Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ
Advertisement

Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ

Ira Khan Love Story: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ । ଖିୁବଶିଘ୍ର ଆମୀରଙ୍କ ଝିଅ ଇରା ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଇରା ଖାନ ତାଙ୍କ ପ୍ରେମିକା ନୂପୁର ଶିଖରଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଛନ୍ତି। ତାଙ୍କ ପ୍ରେମିକ ନୂପୁର ଶିଖରଙ୍କ ସହିତ ମୁମ୍ବାଇରେ ଇରାଙ୍କର ନିର୍ବନ୍ଧ ହୋଇଛି।

Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ

Ira Khan Love Story: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ । ଖିୁବଶିଘ୍ର ଆମୀରଙ୍କ ଝିଅ ଇରା ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଇରା ଖାନ ତାଙ୍କ ପ୍ରେମିକା ନୂପୁର ଶିଖରଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଛନ୍ତି। ତାଙ୍କ ପ୍ରେମିକ ନୂପୁର ଶିଖରଙ୍କ ସହିତ ମୁମ୍ବାଇରେ ଇରାଙ୍କର ନିର୍ବନ୍ଧ ହୋଇଛି। ଗତ କିଛି ମାସ ତଳେ ନୂପୁର ଇରାଙ୍କୁ ନିଆରା ଅନ୍ଦାଜରେ ପ୍ରପୋଜ କରିଥିଲେ। ଏବଂ ପରେ ଏକ ରିଙ୍ଗ ମଧ୍ୟ ପିନ୍ଧାଇ ଥିଲେ। ଏହି ଭିଡିଓ ବେଶ ଭାଇରାଲ ହୋଇଥିଲା। 

ଏସମସ୍ତ ସେଲିବ୍ରେଟି ଥିଲେ ଉପସ୍ଥିତ :
ତେବେ ଏହି ଏନଗେଜମେଣ୍ଟରେ ଅମୀର ଖାନ୍‌ ,ତାଙ୍କର ପୂର୍ବତନ ପତ୍ନୀ କିରଣ ରାଓଙ୍କ ସମେତ ପୁତୁରା ଇମ୍ରାନ ଖାନ୍, ନିର୍ଦ୍ଦେଶକ ଆଶୁତୋଷ ଗ୍ୱାରିକରଙ୍କ ସମେତ ପରିବାର ଓ ଫିଲ୍ମ ଫ୍ରେଣ୍ଡମାନେ ଯୋଗ ଦେଇଥିଲେ। ଏଥିରା ଇରା ଏକ ରେଡ କର୍ଲର ଗାଉନ  ଓ  ଏବଂ ନୂପୁର ଏକ  ବ୍ଲାର୍କ କର୍ଲର ବ୍ଲେଜର ପିନ୍ଧିଥିଲେ। ଏଭଳି ପରିସ୍ଥିତିରେ ଅମୀର ଖୁସି ଥିବା ନଜର ଆସିଥିଲେ।  

ଏହି ଇଭେଣ୍ଟରେ ଆମୀର ଖାନ୍ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା : 
ଝିଅର ଏନଗେଜମେଣ୍ଟରେ ଆମୀର, ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ଆମୀର ଏକ ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏବଂ ସେ ଏକ ଚଷମା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଆମୀରଙ୍କ ପ୍ରଥମ ପତ୍ନୀ ରିନା ଦତ୍ତଙ୍କ ଝିଅ ହେଉଛନ୍ତି ଇରା । ଏହି ଏନଗେଜମେଣ୍ଟରେ ରୀନା ମଧ୍ୟ ଉପସ୍ଥିତ ଥିଲେ। ସେ ଏକ ୟେଲୋ ଓ କ୍ରିମ୍ କର୍ଲର ଶାଢୀ ପିନ୍ଧିଥିଲେ।   

ଏହାବି ପଢନ୍ତୁ : Celebs Bungalows: ସେଲିବ୍ରେଟିଙ୍କ ବଙ୍ଗଳାର ନାଁ ପଛରେ ରହିଛି ଅନେକ ରହସ୍ୟ, ଜାଣନ୍ତୁ ତାହା କ'ଣ ?

ଏହାବି ପଢନ୍ତୁ : Hrithik Roshan: ଲିଭ ଇନ ରିଲେସନସିପରେ ରହିବେ ହ୍ରିତିକ, ଗାର୍ଲଫ୍ରେଣ୍ଟ ପାଇଁ କିଣିଲେ ଏତିକି କୋଟିର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ

ଏହାବି ପଢନ୍ତୁ : Arjun Kapoor: ମଲାଇକାଙ୍କ ହାତ ଧରିବେ ଅର୍ଜୁନ୍ ! ବିବାହ ପୂର୍ବରୁ ରିଲେସନସିପକୁ ନେଇ କଲେ ବଡ ଖୁଲାସା

ଲକଡାଉନରେ ଆରମ୍ଭ ହୋଇଥିଲା ପ୍ରେମ  : 
ଇରା ଏବଂ ନୂପୁର ମଧ୍ୟରେ ଲକଡାଉନ୍ ସମୟ ଅର୍ଥାତ୍ ୨୦୨୦ରେ ଆରମ୍ଭ ହୋଇଥିଲା। ନୁପୁର ଷ୍ଟାରକିଡ୍ସର ଜିମ୍ ଟ୍ରେନର ଭାବରେ କାର୍ଯ୍ୟ କରୁଥିଲେ । ଏହା ମଧ୍ୟ କୁହାଯାଉଛି ଯେ ନୂପୁର ଶିଖର ମଧ୍ୟ ଆମୀର ଖାନଙ୍କୁ ତାଲିମ ଦେଇଛନ୍ତି।  ୨୦୨୨,ସେପ୍ଟେମ୍ବରରେ, ନୂପୁର ଶିଖରେ ସାଇକେଲ୍ ରେସ୍‌ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମ ଦେଖିବାକୁ ପହଞ୍ଚିଥିଲେ ଇରା। ଏହି ଇଭେଣ୍ଟରେ ହିଁ ନୂପୁର ଇରାଙ୍କୁ ମୁଦି ପିନ୍ଧାଇ ପ୍ରେମ ନିବେଦନ କରିଥିଲେ। ତାଙ୍କୁ ବିବାହ କରିବାକୁ ନିବେଦନ କରିବା ସହିତ ଇରାଙ୍କୁ ମୁଦି ପିନ୍ଧାଇଥିଲେ ନୂପୁର। ଇରା ମଧ୍ୟ ମାଇକ୍‌ ନେଇ ତାଙ୍କ ପ୍ରସ୍ତାବରେ ରାଜି ଥିବା କହିବା ସହିତ ତାଙ୍କ ଓଠକୁ ଚୁମା ଦେଇଥିଲେ। ଯାହାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି ଇରା ଖାନ। ଉଭୟ ଶୀଘ୍ର ବିବାହ କରିବେ ବୋଲି ଆଶା କରାଯାଉଛି।