Manushi Chhillar: ଏହି ବିଜନେସ୍ ମ୍ୟାନଙ୍କ ପ୍ରେମରେ ପାଗଳ ବିଶ୍ବ ସୁନ୍ଦରୀ ମାନୁଷୀ, ଜାଣନ୍ତୁ ସେ କିଏ ?
Advertisement

Manushi Chhillar: ଏହି ବିଜନେସ୍ ମ୍ୟାନଙ୍କ ପ୍ରେମରେ ପାଗଳ ବିଶ୍ବ ସୁନ୍ଦରୀ ମାନୁଷୀ, ଜାଣନ୍ତୁ ସେ କିଏ ?

Manushi Chhillar: ବିଶ୍ବ ସୁନ୍ଦରୀ ତଥା ଅଭିନେତ୍ରୀ ମାନୁଷୀ ଚିଲର । ନିଜ ରିଲେସନସିପକୁ ନେଇ ସେ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଥିବା ମାନୁଷୀ ଚିଲର ବ୍ୟବସାୟୀ ନିଖିଲ କାମାଥ୍ ଙ୍କୁ ଡେଟ କରୁଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Manushi Chhillar: ବିଶ୍ବ ସୁନ୍ଦରୀ ତଥା ଅଭିନେତ୍ରୀ ମାନୁଷୀ ଚିଲର । ନିଜ ରିଲେସନସିପକୁ ନେଇ ସେ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ।  ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଥିବା ମାନୁଷୀ ଚିଲର ବ୍ୟବସାୟୀ ନିଖିଲ କାମାଥ୍ ଙ୍କୁ ଡେଟ କରୁଛନ୍ତି। ନିଖିଲ କାମାଥ୍ ଜିରୋଧା ଫାଇନାସିଆଲ କମ୍ପାନୀର ସହ-ପ୍ରତିଷ୍ଠାତା ଅଛନ୍ତି (financial company Zerodha)। ତେବେ ଆସନ୍ତୁ ଜାଣିବା ମାନୁଷୀଙ୍କ ପ୍ରେମିକ କିଏ ଏବଂ ତାଙ୍କର ବୃତ୍ତି କଣ ?

୨୦୨୧ରୁ ଡେଟିଂ କରୁଛନ୍ତି ଉଭୟେ :
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମାନୁଷୀ ଚିଲର ଏବଂ ନିଖିଲ୍ କମାଥ୍ ୨୦୨୧ ମସିହାରୁ ପରପ୍ପରକୁ ଡେଟିଂ କରୁଛନ୍ତି। ଖବର ଅଛି ଯେ, ଉଭୟ ମଧ୍ୟ ଲିଭ୍-ଇନ୍-ରିଲେସନସିପ୍ ରହୁଛନ୍ତି । କୁହାଯାଉଛି ଯେ ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କ ମଧ୍ୟରେ ଅବଗତ ଅଛନ୍ତି । କିନ୍ତୁ ମାନୁଷୀ ଏଯାଏଁ ତାଙ୍କ ସମ୍ପର୍କ ନେଇ କୌଣସି ବିବୃତ୍ତି ଗଣମାଧ୍ୟମ ଆଗରେ ରଖି ନାହାଁନ୍ତି । ସେ ବର୍ତ୍ତମାନ ,ତାଙ୍କ ଅଭିନୟ  କ୍ୟାରିୟର ଉପରେ ଫୋକସ କରୁଛନ୍ତି ।  

 

fallback

ନିଖିଲ କାମାଥ୍ କିଏ?
ନିଖିଲ କାମାଥ୍ ଜଣେ ଜଣାଶୁଣା ବ୍ୟବସାୟୀ । ସେ ଭାରତୀୟ ଆର୍ଥିକ କମ୍ପାନୀ ଜେରୋଧାର ସହ-ପ୍ରତିଷ୍ଠାତା। ନିଖିଲ କାମାଥ୍ ପୂର୍ବରୁ ବିବାହିତ। ୨୦୧୯ ମସିହାରେ, ସେ ଇଟାଲୀରେ ବିବାହ କରିଥିଲେ । କିନ୍ତୁ ଏହି ବିବାହ ବେଶି ଦିନ ତିଷ୍ଠି ନ ଥିଲା। ବିବାହର ମାତ୍ର ଗୋଟିଏ ବର୍ଷର ବ୍ୟବଧାନ ପରେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।  ୨୦୨୧ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲା।

ମାନୁଷୀ ଅକ୍ଷୟ କୁମାରଙ୍କ ସହ ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି :
ମାନୁଷୀ ଚିଲର୍ ୨୦୧୭ ରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ । ୨୦୨୨ ମସିହାରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ସମ୍ରାଟ ପୃଥ୍ବୀରାଜ' (Samrat Prithviraj) ରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଅଧିକ ସଫଳତା ପ୍ରଦର୍ଶନ କରିପାରି ନଥିଲା । 

ଏହାବି ପଢନ୍ତୁ : Bholaa Motion Poster: 'ଭୋଲା'ର ମୋସନ ପୋଷ୍ଟର ରିଲିଜ୍ ପରେ ଅଜୟଙ୍କୁ ଟ୍ରୋଲ କଲେ ୟୁଜର୍ସ, କହିଲେ ବନ୍ଦ କର...

ଏହାବି ପଢନ୍ତୁ : Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା

ଏହାବି ପଢନ୍ତୁ : Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି

ଏହାବି ପଢନ୍ତୁ : Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ

ଏହାବି ପଢନ୍ତୁ : Celebs Bungalows: ସେଲିବ୍ରେଟିଙ୍କ ବଙ୍ଗଳାର ନାଁ ପଛରେ ରହିଛି ଅନେକ ରହସ୍ୟ, ଜାଣନ୍ତୁ ତାହା କ'ଣ ?

ଏହାବି ପଢନ୍ତୁ : Arjun Kapoor: ମଲାଇକାଙ୍କ ହାତ ଧରିବେ ଅର୍ଜୁନ୍ ! ବିବାହ ପୂର୍ବରୁ ରିଲେସନସିପକୁ ନେଇ କଲେ ବଡ ଖୁଲାସା