Nawazuddin Siddiqui: ଜେଲ ଯିବେ କି ନୱାଜୁଦ୍ଦିନ ସିଦ୍ଦିକି? ପୂର୍ବତନ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ
Advertisement

Nawazuddin Siddiqui: ଜେଲ ଯିବେ କି ନୱାଜୁଦ୍ଦିନ ସିଦ୍ଦିକି? ପୂର୍ବତନ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ

Nawazuddin Siddiqui: ପୁଣି ବିବାଦରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ତାଙ୍କ ବିରୋଧରେ ପତ୍ନୀ ଆଲିଆ (Nawazuddin Siddiquis Estrange Wife Aaliya)ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି। ଅଭିନେତାଙ୍କ ପତ୍ନୀ ଆଲିଆ ସିଦ୍ଦିକି ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା

ସୌଜନ୍ୟ- ସୋସିଆଲ ମିଡିଆ

Nawazuddin Siddiqui: ପୁଣି ବିବାଦରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି।  ତାଙ୍କ ବିରୋଧରେ ପତ୍ନୀ ଆଲିଆ (Nawazuddin Siddiquis Estrange Wife Aaliya)ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି। ଅଭିନେତାଙ୍କ ପତ୍ନୀ ଆଲିଆ ସିଦ୍ଦିକି ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା ଭଳି ଅନେକ ଗୁରୁତର ଅଭିଯୋଗ ଲଗେଇଛନ୍ତି। ଆଲିଆ (Aaliya) ଏବେ ଅଭିଯୋଗ ଆଣିଛନ୍ତି ଯେ ଅଭିନେତା ତାଙ୍କୁ ଦୁଷ୍କର୍ମ (Rape Complaint)କରିଛନ୍ତି। ଏ ନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର୍‌ କରି ଜଣାଇଛନ୍ତି।

ଆଲିଆ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ,ସେ କାନ୍ଦୁଛନ୍ତି, ସ୍ବାମୀଙ୍କ ବିରୋଧରେ କିଛି କହିବା ସମୟରେ ସେ ଅଧିକ ଭାବପ୍ରବଣ ହୋଇଯାଉଛନ୍ତି । ଭିଡିଓରେ ଆଲିଆ କାନ୍ଦି କାନ୍ଦି କହୁଛନ୍ତି ଯେ, ନୱାଜୁଦ୍ଦିନ ନିଜ ସାମର୍ଥ୍ୟ ବଳରେ ଜଣେ ମାଆଠାରୁ ତା’ ଛୁଆକୁ ଛଡ଼େଇବାକୁ ଚାହୁଁଛନ୍ତି। ଆଲିଆ କହିବା ସମୟରେ ଖୁବ୍ ଭାବପ୍ରବଣ ହୋଇ କହୁଛନ୍ତି, ‘ପିଲାର ଡାଇପର୍‌ କେତେ ଟଙ୍କାରେ ଆସେ ତାହା ବି ତମେ ଜାଣନି। କେଉଁ ବୟସରେ ପିଲା କେଉଁ ପୋଷାକ ପିନ୍ଧନ୍ତି ତାହାର ବି ଜ୍ଞାନ ତମ ନିକଟରେ ନାହିଁ। ଆଜି ନିଜର ସାମର୍ଥ୍ୟ ବଳ‌ରେ ଜଣେ ମାଆଠାରୁ ତା’ ପିଲା ଛଡ଼ାଇବାକୁ ଚ‌ାହୁଁଛ? ମୁଁ ତ ସବୁବେଳେ ତମକୁ ମୋ ସ୍ବାମୀ ମାନି ଆସିଛି। ତମେ ସର୍ବସମ୍ମୁଖରେ କହିଦେଲ ଯେ ‌ମୋତେ କେବେ ପତ୍ନୀ ବୋଲି ମାନିନ। ମୋ ଜୀବନରୁ ସବୁଠାରୁ ମୂଲ୍ୟବାନ ସମୟ ମୁଁ ତୁମକୁ ଦେଇ ଦେଇଛି। ଆଜି ମୁଁ ୪୦ ବର୍ଷ ବୟସର। ମୁଁ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ଏହି ସମୟରେ ତମେ ମୋ ପିଲାକୁ ମୋ ଠାରୁ ଅଲଗା କରିବାକୁ ଚାହୁଁଛ?’ ଆଲିଆ ଭିଡିଓରେ ଏତକ କହିବା ସହ କ୍ୟାପ୍‌ସନ୍‌ରେ ଅଭିନେତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିବା କଥା ଉଲ୍ଲେଖ କରିଛନ୍ତି। 

 

ଏହାବି ପଢନ୍ତୁ : Actor Pintu Nanda: ମୃତ୍ୟୁ ସହ ଲଢୁଛନ୍ତି ଅଭିନେତା ପିଣ୍ଟୁ ନନ୍ଦ, ଦିଲ୍ଲୀରେ ମିଳିଲେନି ଡୋନର

ଏହାବି ପଢନ୍ତୁ : Lover Arrest: ପ୍ରେମିକାର ଅନ୍ୟତ୍ର ବାହାଘର ସ୍ଥିର ହେବା ପରେ, ଖେଳ ବିଗାଡ଼ିଦେଲା ପ୍ରେମିକ...

ସୂଚନା ରହିଛି ଯେ, ଆଲିଆ ଓ ନୱାଜୁଦ୍ଦିନ ୨୦୧୦ ମସିହାରେ ବିବାହ କରିଥିଲେ ।  ଦୀର୍ଘ ବର୍ଷ ଧରି ଉଭୟଙ୍କ ଘର ସଂସାର ଠିକ୍ ଠାକ୍ ଚାଲିଥିଲା। ଏହାପରେ କୋଭିଡ଼ ମାହାମାରୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ନେଇ ଖବର ସାମ୍ନାକୁ ଆସିଥିଲା । ୨୦୨୦ ମସିହାରେ ସ୍ୱାମୀଙ୍କ ଉପରେ ଘରୋଇ ହିସାଂର ଅଭିଯୋଗ ଆଣି ଛାଡ଼ପତ୍ର ନୋଟିସ ଜାରି କରିଥିଲେ ଆଲିଆ । ଏହାପରେ ସେ ପୁଣିଥରେ ନିଜ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିବା ନେଇ ଖବର ସାମ୍ନାକୁ ଆସିଥିଲା ।

ଏହାବି ପଢନ୍ତୁ : Sridevi Death Anniversary: ଜାହ୍ନବୀ ବାଥରୁମ ଯିବାବେଳେ ବନ୍ଦ କରୁନଥିଲେ ଡୋର, ଏହି କାରଣରୁ ମନା କରୁଥିଲେ ମା' ଶ୍ରୀଦେବୀ