Pintu Nanda: ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଏହି ଘାତକ ରୋଗରେ ଅଛନ୍ତି ପୀଡ଼ିତ
Advertisement

Pintu Nanda: ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଏହି ଘାତକ ରୋଗରେ ଅଛନ୍ତି ପୀଡ଼ିତ

Pintu Nanda: ଓଲିଉଡ଼ର ଜଣାଶୁଣା ଅଭିନେତା ପୁଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ସେ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି । ବର୍ତ୍ତମାନ ଘରେ ରହିଥିବା ବେଳେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଚିକିତ୍ସା ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଏନେଇ ସୋସିଆଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ ସହ ସହାୟତା ପାଇଁ ନିବେଦନ କରିଛନ୍ତି ତାଙ୍କ ପରିବାର ଓ ଶୁଭେଚ୍ଛୁ ।

ସୌଜନ୍ୟ- ସୋସିଆଲ ମିଡିଆ

ଦିଲ୍ଲୀ ଯିବା ପରେ ତାଙ୍କ ଲିଭର ପ୍ରତିରୋପଣ ହେବ । ଗତ କିଛି ଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି। ଏନେଇ ପ୍ରାୟ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ତାଙ୍କ ଶୁଭେଚ୍ଛୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପିଣ୍ଟୁ ନନ୍ଦ ଓଲିଉଡର ଅଧିକାଂଶ ଆଗଧାଡ଼ିର ନି‌ର୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରେ ସବ୍ୟସାଚୀ ମହାପାତ୍ର,ସଂଗ୍ରାମ ବିଶ୍ବାଳ,ହର ପଟ୍ଟନାୟକ, ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁମୋହନ ସାହୁ, ସଞ୍ଜୟ ନାୟକ, ଅଶୋକ ପତି, ସୁଶାନ୍ତ ମଣି, ଏସ କେ ମୁରଲୀଧରନ୍, ସୁଧାକର ବସନ୍ତ , ଦିଲୀପ ପଣ୍ଡା ଓ ତାପସ ସରଘରିଆ ପ୍ରମୁଖଙ୍କ ନାମ ରହିଛି।

ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ,ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ  ବି ନଜର ଆସିଛନ୍ତି। ପିଣ୍ଟୁ ନନ୍ଦ ଓଲିଉଡରେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ 'ରାଣ୍ତି ପୁଅ ଅନନ୍ତା' ଦର୍ଶକଙ୍କ ମନକୁ ଛୁଇଁଥିଲା। ତାଙ୍କ ଅଭିନୀତ କେତେକ ସିନେମା ହେଲା 'ଜୟ ଜଗନ୍ନାଥ', 'ବାହୁଡିବେ ମୋ ଜଗା ବଳିଆ', 'ଆଇ ଲଭ ମାଇଁ ଇଣ୍ତିଆ',' ସାଥୀରେ', 'ପ୍ରେମ ପାଇଁ ମହାଭାରତ', 'କଥାଦେଲି ମଥା ଛୁଇଁ', 'ଦୋସ୍ତି','ପ୍ରେମ ଋତୁ ଆସିଲାରେ','ହାତଧରି ଚାଲୁଥା','ରଙ୍ଗ ନମ୍ବର'ଏବଂ 'ଲଭ ଏକ୍ସପ୍ରେସ' ଆଦି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । କେବଳ ଫିଲ୍ମ ନୁହେଁ ଅନେକ ଆଲବମରେ ମଧ୍ୟ ସେ ଅଭିନୟ କରିଛନ୍ତି । ଏଥିସ‌ହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।

ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶୋକ କୁମାର ନନ୍ଦ ଓ ମାତାଙ୍କ ନାମ କାନ୍ତିଲତା । ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ । ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ ବଂଶୀବାଦକ  ପିଣ୍ଟୁ ଜଗତସିଂହପୁରର ଏସ୍. କେ. ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।