Cannes Film Festival; ଦୀପିକାଙ୍କ ପୂର୍ବରୁ ୯ ଭାରତୀୟ ବନି ସାରିଛନ୍ତି ଜୁରୀ ମେମ୍ବର, ଦେଖନ୍ତୁ ପୁରା ଲିଷ୍ଟ
Advertisement

Cannes Film Festival; ଦୀପିକାଙ୍କ ପୂର୍ବରୁ ୯ ଭାରତୀୟ ବନି ସାରିଛନ୍ତି ଜୁରୀ ମେମ୍ବର, ଦେଖନ୍ତୁ ପୁରା ଲିଷ୍ଟ

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ପାଇଁ ଜୁରୀ ମେମ୍ବର ଭାବେ ଦୀପିକା ପାଦୁକୋନଙ୍କୁ ଚୟନ କରାଯାଇଛି । ଏହା ପୂର୍ବରୁ ୯ ଜଣ ଭାରତୀୟ କାନ୍ସରେ ଜୁରୀ ମେମ୍ବର ବନି ସାରିଛନ୍ତି । ଲିଷ୍ଟରେ ରହିଛି ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କ ନାମ ।

Cannes Film Festival; ଦୀପିକାଙ୍କ ପୂର୍ବରୁ ୯ ଭାରତୀୟ ବନି ସାରିଛନ୍ତି ଜୁରୀ ମେମ୍ବର, ଦେଖନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୨ (Cannes Film Festival-2022)ରେ   ଜୁରୀ ଭାବେ ଦୀପିକା ପାଦୁକୋନଙ୍କୁ ଚୟନ କରାଯାଇଛି । ଏହି ଖୁସି ଖବର ଦୀପିକା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ ଫ୍ୟାନ୍ସଙ୍କ ସହ ସେୟାର କରିବା ପରେ ଦୀପିକାଙ୍କୁ ନେଇ ଚର୍ଚ୍ଚା ଏବେ ସବୁଠି ହେବାରେ ଲାଗିଛି ।  ଭାରତୀୟ ଭାବେ କେବଳ ଦୀପିକା ଏହି କାନ୍ସ ଫିଲ୍ମ ଫେଷ୍ଟିଭାଲ ଜୁରୀ ମେମ୍ବର ହୋଇଛନ୍ତି ।
ଆପଣ ଜାଣିଛନ୍ତି କି ଦୀପିକାଙ୍କ ପୂର୍ବରୁ ୯ ଜଣ ଭାରତୀୟ କାନ୍ସ ଫିଲ୍ମ ଫେଷ୍ଟିଭାଲ ଜୁରୀ ମେମ୍ବର ବନିସାରିଛନ୍ତି ।

୯ ଜଣ ଭାରତୀୟ ଜୁରୀଙ୍କ ସମ୍ପୂର୍ଣ୍ଣ ତାଲିକା 

୧. ଚେତନ ଆନନ୍ଦ : ଏହି ତାଲିକାରେ ପ୍ରଥମ ନାମ ରହିଛି ହିନ୍ଦୀ ଫିଲ୍ମ ପ୍ରଡୁସର ,ସ୍କ୍ରିନ ରାଇଟର ଏବଂ ନିର୍ଦ୍ଦେଶକ  ଚେତନ ଆନନ୍ଦ (Chetan Anand)ଙ୍କ ନାଁ ।  ୧୯୫୦ ମସିହାରେ ଚେତନ ଆନନ୍ଦଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେ ବିନମ୍ର ଭାବେ ସେଠାକୁ ଯିବା ପାଇଁ ମନା କରିଥିଲେ । ସେ ଏଭଳି ପ୍ରସିଦ୍ଧ ପ୍ୟାନେଲର ସାମିଲ ହେବାକୁ ଯୋଗ୍ୟ ନଥିବା କହିଥିଲେ । ଚେତନ ଆନନ୍ଦ ଭେଟେରାନ ଆକ୍ଟର ଦେବାନନ୍ଦଙ୍କ ବଡ଼ ଭାଇଥିଲେ  ।ତାଙ୍କର ଡେବ୍ୟୁ ଫିଲ୍ମ ଥିଲା  ନିଚା ନାଗର । ଏହି ଫିଲ୍ମ ୧୯୪୬ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଗ୍ରାଣ୍ଡ ପ୍ରିକ୍ସ ପ୍ରାଇଜରେ ସମ୍ମାନୀତ ହୋଇଥିଲା। 
୨. ମୃଣାଲ ସେନ : ୧୯୮୨ ମସିହାରେ ଫିଲ୍ମ ମେକର ମୃଣାଲ ସେନ୍ (Mrinal Sen) କାନ୍ସ ଫିଲ୍ମ ଫେଷ୍ଟିଭାଲରେ  ଜୁରୀ ବନିଥିଲେ । ୧୯୮୩ ମସିହାରେ ତାଙ୍କ ଫିଲ୍ମ ଖାରଜି (Kharji ) ଜୁରୀ ପୁରସ୍କାର ଜିତିଥିଲା ।
୩. ମୀରା ନାୟର : ୧୯୯୦ ମସିବାରେ ଭେଟେରାନ ଫିଲ୍ମ ମେକର ଏବଂ ପ୍ରଡୁସର ମୀରା ନାୟର (Mira Nair) କାନ୍ସ ଫିଲ୍ମ ଫେଷ୍ଟିଭାଲରେ  ଜୁରୀ ମେମ୍ବର  ବନିଥିଲେ । ତାଙ୍କ ଫିଲ୍ମ ସଲାମ ବମ୍ବେ (Salaam Bombay) ୧୯୮୮ ମସିହା  କାନ୍ସ ଫିଲ୍ମ ଫେଷ୍ଟିଭାଲରେ  ଏହି ଫିଲ୍ମ ଅଡିଏନ୍ସ ଆୱାର୍ଡ ପାଇଥିଲା ।
୪. ଅରୁନ୍ଧତୀ ରଏ : ୨୦୦୦ ମସିହାରେ ବୁକର ପ୍ରାଇଜ ବିଜେତା ତଥା ଲେଖିକା ଅରୁନ୍ଧତୀ ରଏ (Arundhati Roy) କାନ୍ସ ର ଜୁରୀ ମେମ୍ବର ବନିଥିଲେ ।   ଉପନ୍ୟାସ  ଦ ଗଡ୍ ଅଫ ସ୍ମଲ ଥିଙ୍ଗସ (The God of Small Things) ପାଇଁ ତାଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ମିଳିଥିଲା।
୫. ଐଶ୍ୱର୍ୟା ରାୟ ବଚ୍ଚନ :  ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ  ଐଶ୍ୱର୍ୟା ରାୟ ବଚ୍ଚନ (Aishwarya Rai Bachchan) ୨୦୦୩ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ  ଜୁରୀ ମେମ୍ବର  ବନିଥିଲେ । ୨୦୦୨ ମସିହାରୁ ଐଶ୍ୱର୍ୟୟା ନିଜ କାନ୍ସ ରେଡ୍ କାର୍ପେଟ ଯାତ୍ରା ଆରମ୍ଭ କରିଥିଲେ । ସେତେବେଳେ ଗ୍ଲୋବାଲ ପ୍ଲାଟଫର୍ମରେ ଐଶ୍ୱର୍ୟାଙ୍କ ଫିଲ୍ମ ଦେବଦାସ (Devdas)ର ପ୍ରିମିୟର କରାଯାଇଥିଲା । 
 ୬. ନନ୍ଦିତା ଦାସ :  ଅଭିନେତ୍ରୀ, ନିର୍ଦ୍ଦେଶିକା ଏବଂ ସମାଜସେବୀ ନନ୍ଦିତା ଦାସ (Nandita Das)ଦୁଇଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ମେମ୍ବର ବନିଛନ୍ତି ।  ୨୦୦୫ ମସିହା ଏବଂ ୨୦୧୩ ମସିହାରେ ନନ୍ଦିତା ଦାସ ଜୁରୀ ମେମ୍ବର ବନିଥିଲେ ।୨୦୧୮ ମସିହାରେ ନନ୍ଦିତା ଦାସଙ୍କ ଫିଲ୍ମ ମଣ୍ଟୋ (Manto)କାନ୍ସରେ ପ୍ରଦର୍ଶିତ ହୋଇଥିଲା ।ଏହାକୁ ଭଲ ରେସପନ୍ସ ମଧ୍ୟ ମିଳିଥିଲା । 
୭. ଶର୍ମିଲା ଟାଗୋର : ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର (Sharmila Tagore ) ୨୦୦୯ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ମେମ୍ବର ବନିଥିଲେ ।
୮.ଶେଖର କପୁର : ଭାରତୀୟ ଫିଲ୍ମ ନିର୍ଦ୍ଦେଶକ , ପ୍ରଡୁସର ଏବଂ ଅଭିନେତା ଶେଖର କପୁର (Shekhar Kapur) ୨୦୧୦ ମସିହାରେ ଜୁରୀ ମେମ୍ବର ବନିଥିଲେ । 
୯. ବିଦ୍ୟା ବାଲାନ :  ୨୦୧୩ ମସିହାରେ ଅଭିନେତ୍ରୀ ବିଦ୍ୟା ବାଲାନ (Vidya Balan) କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ମେମ୍ବର ବନିଥିଲେ । 

Also Read: Cannes Film Festival : ଦୀପିକା ପାଦୁକୋନ ବନିଲେ ଜୁରୀ ମେମ୍ବର