HBD Bobby Deol: ୨୮ ବର୍ଷରେ ବଲିଉଡ଼କୁ ଦେଇଛନ୍ତି ତିନୋଟି ହିଟ୍ ଫିଲ୍ମ, କ୍ୟାରିୟର ଖରାପ ହେବା ପଛର କାରଣ କ'ଣ ଜାଣନ୍ତୁ?
Advertisement

HBD Bobby Deol: ୨୮ ବର୍ଷରେ ବଲିଉଡ଼କୁ ଦେଇଛନ୍ତି ତିନୋଟି ହିଟ୍ ଫିଲ୍ମ, କ୍ୟାରିୟର ଖରାପ ହେବା ପଛର କାରଣ କ'ଣ ଜାଣନ୍ତୁ?

HBD Bobby Deol: ବଲିଉଡ ଅଭିନେତା  ବବି ଦେଓଲ । ୯୦ ଦଶକର ଜଣେ ଆଗଧାଢିର ଅଭିନେତା। ବଲିଉଡକୁ ଦେଉଛନ୍ତି ଅନେକ ସୁପରହିଟ ଫିଲ୍ମ। କେବଳ ଫିଲ୍ମରେ ନୁହେଁ, ତାଙ୍କର ଜଲଓ୍ବା ମଧ୍ୟ ଓ୍ବେବ ସିରିଜରେ ମଧ୍ୟ ଦେଖିବାକୁ ମିଳିଛି । ତାଙ୍କ ପିତା ଧର୍ମେନ୍ଦ୍ର ଓ ଭାଇ ସନିଦେଓଲ ମଧ୍ୟ ବଲିଉଡ ସହ ଜଡିତ । କେବଳେ ସେତିକି ନୁହେଁ ମାଆ ହେମାଙ୍କ ଠାରୁ ମଧ୍ୟ ଅଭିନୟ ବିଷୟରେ ବହୁତ କିଛି ଶିଖିଛନ୍ତି ବବି । 

ସୌଜନ୍ୟ- ସୋସିଆଲ ମିଡିଆ

HBD Bobby Deol: ବଲିଉଡ ଅଭିନେତା  ବବି ଦେଓଲ । ୯୦ ଦଶକର ଜଣେ ଆଗଧାଢିର ଅଭିନେତା। ବଲିଉଡକୁ ଦେଉଛନ୍ତି ଅନେକ ସୁପରହିଟ ଫିଲ୍ମ। କେବଳ ଫିଲ୍ମରେ ନୁହେଁ, ତାଙ୍କର ଜଲଓ୍ବା ମଧ୍ୟ ଓ୍ବେବ ସିରିଜରେ ମଧ୍ୟ ଦେଖିବାକୁ ମିଳିଛି । ତାଙ୍କ ପିତା ଧର୍ମେନ୍ଦ୍ର ଓ ଭାଇ ସନିଦେଓଲ ମଧ୍ୟ ବଲିଉଡ ସହ ଜଡିତ । କେବଳେ ସେତିକି ନୁହେଁ ମାଆ ହେମାଙ୍କ ଠାରୁ ମଧ୍ୟ ଅଭିନୟ ବିଷୟରେ ବହୁତ କିଛି ଶିଖିଛନ୍ତି ବବି । କିନ୍ତୁ ବଲିଉଡରେ ତାଙ୍କର ଏ ଯାତ୍ରା ଏତେ ସହଜ ନ ଥିଲା । ସେ ମଧ୍ୟ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ଆଜି ବବି ଦେଓଲଙ୍କ ଜନ୍ମଦିନ, ଏ-ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ । ତେବେ,ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା  । 

୧୯୯୫ ମସିହାରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ ବବି । ୧୯୯୫ରେ ଫିଲ୍ମ 'ବରସାତ'ରେ ଡେବ୍ୟୁ କରିଥିଲେ ।  ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଟ୍ବିଙ୍କଲ ଖାନ୍ନା । ଏହାପରେ ସେ ଫିଲ୍ମ (film Gupt: The Hidden Truth) 'ଗୁପ୍ତ: ଦ ହିଡେନ ଟ୍ରୃଥ୍'ରେ ମଧ୍ୟ  ଅଭିନୟ କରିଥିଲେ। ଏହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା । ଏହା ପରେ ବଲିଉଡରେ ମିଳିଥିଲା ତାଙ୍କୁ ଅନେକ ଅଫର । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହା ବ୍ୟତୀତ ତାଙ୍କୁ 'ସୋଲଜର' (Soldier), 'ଅଜନାବି', 'ବାଦଲ', 'ବିଚୋ','ଆପନେ' ଏବଂ 'ୟାମଲା ପାଗଲା ଦିୱାନା'ରେ ଦେଖିବାକୁ ମିଳିଥିଲା।

Also Read: Malaika Arora: 'ସଲମାନ ଖାନ ମୋତେ ତିଆରି କରି ନାହାଁନ୍ତି'

୨୮ ବର୍ଷ କ୍ୟାରିଅରରେ ମାତ୍ର ୩ଟି ହିଟ ଫିଲ୍ମ: ବବି ତାଙ୍କ କ୍ୟାରିୟରରେ  ଅଭିନୟ କରିଥିବା ଫିଲ୍ମ 'ଗୁପ୍ତ: ଦ ହିଡେନ୍ ଟ୍ରୁଥ '(Gupt: The Hidden Truth ) (୧୯୯୭), 'ସୋଲଜର୍' (୧୯୯୮) ଏବଂ 'ହାମରାଜ'(୨୦୦୨) ରେ ତିନୋଟି ହିଟ୍ ଦେଇଥିଲେ। ୨୦୦୨ ପରଠାରୁ ବବିଙ୍କର ଏପର୍ଯ୍ୟନ୍ତ କୌଣସି ହିଚ ଫିଲ୍ମ ଦେଖିବାକୁ ମିଳିନାହିଁ। 

ତାଙ୍କର କ୍ରମାଗତ ଫ୍ଲପ୍ ଚଳଚ୍ଚିତ୍ର ଯୋଗୁଁ ବବି ଦେଓଲ୍ ଉଦାସୀନତା ଭିତରକୁ ଚାଲିଗଲେ। ଫଳରେ ସେ କାମ କରିବା ବନ୍ଦ କରିଦେଲେ। ଏହାକୁ ଭୁଲିବା ପାଇଁ ସେ ସବୁବେଳେ ନିଶାରେ ରହିଲେ। ଦିନରାତି ମଦ୍ୟପାନ କଲେ। କିନ୍ତୁ ତାଙ୍କ ପତ୍ନୀ ତାନ୍ୟା ଆହୁଜା ତାଙ୍କୁ ଏହି ନିଶା ଭିତରୁ ଟାଣି ବାହାର କରିନେଇଥିଲେ। କେବଳ ଏତିକି ନୁହେଁ, ବବି ଦେଓଲ କିଛି ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ରହି ଡିଜେ ହୋଇଯାଇଥିଲେ। ସେ ବଡ ନାଇଟ୍ କ୍ଲବ୍‌ରେ ଡିଜେ ବଜେଇବା ଆରମ୍ଭ କରିଦେଇଥିଲେ।

ସଲମାନ ଖାନ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ: ବବି ଦେଓଲ ନିକଟରେ  ଏକ ସାକ୍ଷାତକାର ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ,ଏ-ପରି ଏକ ସମୟ ଥିଲା। ଯେତେବେଳେ ତାଙ୍କୁ କାମ ମିଳୁ ନ ଥିଲା । ସେହି ସମୟରେ ସଲମାନ ଖାନ୍ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏପରିକି ସେ ତାଙ୍କୁ ବହୁତ ସାହାଯ୍ୟ ମଧ୍ୟ କରିଛନ୍ତି । ବବି କହିଛନ୍ତି ଯେ,ସଲମାନ ଜଣେ ହୃଦୟବାନ୍ ମଣିଷ,  ମୁଁ ଭାଗ୍ୟବାନ୍ ଯେ ମୁଁ ଅଳ୍ପ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନଙ୍କ ପାଇଁ ତାଙ୍କର ଏତେ ସ୍ନେହ ଓ ଭଲପାଇବା ଅଛି । ସଲମାନ ମୋତେ 'ରେସ୍ ୩' ରେ ଏକ ସୁଯୋଗ ଦେଇଥିଲେ ଏବଂ ଏହା ମୋ କ୍ୟାରିୟରର ଆଉ ଏକ ଆରମ୍ଭ ଥିଲା ବୋଲି କୁହାଯାଇପାରିବ । 'ରେସ୍ ୩'ରେ ଅଫର ମିଳିବା ଯୋଗୁଁ ମୋତେ 'ହାଉସଫୁଲ୍'ରେ ଏକ ଅଫର ମିଳିଲା । ଏହା ମୋ ପାଇଁ ଏକ ନୂଆ ଆରମ୍ଭ ଥିଲା ।