ରିଅଲ ହିରୋଙ୍କ ଉପରେ ଟଙ୍କା ବର୍ଷା କଲେ ଫ୍ୟାନ୍ସ , ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
Advertisement

ରିଅଲ ହିରୋଙ୍କ ଉପରେ ଟଙ୍କା ବର୍ଷା କଲେ ଫ୍ୟାନ୍ସ , ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କୋରୋନା ମହାମାରୀ ସମୟରେ ଅସହାୟଙ୍କୁ ସାହାଯ୍ୟ କରିଥିବା ରିଅଲ ହିରୋ ସୋନୁ ସୁଦଙ୍କ ଉପରେ ଟଙ୍କା ବର୍ଷା କଲେ ଫ୍ୟାନ୍ସ , ସୋନୁଙ୍କ ଏଣ୍ଟ୍ରିରେ  ସିନେମା ହଲ ଉଠିଲା ପଡ଼ିଲା । ଅଭିନେତାଙ୍କ ପୋଷ୍ଟରରେ କ୍ଷୀର ଢାଳିଲେ , ବାଜା ବଜାଇ ଉତ୍ସବ ପାଳିଲେ । ଦୀର୍ଘ ଦିନ ପରେ ପରଦା ଉପରେ ସୋନୁଙ୍କୁ ଦେଖି ଫ୍ୟାନ୍ସ ଉତ୍ସାହିତ

ରିଅଲ ହିରୋଙ୍କ ଉପରେ ଟଙ୍କା ବର୍ଷା କଲେ ଫ୍ୟାନ୍ସ , ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୋରୋନା ମହାମାରୀ ଏବଂ ଲକ୍ ଡାଉନ ସମୟରେ ଗରିବ ଓ ଅସହାୟ ଲୋକଙ୍କ ଭଗବାନ ସାଜିଥିଲେ ଅଭିନେତା ସୋନୁ ସୁଦ୍ (Sonu Sood) ।ଦେଶର କୋଣ ଅନୁକୋଣରେ ଘରେ ଘରେ ପରିଚିତ ସୋନୁ ସୁଦ୍। ତାଙ୍କୁ ରିଅଲ ହିରୋ ଡାକନ୍ତି ଫ୍ୟାନ୍ସ । କୋରୋନା ମହାମାରୀ ସମୟରେ ଦେଶର କୋଣ ଅନୁକୋଣରେ ଥିବା ଲୋକଙ୍କୁ ସହୟତା ଯୋଗାଇ ରିଅଲ ହିରୋ ପାଲଟି ଯାଇଛନ୍ତି । ତାଙ୍କ ଲୋକପ୍ରିୟତା ମଧ୍ୟ ବେଶ ବଢିବାରେ ଲାଗିଛି । ଦେଶ ବିଦେଶରେ ସୋନୁ ବେଶ ପରିଚିତ ।  ଦୁଃଖୀ ଗରିବଙ୍କୁ ମାଗଣାରେ ସବୁ ସହାୟତା ସହଯୋଗ କରିଆସୁଛନ୍ତି ସୋନୁ ।  କାହାକୁ ମେଡିକାଲ ଖର୍ଚ୍ଚ ,କାହାକୁ ମାଗଣା ଔଷଧ , ପାଠ ପଢା ପାଇଁ ବହି ବିଦେଶରୁ ଘରୁ ଫେରିବା ପାଇଁ ଖର୍ଚ୍ଚ ଏମିତି ପ୍ରତ୍ୟେକ ସ୍ତରରେ ସୋନୁ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ବିନା ଦ୍ୱନ୍ଦ୍ୱରେ ଲୋକେ ତାଙ୍କୁ ସାହାଯ୍ୟ ମାଗନ୍ତି । ଆଉ ସୋନୁ ମଧ୍ୟ ନିଜ ପାରୁ ପର୍ଯ୍ୟନ୍ତ ଲୋକଙ୍କୁ ସହାୟତା କରନ୍ତି ।  ସୋନୁଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବେଶ ଅଧିକ । ଲୋକେ ତାଙ୍କ ପ୍ରତି ନିଜ ଭଲ ପାଇବା ଏବଂ ସମ୍ମାନ ସୋସିଆଲ ମିଡିଆ ଜରିଆରେ ସେୟାର କରନ୍ତି । ଏମିତିକି ଲୋକମାନେ ତାଙ୍କୁ ରିୟଲ ହିରୋ ବୋଲି ମଧ୍ୟ ସମ୍ବୋଧନ କରୁଛନ୍ତି । ସୋନୁଙ୍କ ପ୍ରତି ଫ୍ୟାନଙ୍କ ଭଲ ପାଇବା ବେଶ ଅଧିକ ରହିଛି। ଯାହାର   ଉଦାହରଣ  ସବୁବେଳେ ନଜିର ରହିଛି । ନିକଟରେ ସୋସିଆଲ ମିଡିଆରେ ଏକ  ଭିଡିଓ ଭାଇରାଲ ହେବାରେ ଲାଗିଛି।  ୨୯ ଏପ୍ରିଲରେ ବହୁ ପ୍ରତୀକ୍ଷିତ ତେଲୁଗୁ  ଫିଲ୍ମ 'ଆଚାର୍ଯ୍ୟ' (Acharya) ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ସୋନୁ ସୁଦ ଅଭିନୟ କରିଛନ୍ତି ।ଏହି ଫିଲ୍ମ ଦେଖିବାକୁ ହଲରେ ମଧ୍ୟ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଖାସ୍ କରି ନିଜ ରିଅଲ ହିରୋ ସୋନୁ ସୁଦଙ୍କ ଫିଲ୍ମରେ ଏଣ୍ଟ୍ରି ସମୟରେ ବହୁତ ଉତ୍ସାହିତ ହୋଇଯାଇଥିଲେ ଦର୍ଶକ ।

Also Read: ଇଣ୍ଟରନେଟ ସେନ୍ସେସନ୍ କିଲି ପଲ୍ ଙ୍କ ଉପରେ ଆତର୍କିତ ଆକ୍ରମଣ

ଏପରିକି ହଲ୍ ଭିତରେ ଟଙ୍କା ବର୍ଷା କରିବା ଆରମ୍ଭ କରିଥିଲେ ଫ୍ୟାନ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିସହିତ ଭିଡିଓରେ ଦେଖିବାକୁ ମିଳିଛି ଯେ ସିନେମା ହଲ ବାହାର ବାଜା ବଜାଇ ସୋନୁଙ୍କ ପ୍ରଶଂସକ ଡ୍ୟାନ୍ସ, କରୁଛନ୍ତି । ସୋନୁ ସୁଦଙ୍କ ବଡ଼ ବଡ଼ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି । ଏପରିକି କିଛି ଫ୍ୟାନ୍ସ ସୋନୁଙ୍କ ପୋଷ୍ଟର ଇପରେ ଫୁଲମାଳ  ଏବଂ କ୍ଷୀର ଢାଳୁଥିବାର ଦେଖିବାକୁ ମିଳିଛି । ସୋନୁଙ୍କ ପୋଷ୍ଟରରେ ତିଳକ  ମଧ୍ୟ ଲଗାଇଛନ୍ତି ।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ରିଅଲ ହିରୋ ସୋନୁ ସୁଦଙ୍କୁ ଦୀର୍ଘ ଦିନ ପରେ ପରଦା ଉପରେ ଦେଖି ଦର୍ଶକ ବାଣ ଫୁଟାଇ ଏବଂ ବାଜା ବଜାଇ ଉତ୍ସବ ପାଳିଛନ୍ତି ।

Also Read: ତରଭୁଜରେ ଓଲିଉଡ୍ ଅଭିନେତା ଦୀପକ ପରିଡା

ସାଉଥ୍  ସୁପରଷ୍ଟାର ଚିରଞ୍ଜୀବୀ (Chiranjeevi) ଓ ରାମ ଚରଣ (Ram Charan) ଙ୍କ ଅଭିନୀତ ଫିଲ୍ମ 'ଆଚାର୍ଯ୍ୟ'ରେ ସୋନୁ ସୁଦଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଛନ୍ତି । ଦର୍ଶକଙ୍କ ଏତେ ଭଲପାଇବା ଦେଖି ଇମୋସନାଲ ହୋଇଯାଇଥିଲେ ସୋନୁ ।  ଏହି ଭିଡିଓ ଭାଇରାଲ ହେବା ପରେ ସୋନୁ ମଧ୍ୟ ଏହି ଭିଡିଓ ରିସେୟାର କରି ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫିଲ୍ମ କଥା କହିବାକୁ ସୋନୁ ସୁଦଙ୍କ ହାତରେ ଅନେକ ଫିଲ୍ମର ଅଫର ରହିଛି  । ବହୁ ପ୍ରତୀକ୍ଷିତ ଫିଲ୍ମ ପୃଥ୍ୱିରାଜ (Prithviraj) ରେ ସୋନୁଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ଅକ୍ଷୟ କୁମାର (Akshaya Kumar) , ମାନୁଷୀ ଚିଲ୍ଲର (Manushi Chhillar) ପ୍ରମୁଖ ଅଭିନୟ କରୁଛନ୍ତି । ଏହି ଫିଲ୍ନ ଚଳିତ ବର୍ଷ ଜୁନ ୩ ତାରିଖରେ ରିଲିଜ ହେବ ବୋଲି ଜଣାପଡ଼ିଛି ।