ପୁଣି ମୁହଁ ଲୁଚାଇଲେ ରାଜ କୁନ୍ଦ୍ରା
Advertisement

ପୁଣି ମୁହଁ ଲୁଚାଇଲେ ରାଜ କୁନ୍ଦ୍ରା

ଏୟାରପୋର୍ଟରେ ମୁହଁ ଲୁଚାଇ ବୁଲିଲେ ରାଜକୁନ୍ଦ୍ରା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଟ୍ରୋଲ କଲେ ସୋସିଆଲ ମିଡିଆ ୟୁଜର୍ସ

ପୁଣି ମୁହଁ ଲୁଚାଇଲେ ରାଜ କୁନ୍ଦ୍ରା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଲ୍ପାସେଟ୍ଟୀଙ୍କ ପତି ରାଜକୁନ୍ଦ୍ରା  ସର୍ବସାଧାରଣ ସ୍ଥାନରେ ମୁହଁ ଲୁଚାଇ ବୁଲୁଛନ୍ତି । ପର୍ଣ୍ଣୋଗ୍ରାଫି ମାମଲାରେ ଫସିବା ପରେ   ଜେଲରେ କିଛି ଦିନ କାଟି ଜାମିନରେ ମୁକୁଳିଥିବା ବିଜନେସ ମ୍ୟାନ୍ ରାଜକୁନ୍ଦ୍ରା  ଅଜବଗଜବ ଡ୍ରେସ୍ ପିନ୍ଧି ଏବେ ପବ୍ଲିକ ପ୍ଲେସକୁ ଆସୁଛନ୍ତି । ପ୍ରାୟ ସବୁ ସମୟରେ ରାଜକୁନ୍ଦ୍ରାଙ୍କୁ ଅଜବଗଜବ ଡ୍ରେସ ସହିତ ସ୍ପଟ୍ କରାଯାଉଛି । ସେ ସମ୍ପୂର୍ଣ୍ଣ ଭାବେ ନିଜ ମୁହଁ ଘୋଡ଼ାଇ ସର୍ବସାଧାରଣ ସ୍ଥାନକୁ ଯାଉଛନ୍ତି । ମିଡିଆ କ୍ୟାମେରାରେ କଏଦ ନ ହେବା ପାଇଁ ରାଜ କୁନ୍ଦ୍ର ବହୁତ ଚେଷ୍ଟା କରୁଛନ୍ତି ।  ପ୍ରାୟ ସମୟରେ ତାଙ୍କୁ ମୁହଁ ଢାଙ୍କି ରହିଥିବାର ଦେଖିବାକୁ ମିଳୁଛି ।  କେବେ କଳା ମାସ୍କ ପିନ୍ଧି ପୁରା ଚେହେରାକୁ ଲୁଚାଇବା ସହ ଚଷମା ମଧ୍ୟ ପିନ୍ଧି ଦେଉଛନ୍ତି ।

ଏମିତି  ଗେଟ୍ ଅପରେ ତାଙ୍କୁ ଚିହ୍ନିବା ମୁସ୍କିଲ । କିଛି ଦିନ ତଳେ  ଏୟାରପୋର୍ଟରେ ସ୍ପଟ୍ ହୋଇଥିଲେ ରାଜକୁନ୍ଦ୍ରା (Raj Kundra )। ତାଙ୍କର ଅଜବଗଜବ ଲୁକ୍ସ ଦେଖି ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀ (Shilpa Shetty)ବି ହସି ଦେଇଥିଲେ ।ଯାହାର ଫଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନିକଟରେ ମୁମ୍ବାଇ ଏୟାରପୋର୍ଟ ରେ ସ୍ପଟ୍ ହୋଇଥିଲେ ରାଜକୁନ୍ଦ୍ରା । ସେହି ସମୟରେ ସେ ପିନ୍ଧିଥିବା ସ୍କାଏ ବ୍ଲୁ ରଙ୍ଗର ଜ୍ୟାକେଟକୁ ନେଇ ଚର୍ଚ୍ଚା ହେଉଛି । ରାଜକୁନ୍ଦ୍ରାଙ୍କ ଲାଟେଷ୍ଟ ଏୟାରପୋର୍ଟ ଲୁକ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ବି ଏହି ଭିଡିଓ ଦେଖି ମଜା ଉଠାଉଛନ୍ତି । ଏୟାରପୋର୍ଟ ଲୁକରେ ରାଜ କୁନ୍ଦ୍ରାଙ୍କୁ ଚିହ୍ନିବା ଏକ ପ୍ରକାର ମୁସ୍କିଲ ।

Also Read: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି KGF-2

ଜ୍ୟାକେଟ୍ ମାଧ୍ୟମରେ ଶିଳ୍ପାଙ୍କ ପତି ନିଜ ଚେହେରାକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ଦେଇଛନ୍ତି । ସେ ଜ୍ୟାକେଟ୍ ପିନ୍ଧିବା ସହ ମାସ୍କରେ ନିଜ ମୁହଁକୁ ଲୁଚାଇଛନ୍ତି । ତାଙ୍କ ଅଜବଗଜବ ଜ୍ୟାକେଟ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କ ଜ୍ୟାକେଟ୍ ଦେଖିଲେ ଲାଗୁଛି ଜ୍ୟାକେଟ ଭିତରୁ ହିଁ କଳା ଚଷମା ଫିଟ୍ ଅଛି ଏବଂ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ମୁହଁ ପାଖରେ କିଛି ସ୍ଥାନ ବନାଯାଇଛି ।ରାଜଙ୍କ ଏହି ଲୁକ୍ ଦେଖି ଲୋକେ କହୁଛନ୍ତି ଯେ ସେ ମହୁମାଛି ପରି ଦେଖାଯାଉଛନ୍ତି । ରାଜକୁନ୍ଦ୍ରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍  ଭାଇରାଲ ହେବାରେ ଲାଗିଛି । ଏପରିକି ଭିଡିଓ ସେୟାର କରାଯାଇଥିବା ପୋଷ୍ଟରେ କମେଣ୍ଟର ବର୍ଷା ହେଉଛି । ଲୋକେ କମେଣ୍ଟ କରି ରାଜ କୁନ୍ଦ୍ରାଙ୍କୁ ଟ୍ରୋଲ କରୁଛନ୍ତି । ରାଜକୁନ୍ଦ୍ରା ପାଖାପାଖି ୨ ମାସ ପର୍ଯ୍ୟନ୍ତ ଜେଲରେ ଥିଲେ । ଗତ ବର୍ଷ ଜୁଲାଇ ୧୯ରେ ପର୍ଣ୍ଣୋଗ୍ରାଫି ମାମଲାରେ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା ।  ସେପ୍ଟେମ୍ବର ୨୧ରେ ସେ ଜାମିନରେ ମୁକୁଳିଛନ୍ତି ।