣ ହୋଇଥିଲା।

ଏହାବି ପଢନ୍ତୁ  : Brahmastra Film: ଡାଇଲଗ ପାଇଁ ଟ୍ରୋଲ ହେଲେ ଆଲିଆ, ସୋସିଆଲ ମିଡିଆରେ ଫ୍ୟାନ୍ସ କଲେ କିଛି ଏମିତି ପୋଷ୍ଟ

Watch Video

ବକ୍ସ ଅଫିସରେ ୩୫୫ ରୁ ୩୬୫ କୋଟି ରୋଜଗାର କରିଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ଅଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା । ଫିଲ୍ମର ନିର୍ଦ୍ଦେଶକ ଥିଲେ ସୁକୁମାର । ଫିଲ୍ମ 'ପୁଷ୍ପା' ର କାହାଣୀ ଆନ୍ଧ୍ରପ୍ରଦେଶର ପାହାଡରେ ନାଲି ଚନ୍ଦନ ଚୋରା ଚାଲାଣ ଉପରେ ଆଧାରିତ । ଏଥିରେ ଅଲୁ ଅର୍ଜୁନ 'ପୁଷ୍ପା' ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଲୁ ଜଣେ ଚନ୍ଦନ ଚୋରା ଚାଲାଣକାରୀ ଭୂମିକାରେ ଅଭିନୟ କରିଥିଲେ। ତେବେ ଏ ଫିଲ୍ମର ଦ୍ବିତୀୟ ଭାଗ (Pushpa: The Rule -Part 2) ର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ, ଚଳିତ ବର୍ଷ ଡିସେମ୍ବରରେ ଫିଲ୍ମ ପୁଷ୍ପା ପାର୍ଟ ୨ (Pushpa: The Rule - Part 2) ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ,  ପୁଷ୍ପା ପାର୍ଟ ଟୁ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି  ଫିଲ୍ମର ଷ୍ଟାର କାଷ୍ଟ ।