Kangana Ranaut: ମହେଶ ଭଟ୍ଟଙ୍କ ପୋଲ ଖୋଲିଦେଲେ କଙ୍ଗନା, ବଲିଉଡ଼ରୁ ଆସିଲା ଏଭଳି ଉତ୍ତର
Advertisement

Kangana Ranaut: ମହେଶ ଭଟ୍ଟଙ୍କ ପୋଲ ଖୋଲିଦେଲେ କଙ୍ଗନା, ବଲିଉଡ଼ରୁ ଆସିଲା ଏଭଳି ଉତ୍ତର

ସିନେ ନିର୍ମାତା ମହେଶ ଭଟ୍ଟଙ୍କ (Mahesh Bhatt) ବିରୋଧରେ ପୋଷ୍ଟ କରି ବର୍ତ୍ତମାନ କଙ୍ଗନା ଚର୍ଚ୍ଚାରେ ରହିଛନ୍ତି। ନିକଟରେ ମହେଶ ଭଟ୍ଟଙ୍କ ଏକ ପୁରୁଣା ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। 

Kangana Ranaut: ମହେଶ ଭଟ୍ଟଙ୍କ ପୋଲ ଖୋଲିଦେଲେ କଙ୍ଗନା, ବଲିଉଡ଼ରୁ ଆସିଲା ଏଭଳି ଉତ୍ତର

Kangana Ranaut:  ମୁମ୍ବାଇ: ବଲିଉଡ଼ (Bollywood) ଅଭିନେତ୍ରୀ (Actress) କଙ୍ଗନା ରଣାଓ୍ୱତ (Kangana Ranaut) ନିଜର ବଳିଷ୍ଠ ଅଭିନୟ (Acting) ପାଇଁ ଯେତିକି ପ୍ରଶଂସା ସାଉଣ୍ଟିଥାନ୍ତି, ନିଜର ଅବଲୋକରା ତୁଣ୍ଡ ପାଇଁ ସେତିକି ବିବାଦ (Controversy) ଘେରକୁ ମଧ୍ୟ ଠେଲି ହୋଇ ଯାଆନ୍ତି। ଅଧିକାଂସ ସମୟରେ ସେ ବିବାଦୀୟ ପୋଷ୍ଟ କରି ସମାଲୋଚନାର ଶିକାର ହୋଇଥାନ୍ତି। ରାଜନେତାଙ୍କ (Politician) ଠାରୁ ଆରମ୍ଭ କରି ଅଭିନେତା (Actor), ପ୍ରଯୋଜକ (Producer), ନିର୍ଦ୍ଦେଶକଙ୍କୁ (Director) ଟାର୍ଗେଟ କରି ସୋସିଆଲ ମିଡିଆରେ (Social Media) ବିଭିନ୍ନ ସମୟରେ ପୋଷ୍ଟ କରିଥାନ୍ତି। ଏହି ପୋଷ୍ଟ କାରଣରୁ ହିଁ ସେ ବିବାଦ ଘେରକୁ ଆସିଥାନ୍ତି। 

ତେବେ ସିନେ ନିର୍ମାତା ମହେଶ ଭଟ୍ଟଙ୍କ (Mahesh Bhatt) ବିରୋଧରେ ପୋଷ୍ଟ କରି ବର୍ତ୍ତମାନ କଙ୍ଗନା ଚର୍ଚ୍ଚାରେ ରହିଛନ୍ତି। ନିକଟରେ ମହେଶ ଭଟ୍ଟଙ୍କ ଏକ ପୁରୁଣା ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଯେଉଁଥିରେ ସେ ଦାବି କରିଥିଲେ କି ମହେଶଙ୍କ ଅସଲି ନାଁ ମହେଶ ନୁହେଁ, ବରଂ ଅସଲମ। ଏହି ଭିଡ଼ିଓକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। 

ଇନଷ୍ଟାରେ ସେୟାର କରିଥିବା ଭିଡ଼ିଓରେ ମହେଶ ଭଟ୍ଟ ଇସଲାମ ବିଷୟରେ ନିଜର ଭାବନା ପ୍ରକାଶ କରୁଛନ୍ତି। ଲୋକଙ୍କୁ ଏହା ବିଷୟରେ ଅବଗତ କରାଉଛନ୍ତି। ଇନଷ୍ଟାଗ୍ରାମରେ କାହାଣୀ ସେୟାର କରି କଙ୍ଗନା ଲେଖିଛନ୍ତି ଯେ 'ମହେଶ ଭଟ୍ଟ ତାଙ୍କର ପ୍ରକୃତ ନାମ ବ୍ୟବହାର କରିବା ଉଚିତ ଏବଂ କୌଣସି ଧର୍ମର ପ୍ରତିନିଧିତ୍ୱ କରିବା ଉଚିତ ନୁହେଁ। ସେ ତାଙ୍କର ଦ୍ୱିତୀୟ ପତ୍ନୀ (ସୋନି ରଜଦାନ)ଙ୍କ ପାଇଁ 'ଧର୍ମାନ୍ତରଣ' କରିଛନ୍ତି। ସେ ତାଙ୍କର ପ୍ରକୃତ ନାମ ବ୍ୟବହାର କରିବା ଉଚିତ୍ ବୋଲି କଙ୍ଗନା ତାଙ୍କ ପୋଷ୍ଟରେ ଲେଖିଛନ୍ତି। 

ତେବେ ଏହା ପୂର୍ବରୁ କଙ୍ଗନା ରଣାଓ୍ୱତ ଗଙ୍ଗୁବାଇ କାଠିଆବାଡିର ରିଲିଜ ସମୟରେ ଆଲିଆ ଭଟ୍ଟଙ୍କୁ ସମାଲୋଚନା କରିଥିଲେ। ସେହି ସମୟରେ କଙ୍ଗନା ଲେଖିଥିଲେ କି ଏହି ଶୁକ୍ରବାର ବକ୍ସ ଅଫିସରେ ୨୦୦ କୋଟି ଟଙ୍କା ଜଳିପୋଡ଼ି ପାଉଁଶ ହୋଇଯିବ।  ସେହିପରି କଙ୍ଗନାଙ୍କ ସହିତ ତାଙ୍କ ଭଉଣୀ ରଙ୍ଗୋଲୀ ମଧ୍ୟ ମହେଶ ଭଟ୍ଟ, ତାଙ୍କ ପତ୍ନୀ ଓ ଝିଅ ଆଲିଆଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଆସୁଛନ୍ତି। ସେ ଲେଖିଥିଲେ କି ୨୦୦6 ମସିହାରେ ଓ୍ୱ ଲମହେର ସ୍କିନିଂ ସମୟରେ ୧୯ ବର୍ଷୀୟ କଙ୍ଗନାଙ୍କ ଉପରକୁ ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ ଆଣିଥିଲେ। 

ସୂଚନାଯୋଗ୍ୟ ୨୦୨୦ ମସିହାରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସମୟରେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ବିଭିନ୍ନ ପ୍ରକାର ଅଭିଯୋଗ ଆଣି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଥିଲେ କଙ୍ଗନା। ତେବେ ତତ୍କଳୀନ ମହାରାଷ୍ଟ୍ରରେ କ୍ଷମତାରେ ଥିବା ଉଦ୍ଧବ ସରକାର କଙ୍ଗନାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜବର ଦଖଲ ଦର୍ଶାଇ କଙ୍ଗନାଙ୍କ ଘର ଭାଙ୍ଗିବା ସହିତ ତାଙ୍କ ଉପରେ ଜରିମନା ମଧ୍ୟ ଲଗାଇଥିଲା। ତେବେ ଏହି ଘଟଣାକୁ ନେଇ ସେତେବେଳେ ବେଶ ତୁମ୍ଭିତୋଫାନ ହୋଇଥିଲା। 

ଅଧିକ ପଢନ୍ତୁ: କଂଗ୍ରେସରେ ଥମିବାର ନା ନେଉନି କଳହ, ରାହୁଲ ଗାନ୍ଧୀଙ୍କ ରାଲିରୁ ଗାଏବ ଥିଲେ ଅନେକ ବଡ଼ ନେତା; ମୋଦି ସରକାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ଦଳର ଏହି ବଡ଼ ନେତା