Kareena Kapoor Birthday: ବେବୋଙ୍କୁ ଜନ୍ମଦିନର ଶୁଭେଚ୍ଛା, ଅଭିନେତ୍ରୀ ନିତୁ କପୁର କଲେ ଏମିତି କିଛି ଫୋଷ୍ଟ
Advertisement

Kareena Kapoor Birthday: ବେବୋଙ୍କୁ ଜନ୍ମଦିନର ଶୁଭେଚ୍ଛା, ଅଭିନେତ୍ରୀ ନିତୁ କପୁର କଲେ ଏମିତି କିଛି ଫୋଷ୍ଟ

Kareena Kapoor Khan : ବଲିଉଡ୍ ଅଭିନେତ୍ରୀ କରୀନା କପୁର । ବି ଟାଉନ୍ ରେ ଏବେବି ରହିଛି ତାଙ୍କର ଜଲଓ୍ବା । ଆଜି ତାଙ୍କର ଜନ୍ମଦିନ ।

ସୌଜନ୍ୟ : ସୋସିଆଲ ମିଡିଆ

Kareena Kapoor Khan : ବଲିଉଡ୍ ଅଭିନେତ୍ରୀ କରୀନା କପୁର । ବି ଟାଉନ୍ ରେ ଏବେବି ରହିଛି ତାଙ୍କର ଜଲଓ୍ବା ।  ଆଜି ତାଙ୍କର ଜନ୍ମଦିନ । ସେ ୪୩ ବର୍ଷରେ ପଦାର୍ପଣ କରିଛନ୍ତି  । ଏ ଅବସରରେ ତାଙ୍କୁ ବଲିଉଡ୍ ଅଭିନେତାଙ୍କ ସହ ଫ୍ୟାନ୍ସ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ ଅଭିନେତ୍ରୀ ନୀତୁ କପୁର ମଧ୍ୟ କରୀନାଙ୍କ ପାଇଁ ସୋସିଆଲ ମିଡିଆରେ ବେବୋଙ୍କ  ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖିଛନ୍ତି ହାପି ବାର୍ଥ ଡେ ବିୟୁଟିଫୁଲ ଇନସାଇଡ୍ ଆଉଟ୍ @ କରୀନା କପୁର ଖାନ୍ ।  କରୀନା କପୁର ୨୧ ସେପ୍ଟେମ୍ବର ୧୯୮୦ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ । କରୀନାଙ୍କୁ ପ୍ରାୟ ସଭିଏଁ ବେବୋ ବୋଲି ସମ୍ବୋଧନ କରିଥାନ୍ତି । ସେ ଅଭିନେତା ରଣଧୀର କପୁର ଏବଂ ବବିତ କପୁରଙ୍କର ସାନ ଝିଅ । ତାଙ୍କର ବଡ଼ ଭଉଣୀ କରିସ୍ମା କପୁର ଜଣେ ବଲିଉଡ୍ ଅଭିନେତ୍ରୀ। କରୀନା ୨୦୦୦ ମସିହାରେ ପ୍ରଥମେ ଅଭିନେତା ନିର୍ଦ୍ଦେଶକ ରାକେଶ ରୋଶନଙ୍କର ଫିଲ୍ମ କହୋ ନା ପ୍ୟାର୍ ହୈ ପାଇଁ ବଛା ଯାଇଥିଲେ । ଏହି ଫିଲ୍ମରେ ରାକେଶଙ୍କର ପୁଅ ହ୍ରିତିକ ରୋଶନ ମଧ୍ୟ ନାୟକ ଭାବରେ ପ୍ରଥମ କରି ଅଭିନୟ କରିଥିଲେ । ତେଣୁ ନାୟକଙ୍କୁ ଅଧିକ ପ୍ରାଧାନ୍ୟ ମିଳିବା ଯୋଗୁଁ କରୀନା ଏହି ଚଳଚ୍ଚିତ୍ରଟି ଛାଡ଼ି ଦେଇଥିଲେ। ଏହାପରେ ସେ ସେହି ବର୍ଷ ଜେ.ପି. ଦତ୍ତଙ୍କ ଚଳଚ୍ଚିତ୍ର ରେଫ୍ୟୁଜି ଜରିଆରେ ଅଭିଶେକ ବଚ୍ଚନଙ୍କ ସ‌ହ ବଲିଉଡରେ ଏଣ୍ଟ୍ରି ମାରିଥିଲେ। ଏ ଫିଲ୍ମଟି ଭଲ ବ୍ୟବସାୟ କରିଥିଲା। ଏହି ଚଳଚ୍ଚିତ୍ର ପାଇଁ କରୀନାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । 

 

ଏହା ପରେ କରୀନା ୨୦୦୧ରେ ମୁଝେ କୁଛ୍ କେହେନା ହୈ, ୟାଦୈଁ, ଅଜ୍‌ନବୀ, ଅଶୋକା, କଭି ଖୁସି କଭି ଗମ୍ ଆଦି ଫିଲ୍ମରେ ଅଭିନୟ କରିଥିଲେ । ମୁଝ୍‌ସେ ଦୋସ୍ତି କରୋଗୀ, ଜୀନା ସିର୍ଫ ମେରେ ଲିୟୈ, ତଲାସ୍, ଖୁସି ଓ ମୈ ପ୍ରେମ୍ କି ଦିୱାନୀ ହୁଁ  ଅଭିନୟ କରିବା ପରେ କରୀନା ୨୦୦୪ରେ ଚାମେଲୀ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ‌ ଫେୟାରରେ ଏକ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା । ୨୦୦୪ରେ କରୀନା ଦେବ୍ ଚଳଚ୍ଚିତ୍ର ପାଇଁ ମଧ୍ୟ ଫିଲ୍ମ‌ ଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । କରୀନା ୨୦୦୬ ମସିହାରେ ଫିଲ୍ମ ଓମ୍‌କାରା ପାଇଁ ଫିଲ୍ମ ଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ସେ ୨୦୦୭ରେ କଥାଚିତ୍ର ଜବ୍ ଉଇ ମିଟ୍ ପାଇଁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । 

fallback

କରୀନା କପୁରଙ୍କ ପାରିବାରିକ ଜୀବନ :

କରୀନା କପୁର ଓ ସୈଫ ଅଲ୍ଲୀ ଖାନ ପରପ୍ପରକୁ ଦିର୍ଘ ଦିନ ଧରି ଡେଟ ପରେ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ।  କରୀନା କପୁରଙ୍କୁ ଅଭିନେତା ସୈଫ ଅଲ୍ଲୀ ଖାନ ୨୦୧୨, ଅକ୍ଟୋବର ୧୬ରେ ବିବାହ କରିଥିଲେ । ପରେ ୨୦୧୬ ଡିସେମ୍ବର ୨୦ରେ କରୀନା ତାଙ୍କର ପ୍ରଥମ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଯାହାଙ୍କର ନାଁ ତାଇମୁର । ସେହିପରି କରୀନା ତାଙ୍କର ଦ୍ବିତୀୟ ସନ୍ତାନକୁ ୨୦୨୧ ଫେବୃଆରୀ ୨୧ରେ ଜନ୍ମ ଦେଇଥିଲେ । ଯାହାର ନାଁ ରଖିଛନ୍ତି ଜାହାଙ୍ଗୀର (Jehangir Ali Khan)।