ରିଲିଜ ହେଲା 'ଜୟେଶ ଭାଇ ଜୋରଦାର' ଟ୍ରେଲର
Advertisement

ରିଲିଜ ହେଲା 'ଜୟେଶ ଭାଇ ଜୋରଦାର' ଟ୍ରେଲର

ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ଜୟେଶ ଭାଇ ଜୋରଦାରର ଟ୍ରେଲର । ଏଥିରେ ରଣବୀରଙ୍କ ଭୂମିକା ବହୁତ  ବେଶ ଜୋରଦାର  ରହିଛି ।

 

ରିଲିଜ ହେଲା 'ଜୟେଶ ଭାଇ ଜୋରଦାର' ଟ୍ରେଲର

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ରଣବୀର ସିଂହଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ବହୁତ ପସନ୍ଦ କରନ୍ତି ।ପରଦାରେ ଧମାଲ କରିବାର ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରଣବୀର ସିଂହ ।ରଣବୀର ଯେକୌଣସି ଫିଲ୍ମ କରନ୍ତୁ ନା କାହିଁକି , ସବୁ ଫିଲ୍ମରେ ରଣବୀରଙ୍କ ଦମଦାର ଅଭିନୟ ଆଉ ଶାନଦାର ଡାଇଲଗ ଡେଲିଭରି ଦେଖିବାକୁ ମିଳେ ।ସେଥିପାଇଁ ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଏବେ ରଣବୀରଙ୍କ ପ୍ରଶସଂକଙ୍କ ପାଇଁ ଖୁସି ଖବର ଆସିଛି ।ଆଜି ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ଜୟେଶ ଭାଇ ଜୋରଦାରର ଟ୍ରେଲର । ଏଥିରେ ରଣବୀରଙ୍କ ଭୂମିକା ବହୁତ  ବେଶ ଜୋରଦାର  ରହିଛି ।

ଫିଲ୍ମରେ ରଣବୀର ସିଂହ (Ranveer Singh) ଗୁଜରାଟୀ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବ । ସେହିପରି ଅଭିନେତା ବୋମନ ଇରାନୀ(Boman Irani) ରଣବୀରଙ୍କ ବାପା ଏବଂ ଗାଁର ସରପଞ୍ଚ ଭୂମିକାରେ ନଜର ଆସିବେ । ୧ ମିନିଟ୍ ୨୩ ସେକେଣ୍ଡର ଜୟେଶ ଭାଇ ଜୋରଦାର ଟ୍ରେଲର ଆରମ୍ଭ  ଗୋଟିଏ ଛୋଟ ଝିଅର ଅଭିଯୋଗରୁ ହୋଇଛି । ଯିଏ ସରପଞ୍ଚଙ୍କ ସାମ୍ନାରେ ଗାଁରେ ଥିବା  ସ୍କୁଲ ସାମ୍ନାରେ ମଦ ପିଉଥିବା କିଛି  ବଦମାସ ପିଲାଙ୍କ ବିଷୟରେ ଅଭିଯୋଗ କରୁଛି । ଆଉ ତା ପରେ ସରପଞ୍ଚ ଦେଇଥିବା ଉତ୍ତରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।ଏହି ଫିଲ୍ମରେ ଅଭିନେତ୍ରୀ ଅଛନ୍ତି ଶାଲିନୀ ପାଣ୍ଡେ (Shalini Pandey ) । ତେଲୁଗୁର ସୁପରହିଟ୍ ଫିଲ୍ମ ଅର୍ଜୁନ ରେଡ୍ଡୀରେ ନଜର ଆସିଥିଲେ ଶାଲିନୀ ପାଣ୍ଡେ ।ଏହି ଫିଲ୍ମରେ ସେ ପ୍ରୀତି ଭୂମିକା ନିଭାଇଥିଲେ ଏବଂ ତାଙ୍କ ସହ ଥିଲେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଏହି ଫିଲ୍ମ ପରେ ଦର୍ଶକଙ୍କୁ ଅଭିନେତ୍ରୀ ଶାଲିନୀଙ୍କ କ୍ୟୁଟନେସ୍ ବହୁତ ପସନ୍ଦ ଆସିଥିଲା ।

Also Read: ଫେରିବେ ମନ୍ଦାକିନୀ

ଏବେ ସେ ଜୟେଶ ଭାଇ ଜୋରଦାର ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି  ।ଏହି ଫିଲ୍ମ ଚଳିତ ବର୍ଷ ମେ ୧୩ ତାରିଖରେ ରିଲିଜ ହେବ ବୋଲି ଜଣାପଡ଼ିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟାଙ୍ଗ ଠାକର ।
ନିଜ କୁଲ ଅନ୍ଦାଜ ଏବଂ ଅଜବଗଜବ ଫ୍ୟାସନ ସେନ୍ସ ପାଇଁ ମଧ୍ୟ ରଣବୀର ସିଂହ ଲାଇମ ଲାଇଟରେ ରୁହନ୍ତି । ଗତ ବର୍ଷ ରଣବୀର ସିଂହଙ୍କ ଫିଲ୍ମ ୮୩ ରିଲିଜ ହୋଇଥିଲା ।ଜୟେଶ ଭାଇ ଜୋରଦାର ଫିଲ୍ମ ପାଇଁ ମଧ୍ୟ ରଣବୀର ସିଂହ କଠିନ ପରିଶ୍ରମ କରିଛନ୍ତି । ରଣବୀରଙ୍କ ହାତରେ ଏବେ ଅନେକ ବିଗ୍ ପ୍ରୋଜେକ୍ଟ ଫିଲ୍ମ ରହିଛି । ରକି ଅର ରାନୀ ଫିଲ୍ମରେ ନଜର ଆସିବେ ରଣବୀର ସିଂହ ।

ଦେଖନ୍ତୁ ଟ୍ରେଲର