Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା
Advertisement

Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା

Kangana Ranaut: କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ୍ । ସେ ନିଜ ବିବାଦୀୟ ବୟାନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ବଲିଉଡ୍ କୁଇନ୍ ଖୁବ୍ କମ୍ ଅଭିନେତାଙ୍କ ପ୍ରଶଂସା କରନ୍ତି ।

Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା

Kangana Ranaut: କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବତ୍ । ସେ ନିଜ ବିବାଦୀୟ ବୟାନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ବଲିଉଡ୍ କୁଇନ୍  ଖୁବ୍ କମ୍ ଅଭିନେତାଙ୍କ ପ୍ରଶଂସା କରନ୍ତି । କିନ୍ତୁ ବଲିଉଡ ଅଭିନେତ୍ରୀ ତବୁଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କଙ୍ଗନା, ସେ ନିଜ ସୋସିଆଲ ମିଡିଆରେ ତବୁଙ୍କ ପାଇଁ କିଛି ପୋଷ୍ଟ କରିଛନ୍ତି ।  କଙ୍ଗନା ରାଣାୱତ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ଭୁଲ ଭୁଲେୟା ୨ ' ଏବଂ 'ଦୃଶ୍ୟମ୍ ୨' କେବଳ ଦୁଇଟି ଚଳଚ୍ଚିତ୍ର ଯାହା ଚଳିତ ବର୍ଷ ହିଟ୍ ହୋଇଛି । ଏବଂ ଏହି ଦୁଇଟି ଚଳଚ୍ଚିତ୍ରରେ ସୁପରଷ୍ଟାର ତବୁ ଲିଡ୍ ରୋଲରେ ନଜର ଆସିଛନ୍ତି।'

କଙ୍ଗନା ରାଣାଓ୍ବତ ତବୁଙ୍କୁ ପ୍ରଶଂସା କରିଛନ୍ତି :

କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ତାଙ୍କ ପ୍ରତିଭା ଏବଂ ନିରନ୍ତରତା ଉପରେ କେହି ପ୍ରଶ୍ନ କରନ୍ତି ନାହିଁ କିନ୍ତୁ ୫୦ ଅତିକ୍ରମ କରିବା ପରେ ସେ ତାଙ୍କ ଷ୍ଟାରଡମର ଶିଖରରେ ଅଛନ୍ତି ଏବଂ ଏହା ଆଶ୍ଚର୍ଯ୍ୟଜନକ ଅଟେ। ସେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ବଞ୍ଚାଇବା ପାଇଁ ଏକକ ଭାବରେ କାର୍ଯ୍ୟ କରୁଛନ୍ତି ...'କଙ୍ଗନା ରାଣାଓ୍ବତ ଟ୍ୱିଟରରେ ଏହା ମଧ୍ୟ ଲେଖିଛନ୍ତି ଯେ ସେ (ତବୁ) ତାଙ୍କୁ ସବୁବେଳେ ପ୍ରେରଣା ଦିଅନ୍ତି।'ଦୃଶ୍ୟମ୍ ୨' ସଫଳତା ଉପରେ କଙ୍ଗନା ରାଣାଓ୍ବାତ୍ ସୋସିଆଲ ମିଡିଆରେ ତବୁଙ୍କୁ ପ୍ରଶଂସା କରି ଲେଖିଛନ୍ତି, 'ମୁଁ ଭାବୁଛି ମହିଳାମାନେ ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ହେବା ପାଇଁ ବହୁତ ଯୋଗ୍ୟ ଅଟନ୍ତି .. ପ୍ରେରଣା ...' ।

'ଦୃଶ୍ୟମ୍ ୨'ର ସଫଳତା:
'ଦୃଶ୍ୟମ୍ ୨' ବକ୍ସ ଅଫିସରେ ଧମାଲ ମଚାଉଛି । ଏହି ଫିଲ୍ମର ସଫଳତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖିବୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ 'ଦୃଶ୍ୟମ୍ ୨' ଏପର୍ଯ୍ୟନ୍ତ ବକ୍ସ ଅଫିସରେ ୬୧.୯୭ କୋଟି ପାଖାପାଖି ସଂଗ୍ରହ କରି ସାରିଛି । ଏହି ଫିଲ୍ମଟି ଖୁବଶୀଘ୍ର ୧୦୦ କୋଟି ରୋଜଗାର କରିବ ବୋଲି ଆଶା କରାଯାଉଛି।

fallback

ଏହାବି ପଢନ୍ତୁ : Entertainment News: ରାଜ୍ୟରେ ପଡ଼ିଲା କାନ୍ଦ ବୋବାଳି ମାତ୍ର ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ

ଏହାବି ପଢନ୍ତୁ : Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି

ଏହାବି ପଢନ୍ତୁ : Urvashi Rautela: ଉର୍ବଶୀ ଋଷଭଙ୍କ ମଧ୍ୟରେ କଣ ରହିଛି ଗୁପ୍ତ ସମ୍ପର୍କ, ବଡ ଖୁଲାସା କଲେ ଏହି କ୍ରିକେଟର

ଏହାବି ପଢନ୍ତୁ : Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ

ଏହାବି ପଢନ୍ତୁ : Celebs Bungalows: ସେଲିବ୍ରେଟିଙ୍କ ବଙ୍ଗଳାର ନାଁ ପଛରେ ରହିଛି ଅନେକ ରହସ୍ୟ, ଜାଣନ୍ତୁ ତାହା କ'ଣ ?