Malaika Arora: 'ସଲମାନ ଖାନ ମୋତେ ତିଆରି କରି ନାହାଁନ୍ତି'
Advertisement

Malaika Arora: 'ସଲମାନ ଖାନ ମୋତେ ତିଆରି କରି ନାହାଁନ୍ତି'

Malaika Arora Angry: ବଲିଉଡ ଅଭିନେତ୍ରୀ ତଥା ସୁପର ମଡେଲ ମଲାଇକା ଆରୋରା ।  ମଲାଇକା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ଯୋଗୁଁ ଅଧିକ ଚର୍ଚ୍ଚାରେ ରୁହନ୍ତି । କେତେବଳେ ଅର୍ଜୁନ କପୁରଙ୍କସହ ରିଲେସନସିପକୁ ନେଇ ତ ଆଉ କେତେବେଳେ ତାଙ୍କ ତାଙ୍କ ରିୟଲିଟି ଶୋ 'ମୁଭିଙ୍ଗ ଇନ୍ ଓ୍ବିଥ୍ ମଲାଇକା' । ମଲାଇକାଙ୍କ ପ୍ରଥମ ବିବାହ ଅଭିନେତା ଅରବାଜ ଖାନଙ୍କ ସହ ହୋଇଥିଲା। କୁହାଯାଏ ଯେ ଉଭୟଙ୍କ ପ୍ରଥମ ସାକ୍ଷାତ ଏକ ଫଟୋସୁଟ ସମୟରେ  ହୋଇଥିଲା । 

ସୌଜନ୍ୟ- ସୋସିଆଲ ମିଡିଆ

Malaika Arora Angry: ବଲିଉଡ ଅଭିନେତ୍ରୀ ତଥା ସୁପର ମଡେଲ ମଲାଇକା ଆରୋରା ।  ମଲାଇକା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ଯୋଗୁଁ ଅଧିକ ଚର୍ଚ୍ଚାରେ ରୁହନ୍ତି । କେତେବଳେ ଅର୍ଜୁନ କପୁରଙ୍କସହ ରିଲେସନସିପକୁ ନେଇ ତ ଆଉ କେତେବେଳେ ତାଙ୍କ ତାଙ୍କ ରିୟଲିଟି ଶୋ 'ମୁଭିଙ୍ଗ ଇନ୍ ଓ୍ବିଥ୍ ମଲାଇକା' । ମଲାଇକାଙ୍କ ପ୍ରଥମ ବିବାହ ଅଭିନେତା ଅରବାଜ ଖାନଙ୍କ ସହ ହୋଇଥିଲା। କୁହାଯାଏ ଯେ ଉଭୟଙ୍କ ପ୍ରଥମ ସାକ୍ଷାତ ଏକ ଫଟୋସୁଟ ସମୟରେ  ହୋଇଥିଲା । ଏବଂ ସେମାନେ ପ୍ରଥମ ଦେଖାରେ ପରସ୍ପରକୁ ଭଲ ପାଇବସିଥିଲେ। କିଛି ବର୍ଷ ପରସ୍ପରକୁ ଡେଟିଂ କରିବା ପରେ, ମଲାଇକା ଏବଂ ଅରବାଜ ୧୯୯୧ ମସିହାରେ ବିବାହ କରିଥିଲେ। ଆଉ ବିବାହର କିଛି ବର୍ଷ ପରେ ପୁଅ ଅରହାନ ମଧ୍ୟ ଜନ୍ମ ହୋଇଥିଲେ। ଆରହନ ବର୍ତ୍ତମାନ ବିଦେଶରେ ରହି ପାଠପଢୁଛି । 
 
ହେଲେ ଏ-ହି ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା ଅର୍ଥାତ ବିବାହ ୧୯ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ । ୨୦୧୭ ମସିହାରେ ଉଭୟ ଉଭୟଙ୍କ ଠାରୁ ଛାଡପତ୍ର ନେଇଥିଲେ। ସେବେଠାରୁ ମଲାଇକା ନିଜ କ୍ୟାରିୟରକୁ ନେଇ ଆଗକୁ ବଢୁଛନ୍ତି ।  ମଲାଇକା ଇଣ୍ଡଷ୍ଟ୍ରିରେ 'ଦିଲ୍ ସେ'ର ଆଇଟମ୍ ଗୀତ' ଚାୟାଁ ଚାୟାଁ 'ଏବଂ ପରେ' ଦବାଙ୍ଗ 'ଚଳଚ୍ଚିତ୍ରର ଆଇଟମ୍ ନମ୍ବର' ମୁନି ବାଦନାମ୍ ହୁଇ 'ସହିତ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ।

ନିକଟରେ ମଲାଇକାଙ୍କ ବିଷୟରେ କଟାକ୍ଷ କରି ବିବାଦ ଘରେକୁ ଆସିଥିଲେ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ । ସେ କହିଥିଲେ ଯେ, ସଲମାନ ଖାନଙ୍କ ପରିବାରର ହୋଇଥିବାରୁ ମଲାଇକାଙ୍କୁ ଆଟନମ ସଙ୍ଗର ଅଫର ମିଳୁଛି। ଏବଂ ଆଇଟମ ଗାର୍ଲ ପାଇଁ ସେ ଖ୍ୟାତି ମଧ୍ୟ ପାଇଛନ୍ତି । ତେବେ ରାକ୍ଷୀଙ୍କ ଏହି କଟାକ୍ଷର କଡା ଜବାବ ଦେଇଥିଲେ ମଲାଇକା । ସେ କହିଥିଲେ ଯେ, 'ଯଦି ଏହା ହୋଇଥାନ୍ତା, ମୁଁ ସଲମାନ ଖାନଙ୍କ ପ୍ରତ୍ୟେକ ଫିଲ୍ମରେ ଏକ ଆଇଟମ୍ ଗୀତ କରିଥାନ୍ତି'। ଏହା ପରେ ମଲାଇକା କହିଥିଲେ,'ମୁଁ ମୋ ନିଜକୁ ତିଆରି କରିଛି, ସଲମାନ ଖାନ ମୋତେ ତିଆରି କରିନାହାଁନ୍ତି'।

Also Read: Raveena Tandon: ପଦ୍ମଶ୍ରୀ ସମ୍ମାନକୁ ନେଇ ଏପରି ରିଆକ୍ସନ ଦେଲେ ରବିନା, ପ୍ରଶଂସକ ବି ହେଲେ ଚକିତ

Also Read: Pathaan: ପୁଣି ଥିଏଟରରେ ନିଆଁ ଲଗାଇଲା ଦୀପିକାଙ୍କ ଗେରୁଆ ବିକିନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ

ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦିର୍ଘ ଦିନ ଧରି ପରପ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।  ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ମଲାଇକା-ଅର୍ଜୁନଙ୍କ ଯୋଡିକୁ ସେମାନଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ କରନ୍ତି । ଦୁହେଁ ପ୍ରାୟତଃ ଭ୍ୟାକେସନରେ ଏକାଠି ସମୟ ବିତାନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା।