Madhuri Dixit Mother passed away: ମାଧୁରୀ ଦୀକ୍ଷିତଙ୍କ ଉପରେ ଖସି ପଡ଼ିଲା ଦୁଃଖର ପାହାଡ଼, ୯୧ ବର୍ଷରେ ଆଖି ବୁଜିଲେ ମାଆ
Advertisement

Madhuri Dixit Mother passed away: ମାଧୁରୀ ଦୀକ୍ଷିତଙ୍କ ଉପରେ ଖସି ପଡ଼ିଲା ଦୁଃଖର ପାହାଡ଼, ୯୧ ବର୍ଷରେ ଆଖି ବୁଜିଲେ ମାଆ

Madhuri Dixit Mother passed away: ବଲିଉଡ଼ ପାଇଁ ଆଉ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି । ମାଧୁରୀ ଦୀକ୍ଷିତଙ୍କ ମାଆ ୯୨ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀଙ୍କ ମାଆ । ରବିବାର ଦିନ ସକାଳ ୮ ଟା ୩୦ ମିନିଟରେ ସ୍ନେହଲତା ଦୀକ୍ଷିତଙ୍କ ପରଲୋକ ହୋଇଛି ।

ସୌ(ସୋସିଆଲ ମିଡିଆ)

Madhuri Dixit Mother passed away: ମାଧୁରୀ ଦୀକ୍ଷିତଙ୍କ ଉପରେ ଖସି ପଡ଼ିଲା ଦୁଃଖର ପାହାଡ଼, ୯୧ ବର୍ଷରେ ଆଖି ବୁଜିଲେ ମାଆ: ଅଭିନେତା ସତୀଶ କୌଶିକ (Satish kaushik) ମୃତ୍ୟୁ ପରେ ଏବେ ବଲିଉଡ଼ ପାଇଁ ଆଉ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି । ବଲିଉଡ଼ର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ମାଆଙ୍କର(Madhuri Dixit mother Snehalata Dixit) ଦେହାନ୍ତ ହୋଇଛି । ୯୨ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀଙ୍କ ମାଆ । ରବିବାର ଦିନ ସକାଳ ୮ ଟା ୩୦ ମିନିଟରେ ସ୍ନେହଲତା ଦୀକ୍ଷିତଙ୍କ ପରଲୋକ ହୋଇଛି । ଆଜି ୱର୍ଲିରେ ଦିନ ୩ଟା ବେଳେ ତାଙ୍କ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି । ମାଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ମାଧୁରୀ । ମାଆଙ୍କ ସହ ବହୁତ କ୍ଲୋଜ ଥିଲେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସ୍ବାମୀ ଶ୍ରୀରାମ ନେନେଙ୍କ(Shriram Madhav Nene) ସହ ଏହି ଦୁଖଃଦ ଘଟଣାକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ମାଧୁରୀ ।  ସେ ଲେଖିଛନ୍ତି, ପ୍ରିୟର ଆଇ, ସ୍ନେହଲତା ଦୀକ୍ଷିତଙ୍କ ତାଙ୍କ ପ୍ରିୟଜନଙ୍କ ମଧ୍ୟରେ ଶାନ୍ତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ମାଧୁରୀଙ୍କ ଜୀବନ ବଦଳାଇଥିଲା ମାଆର ପଦେ କଥା

ବଲିଉରେ ଧକ୍ ଧକ୍ ଗର୍ଲ ଭାବେ ପରିଚିତ ମାଧୁରୀ ଦୀକ୍ଷିତଙ୍କ ତାଙ୍କ ଦମଦାର ଅଭିନୟ ଓ ଜବରଦସ୍ତ ଡ଼ାନ୍ସ ଫର୍ମ ପାଇଁ ବେଶ ଜଣାସୁଣା । ଏକ ସମୟରେ ମାଧୁରୀଙ୍କୁ ତାଙ୍କୁ ତାଙ୍କ ଚେହେରା ପାଇଁ ବହୁ ଅପମାନ ସହିବାକୁ ପଡ଼ିଥିଲା । ମାଧୁରୀ କହିଥିଲେ ଯେ ଯେତେବେଳେ ନୂଆ କରି ଇଣ୍ତଷ୍ଟ୍ରିରେ ପାଦ ଦେଇଥିଲେ ସେତେବେଳେ ସେ ଆଦୌ ହିରୋଇନ୍ ଭଳି ଦେଖାଯାଉନଥିଲେ । ଏନେଇ ସେ ସବୁବେଳେ ନିରାଶ ରହୁଥିଲେ । କିନ୍ତୁ ତାଙ୍କ ମାଆ ଏଥିପାଇଁ ତାଙ୍କୁ ସବୁବେଳେ ଆକଟ କରିବା ସହ ଆଗକୁ ବଢିବା ନେଇ ପ୍ରେରଣା ଦେଉଥିଲେ । ସେ କହୁଥିଲେ କି ଆଗୁଆ ହାର ମାନିବା ଭଲ କଥା ନୁହେଁ । ତୁମେ ଜୀବନରେ ବହୁତ ଆଗକୁ ଯିବ । ବାସ ଏହି କଥା ପଦ ମାଧୁରୀଙ୍କ ଜୀବନର ଟିର୍ଣ୍ଣ ପଏଣ୍ଟ ପାଲଟିଥିଲା । ମାଧୁରୀ ସୁବୁବେଳେ ତାଙ୍କ ସଫଳତାର ଶ୍ରେୟ ମାଆଙ୍କୁ ଦେଉଥିଲେ । ସେ କହୁଥିଲେ ଆଜି ମୁଁ ଯେଉଁଠାରେ ଅଛି ତାହା କେବଳ ମାଆଙ୍କ ପ୍ରେରଣା ପାଇଁ ସମ୍ଭବ ହୋଇପାରିଛି । ସବୁ ସମୟରେ ତାଙ୍କ ମାଆ ମାଧୁରୀଙ୍କ ସାଥ ଦେଉଥିଲେ । ଏମିତି ଶୁଟିଂ ସମୟରେ ମଧ୍ଯ ତାଙ୍କ ମାଆ ମାଧୁରୀଙ୍କ ସାଙ୍ଗରେ ରହୁଥିଲେ ।

 

ମାଆଙ୍କ ଏହା ଥି୍ଲା ମାଧୁରୀଙ୍କ ଶେଷ ଜନ୍ମଦିନ

ମାଧୁରୀ ଗତ ବର୍ଷ ଜୁନ ମାସରେ ତାଙ୍କ ମାଆଙ୍କ ଜନ୍ମଦିନ ପାଳନ କରିଥିଲେ । ମାଆଙ୍କ ସହ ଜନ୍ମଦିନ ପାଳନ କରିଥିବା ଫଟୋକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ସେ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ ଯେ, 'ଜନ୍ମଦିନର ଶୁଭେଚ୍ଛା ଆଈ । କୁହାଯାଏ ମାଆ ଝିଅର ସର୍ବୋତ୍ତମ ବନ୍ଧୁ ଅଟେ । ଏହା ପ୍ରକୃତରେ ଠିକ୍ । ତୁମେ ମୋତେ ଦେଇଥିବା ଶିକ୍ଷା ମୋ ପାଇଁ ସର୍ବଶ୍ରେଷ୍ଠ ଉପହାର ଅଟେ । ମୁଁ  ତୁମର ଭଲ ସ୍ୱାସ୍ଥ୍ୟ ଓ ସୁଖ କାମନା କରୁଛି' ।