Entertainment News: ବଲିଉଡରେ ୧୫ ବର୍ଷ ପୁରଣ କଲେ ଦୀପିକା,ରଣବୀର ଓ ସୋନମ୍, ଜାଣନ୍ତୁ କେଉଁ ଫିଲ୍ମରେ କିଏ କରିଥିଲେ ଡେବ୍ୟୁ
Advertisement

Entertainment News: ବଲିଉଡରେ ୧୫ ବର୍ଷ ପୁରଣ କଲେ ଦୀପିକା,ରଣବୀର ଓ ସୋନମ୍, ଜାଣନ୍ତୁ କେଉଁ ଫିଲ୍ମରେ କିଏ କରିଥିଲେ ଡେବ୍ୟୁ

Entertainment News : ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ସୋନମ କପୁର ଓ ଅଭିନେତା ରଣବୀର ସିଂ । ଏହି ୩ ଷ୍ଟାର ବଲିଉଡରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି । ଏହି ତିନି କଳାକାର ଆଜି ବଲିଉଡ୍ ଇଣ୍ଡଷ୍ଟ୍ରିରେ ୧୫ ବର୍ଷ ପୂରଣ କରିଛନ୍ତି। ଏନେଇ ସୋସିଆଲ ମିଡିଆରେ ଏ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଯାଇଛନ୍ତି ଫ୍ୟାନ୍ସ ।

ସୌଜନ୍ୟ : ସୋସିଆଲ ମିଡିଆ

Entertainment News: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ସୋନମ କପୁର ଓ ଅଭିନେତା ରଣବୀର ସିଂ । ଏହି ୩ ଷ୍ଟାର  ବଲିଉଡରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି ।  ଏହି ତିନି କଳାକାର ଆଜି ବଲିଉଡ୍ ଇଣ୍ଡଷ୍ଟ୍ରିରେ ୧୫ ବର୍ଷ ପୂରଣ କରିଛନ୍ତି। ଏନେଇ ସୋସିଆଲ ମିଡିଆରେ ଏ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଯାଇଛନ୍ତି ଫ୍ୟାନ୍ସ । ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଅଭିନୟ ଆଧାରରେ ସାରା ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ ୨୦୦୭ ରେ ଶାହରୁଖ ଖାନଙ୍କ ବିପକ୍ଷରେ ଚଳଚ୍ଚିତ୍ର 'ଓମ୍ ଶାନ୍ତି ଓମ୍' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ସେହିପରି ରଣବୀର ଓ ସୋନମ କପୁର 
ସଞ୍ଜୟ ଲୀଲା ଭନସାଲୀଙ୍କ 'ସାୱାରିଆ'ରେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି ଏହି ଦୁଇଟି ଚଳଚ୍ଚିତ୍ର ରିଲିଜ୍ ହେବାର ୧୫ ବର୍ଷ ପୂରଣ କରିଛି ।

'ଓମ୍ ଶାନ୍ତି ଓମ୍ ' ଏବଂ ' ସାୱରିଆ' ଫିଲ୍ମ ରିଲିଜ୍ ହେବାର ୧୫ ବର୍ଷ ପୁରଣ କରିଛି :

ରଣବୀର ଓ ସୋନମ କପୁରଙ୍କ ଅଭିନୀତ ଫିଲ୍ମ 'ସାୱରିଆ' ବକ୍ସ ଅଫିସରେ ଏତେ ଭଲ ରୋଜଗାର କରି ପାରି ନ ଥିଲା। ତେବେ ଏହା ରଣବୀର କପୁର ଏବଂ ସୋନମ କପୁରଙ୍କ କ୍ୟାରିଅରକୁ ପ୍ରଭାବିତ କରି ନାହିଁ। ଦୀପିକା ପାଦୁକୋନଙ୍କ 'ଓମ୍ ଶାନ୍ତି ଓମ୍' ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲେ । ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଅନେକଙ୍କୁ ପସନ୍ଦ ଆସିଥିଲା ​​ଏବଂ ଆଜି ସେ ବଲିଉଡର ଅଧିକ ପେଡ୍ ଚାର୍ଜ କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସମୟ ସହିତ ତାଙ୍କ ଅଭିନୟରେ ମଧ୍ୟ ତାଙ୍କର ପରିବର୍ତ୍ତନ ଆସିଛି ।

ଏହାବି ପଢନ୍ତୁ : Akshay Kumar: ଆସୁଛି ଖିଲାଡି କୁମାରଙ୍କ ଆଉ ଏକ ବଡ ବଜେଟ୍ ଫିଲ୍ମ

ସୋନମ କପୁରଙ୍କୁ ଏହି ଫିଲ୍ମ ଦେଇଛି ଅଧିକ ସଫଳତା :

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ହିଟ୍ ଫିଲ୍ମ ହେଇଛି 'ନୀରଜା', 'ଆଇ ହେଟ୍ ଲଭ୍ ଷ୍ଟୋରୀ' ଏବଂ 'ପ୍ୟାଡମ୍ୟାନ୍' ।  ଏହି ଚଳଚ୍ଚିତ୍ର ସୋନମଙ୍କୁ ଅଧିକ ସଫଳତା ଦେଇଛି । 'ନୀରଜା' ମଧ୍ୟ ଜାତୀୟ ପୁରସ୍କାର ପାଇଥିଲେ। 'ଆଇ ହେଟ୍ ଲଭ୍ ଷ୍ଟୋରୀ'ରେ ଇମ୍ରାନ ଖାନ ତାଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସୋନମ୍ । ଏଥିସହିତ ତାଙ୍କୁ 'ପ୍ୟାଡମ୍ୟାନ୍'ରେ ଅକ୍ଷୟ କୁମାରଙ୍କ ସହ ଦେଖିବାକୁ ମିଳିଥିଲା।

ରଣବୀର କପୁରଙ୍କୁ ଏହି ଫିଲ୍ମ ଦେଇଛି ଅଧିକ ସଫଳତା :

ଚଳଚ୍ଚିତ୍ର 'ରକଷ୍ଟାର', 'ବର୍ଫି' ଏବଂ 'ୟେ ଜୱାନୀ ହେ ଦିଓ୍ବାନୀ' ରଣବୀର କପୁରଙ୍କୁ ଅଧିକ ଲୋକପ୍ରିୟ କରାଇଛି। ଏହା ବ୍ୟତିତ ନର୍ଗିସ୍  ଫକ୍ରି, 'ରକଷ୍ଟାର'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ସମୟରେ, ବର୍ଫିରେ ସେ ଇଲିଆନା ଡି’କ୍ରୁଜ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ସେ ବଧିର ଓ ମୂକ ଭୂମିକାରେ ଅଭିନୟ କରିଥିଲେ। ସେ ଦୀପିକା ପାଦୁକୋନଙ୍କ ସହ 'ୟେ ଜୱାନୀ ହେ ଦିୱାନୀ ' ଫିଲ୍ମ ମଧ୍ୟ କରିଥିଲେ। ଯାହା ଦର୍ଶକଙ୍କୁ କାଫି ପସନ୍ଦ ଆସିଥିଲା।

ଦୀପିକା ପାଦୁକୋନଙ୍କ କିଛି ସୁପରହିଟ ଫିଲ୍ମ :

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ହଜାର ହଜାର ଫ୍ୟାନ୍ସ । ସେ ୨୦୦୭ରେ ଶାହରୁଖ ଖାନଙ୍କ ବିପକ୍ଷରେ ଚଳଚ୍ଚିତ୍ର ‘ଓମ୍ ଶାନ୍ତି ଓମ୍’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଆଜି ଦୀପିକା ଇଣ୍ଡଷ୍ଟ୍ରିରେ ୧୫ ବର୍ଷ ପୂରଣ କରିଛନ୍ତି। ଦୀପିକା ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି । 'ପିକୁ', 'ବାଜିରାଓ ମସ୍ତାନୀ' ଏବଂ 'ୟେ ଜୱାନୀ ହେ ଦିୱାନୀ' ଭଳି ଫିଲ୍ମରେ ଅଭିନୟ କରିଛନ୍ତି ।