FIR Lodged against Gauri khan: ସାଂଘାତିକ ବିବାଦରେ ଛନ୍ଦି ହେଲେ ଶାହରୁଖଙ୍କ ପତ୍ନୀ ଗୌରୀ, ଜାଣନ୍ତୁ କଣ ରହିଛି ମାମଲା
Advertisement

FIR Lodged against Gauri khan: ସାଂଘାତିକ ବିବାଦରେ ଛନ୍ଦି ହେଲେ ଶାହରୁଖଙ୍କ ପତ୍ନୀ ଗୌରୀ, ଜାଣନ୍ତୁ କଣ ରହିଛି ମାମଲା

FIR Lodged against Gauri khan: ‘ପଠାନର’ ସଫଳତା ପରେ ବେଶ ଚର୍ଚ୍ଚାରେ ରହୁଥିଲେ ଶାହାରୁଖ ଖାନ ଓ ଗୌରୀ ଖାନ । ତେବେ ବର୍ତମାନ ଗୌରୀ ଖାନଙ୍କୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଏଥିରେ ତାଙ୍କ ବିରୋଧରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ମାମଲା ରୁଜୁ କରାଯାଇଛି । ବଲିଉଡ଼ ଅଭିନେତା ଶାହାରୁଖ ଖାନଙ୍କ ପତ୍ନୀ ତଥା ଡ଼ିଜାଇନର ଗୌରୀ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୌ(ସୋସିଆଲ ମିଡିଆ)

FIR Lodged against Gauri khan: ‘ପଠାନର’ ସଫଳତା ପରେ ବେଶ ଚର୍ଚ୍ଚାରେ ରହୁଥିଲେ ଶାହାରୁଖ ଖାନ ଓ ଗୌରୀ ଖାନ । ତେବେ ବର୍ତମାନ ଗୌରୀ ଖାନଙ୍କୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଏଥିରେ ତାଙ୍କ ବିରୋଧରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ମାମଲା ରୁଜୁ କରାଯାଇଛି । ବଲିଉଡ଼ ଅଭିନେତା ଶାହାରୁଖ ଖାନଙ୍କ ପତ୍ନୀ ତଥା ଡ଼ିଜାଇନର ଗୌରୀ ଖାନଙ୍କ ବିରୋଧରେ ଏଫଆଇଆର୍ (FIR) ରୁଜୁ ହୋଇଛି । ଗୌରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟ ଧାରା ୪୦୯ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ଯଶୋବନ୍ତ ଶାହ ନାମକ ଜଣେ ବ୍ୟକ୍ତି ଗୌରୀଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁଯାୟୀ, ମୁମ୍ବାଇର ଯଶୋବନ୍ତ ଶାହ ନାମକ ଜଣେ ବ୍ୟକ୍ତି ଗୌରୀ ବ୍ରାଣ୍ତ ଆମ୍ବାସାଡ଼ର୍ ଥିବା କମ୍ପାନୀ ନାମରେ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତୁଳସୀୟାନ କନଷ୍ଟ୍ରକସନ ଆଣ୍ତ ଡ଼େଭଲପର୍ସ ଲିମିଡ଼େଟ ଲକ୍ଷ୍ନୌରେ ସେ ଏକ ଫ୍ଲାଟ କିଣିଥିଲେ । ଏଥିଲାଗି ସେ ବର୍ତ୍ତମାନ ସୁଦ୍ଧା କମ୍ପାନୀକୁ ୮୬ ଲକ୍ଷ ଟଙ୍କା ଦେଇସାରିଲେଣି । ଏତେ ପରିମାଣର ଟଙ୍କା ଦେବା ପରେ ମଧ୍ଯ ତାଙ୍କୁ ଫ୍ଲାଟ ମିଳିନାହିଁ । ଏନେଇ ବ୍ୟକ୍ତି ଜଣକ ଗୌରୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଛନ୍ତି । ଗୌରୀ ଖାନଙ୍କ ବ୍ୟତୀତ ତୁଳସୀୟାନ କନଷ୍ଟ୍ରକସନ ଆଣ୍ତ ଡ଼େଭଲପମେଣ୍ଟ ଲିମିଡ଼େଟର ମୁଖ୍ୟ ସିଏମଡ଼ି ଅନୀଲ କୁମାର ତୁଳସୀୟାନ ଓ ନିର୍ଦ୍ଦେଶକ ମହେଶ ତୁଳସୀୟାନଙ୍କ ବିରୋଧରେ ମଧ୍ଯ ଅଭିଯୋଗ ହୋଇଛି । ବ୍ରାଣ୍ତ ଆମ୍ବାସାଡ଼ର ଗୌରୀ ଖାନଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ଏହି ଫ୍ଲାଟ୍ କିଣିଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ।

Also Read-Babil Khan:ପୁରସ୍କାର ଜିତି ବାପା ଇରଫାନଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଦେଲେ ପୁଅ ବାବିଲ, ମାହୋଲ ହେଲା ଭାବବିହ୍ୱଳ

ତେବେ ବ୍ୟକ୍ତି ଜଣକ ଗୌରୀ, ଅନୀଲ ଓ ମହେଶଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଛନ୍ତି । ସୁଶାନ୍ତ ଗୋଲ୍ଫ ସିଟି ଥାନାରୁ ଏନେଇ ସୂଚନା ମିଳିଛ । ଯଶୋବନ୍ତ ଶାହ କହିଛନ୍ତି ଯେ, ବ୍ରାଣ୍ତ ଆମ୍ବାସାଡ଼ର ଭାବେ ଗୌରୀ ପ୍ରଚାର ଓ ପ୍ରସାରରେ ପ୍ରଭାବିତ ହୋଇ ସେ ଏହି ଫ୍ଲାଟ କିଣିବାକୁ ସ୍ଥିର କରିଥିଲେ । ତେବେ ଗୌରୀ ଖାନଙ୍କ ନିକଟରେ ଏନେଇ କୌଣସି ସୂଚନା ନଥିବା ବେଳେ କମ୍ପାନୀ ବ୍ରାଣ୍ତ ଆମ୍ବାସାଡ଼ର୍ ଥିବାରୁ ଏହି ମାମଲାରେ ତାଙ୍କ ନାଁ ବି ଆସିଛି ।