Rakhi Sawant: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଗିରଫ କଲା ପୋଲିସ! ଆଦିଲ ଖାନ ଦୁର୍ରାନୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ
Advertisement

Rakhi Sawant: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଗିରଫ କଲା ପୋଲିସ! ଆଦିଲ ଖାନ ଦୁର୍ରାନୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ

Rakhi Sawant: ରାକ୍ଷୀ ସାୱନ୍ତ ବର୍ତ୍ତମାନ ନିଜ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ଆଦିଲ ତାଙ୍କ ଟଙ୍କା ଓ ଅଳଙ୍କାର ନେଇଛନ୍ତି । ରାକ୍ଷୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ଠକାମିର ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ଆଦିଲ ଖାନ ଦୁର୍ରାନୀଙ୍କୁ ଅଟକ ରଖିଛି । 

Rakhi Sawant: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଗିରଫ କଲା ପୋଲିସ! ଆଦିଲ ଖାନ ଦୁର୍ରାନୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ

Rakhi Sawant Husband Adil Khan Durrani: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ (Rakhi Sawant) ଓ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁର୍ରାନୀ (Adil Khan Durran) ଙ୍କ ମଧ୍ୟରେ ଦୂରତା ବହୁତ ବଢ଼ି ଯାଇଛି । ନିକଟ ଅତୀତରେ ନିଜ ପତିଙ୍କ ବିଷୟରେ ରାକ୍ଷୀ ସାୱନ୍ତ ଗଣମାଧ୍ୟମ ସମ୍ମୁଖରେ ଅନେକ ବୟାନ ଦେଇଛନ୍ତି । ଏହି ସମୟରେ ରାକ୍ଷୀ ସାୱନ୍ତ ବର୍ତ୍ତମାନ ନିଜ ସ୍ୱାମୀ ଆଦିଲ ଦୁର୍ରାନୀ (Adil Durran) ଙ୍କ ବିରୋଧରେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ଆଦିଲ ତାଙ୍କ ଟଙ୍କା ଓ ଅଳଙ୍କାର ନେଇଛନ୍ତି । ରାକ୍ଷୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ଠକାମିର ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ଆଦିଲ ଖାନ ଦୁର୍ରାନୀଙ୍କୁ ଅଟକ ରଖିଛି । ମୁମ୍ବାଇ ପୋଲିସ (Mumbai Police) ଆଦିଲଙ୍କୁ ପଚରାଉଚରା କରୁଛି ।

ଆପଣଙ୍କୁ କହି ରଖୁଛୁ ଯେ, ରାକ୍ଷୀ ସାୱନ୍ତ (Rakhi Sawant) ଙ୍କ ଅଭିଯୋଗ ଉପରେ ମୁମ୍ୱାଇ ପୋଲିସ (Mumbai Police) ତାଙ୍କ ସ୍ୱାମୀ ଆଦିଲ ଖାନ ଦୁର୍ରାନୀ (Adil Khan Durran) ଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ କରିଥିଲା । ଆଇପିସିର ଧାରା ୪୦୬ ଓ ୪୨୦ ଅନୁଯାୟୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଛି । ଏହା ପରେ ଆଦିଲ ଖାନଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଛି । ଘଟଣାର ତଦନ୍ତ କରାଯାଉଥିବା କଥା ପୋଲିସ କହିଛି ।  ବର୍ତ୍ତମାନ ଆଦିଲ ଖାନ ଦୁର୍ରାନୀଙ୍କୁ ଓଶିୱାରା ପୋଲିସ ଷ୍ଟେସନରେ ଅଟକ ରଖାଯାଉଛି ଓ ତାଙ୍କୁ ପଚରାଉଚରା କରାଯାଉଛି ।

ଅଧିକ ପଢ଼ନ୍ତୁ:-ଧୋନିଙ୍କ ରାଜନୀତିର ଶିକାର ହୋଇଥିଲେ ଏସବୁ ଖେଳାଳି!

ଅଧିକ ପଢ଼ନ୍ତୁ:-କିମ ଜୋଙ୍ଗ ନିଖୋଜ! ଉତ୍ତର କୋରିଆରେ ହାଇ ଆଲର୍ଟ ଜାରି

ଉଲ୍ଲେଖନୀୟ କଥା ହେଉଛି, ନିକଟ ଅତୀତରେ ରାକ୍ଷୀ ସାୱନ୍ତ (Rakhi  Sawant) ତାଙ୍କ ସ୍ୱାମୀଙ୍କ ଉପରେ ଧୋକା ଦେବାର ଗୁରୁତର ଅଭିଯୋଗ ଆଣିଥିଲେ । କିଛି ଦିନ ପୂର୍ବରୁ ରାକ୍ଷୀ ସାୱନ୍ତ ଗଣମାଧ୍ୟମ ଆଗରେ ନିଜର ମନର କଥା କହିଥିଲେ । ବାସ୍ତବରେ ରାକ୍ଷା ସାୱନ୍ତଙ୍କ ବିବାହିତ ଜୀବନ ଭଲରେ ଚାଲିନାହିଁ । ରାକ୍ଷୀ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁର୍ରାନୀଙ୍କୁ ଦୋଷାରୋପ କରି କହିଛନ୍ତି ଯେ, ସେ ତାଙ୍କୁ ଏକ ସିଡ଼ି ଭାବରେ ବ୍ୟବହାର କରୁଛନ୍ତି ।

ରାକ୍ଷୀ ସାୱନ୍ତ (Rakhi  Sawant)  ଅଭିଯୋଗ କରିଛନ୍ତି ଯେ, ଆଦିଲ ଖାନ ଦୁର୍ରାନୀ ଅନ୍ୟ ଝିଅ ସହିତ ପ୍ରେମ ସମ୍ପର୍କ ରଖିଛି । ସେଥିପାଇଁ ସେ ସମସ୍ତଙ୍କ ସାମ୍ନାରେ ବିବାହ ପ୍ରସଙ୍ଗ ସ୍ୱୀକାର କରୁନଥିଲେ । ରାକ୍ଷୀ ସାୱନ୍ତ ଆଦିଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଥିଲେ ଯେ, ସେ ଶ୍ରଦ୍ଧା ୱାକରଙ୍କ ପରି ଫ୍ରିଜକୁ ଯିବାକୁ ଚାହୁଁନାହାଁନ୍ତି । ଏହା ପରେ ସେ ବର୍ତ୍ତମାନ ଆଦିଲଙ୍କ ବିରୋଧରେ ତାଙ୍କ ଅଳଙ୍କାର ନେଇଯାଇଥିବା ଅଭିଯୋଗ କରିଛନ୍ତି ।