Athiya Shetty: ବିବାହ ପରେ ପ୍ରଥମ ଥର ଭାଇରାଲ ହେଲା ଆଥିୟାଙ୍କ ଏଭଳି ଭିଡିଓ, ଫ୍ୟାନ୍ସ ହେଲେ ତାଜୁବ
Advertisement

Athiya Shetty: ବିବାହ ପରେ ପ୍ରଥମ ଥର ଭାଇରାଲ ହେଲା ଆଥିୟାଙ୍କ ଏଭଳି ଭିଡିଓ, ଫ୍ୟାନ୍ସ ହେଲେ ତାଜୁବ

Athiya Shetty: ବିଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ । ଏବେ ଏବେ ସେ ହାତରୁ ଦିହାତ ହୋଇଛନ୍ତି । କ୍ରିକେଟର କେଏଲ ରାହୁଲଙ୍କ ସହ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ଏ କପୁଲଙ୍କ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା। ବର୍ତ୍ତମାନ ଆଥିୟା ବିବାହ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବାହର କିଛି ଦିନ ପରେ ପ୍ରଥମ ଥର ଲାଗି ଆଥିୟା ସେଟ୍ଟୀ ଶନିବାର ଦିନ(ଗତକାଲି) ତାଙ୍କୁ ସେଲୁନରେ ଦେଖିବାକୁ ମିଳିଥିଲା ।

ସୌଜନ୍ୟ- ସୋସିଆଲ ମିଡିଆ

Athiya Shetty:  ବିଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ । ଏବେ ଏବେ ସେ ହାତରୁ ଦିହାତ ହୋଇଛନ୍ତି । କ୍ରିକେଟର କେଏଲ ରାହୁଲଙ୍କ ସହ ବିବାହ କରିଛନ୍ତି ।  ସୋସିଆଲ ମିଡିଆରେ ଏ କପୁଲଙ୍କ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା।  ବର୍ତ୍ତମାନ ଆଥିୟା ବିବାହ ପରେ  ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ବିବାହର କିଛି ଦିନ ପରେ ପ୍ରଥମ ଥର ଲାଗି ଆଥିୟା ସେଟ୍ଟୀ ଶନିବାର ଦିନ(ଗତକାଲି) ତାଙ୍କୁ ସେଲୁନରେ ଦେଖିବାକୁ ମିଳିଥିଲା । ଫଟୋଗ୍ରାଫରମାନେ ତାଙ୍କୁ କିଛି ସମୟ ପାଇଁ ଅପେକ୍ଷା କରିବାକୁ କହିଥିଲେ । କିନ୍ତୁ ସେ କାର ଭିତରକୁ ଚାଲିଯାଇଥିଲେ । ତାପରେ ଫଟୋଗ୍ରାଫରମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ମାତ୍ରେ, ଆଥିୟା ଧନ୍ୟବାଦ କହି କାରରେ ବସି ପଡିଥିଲେ  ।

ଦୀର୍ଘ ଦିନରୁ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀ ପରପ୍ପରକୁ ଭଲପାଉଥିଲ। ଏବଂ ଡେଟ ମଧ୍ୟ କରୁଥିଲେ । ହିନ୍ଦୁ ଋୀତିନୀତି ଅନୁଯାୟୀ ଆଥିୟା ଓ ରାହୁଲଙ୍କ ଚଳିତ ମାସ ଜାନୁଆରୀ ୨୩ରେ ହାତଗଣ୍ଠି ପଡ଼ିଛି । ସୁନୀଲ ସେଟ୍ଟିଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ଋତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି । ତେବେ, ଏହି ବିବାହରେ ମୋଟ  ୨୦୦ ଅତିଥି  ଯୋଗଦେଇଥିଲେ ।  ଯେଉଁଥିରେ ରାହୁଲ ଏବଂ ଆଥିୟା ଉଭୟଙ୍କର ଶହେ ଲେଖାଏଁ ଅତିଥି ସାମିଲ ହୋଇଥିଲେ ।  

Also Read : Rakhi Sawant: ପରଲୋକରେ ରାକ୍ଷୀ ସାଓ୍ବନ୍ତଙ୍କ ମାଆ, ଦିର୍ଘ ଦିନ ଧରି କ୍ୟାନସରରେ ଥିଲେ ପୀଡିତ

 

 
 
 
 

 
 
 
 
 
 
 
 
 
 
 

A post shared by Viral Bhayani (@viralbhayani)

ତେବେ, ଏହି ଉତ୍ସବରେ  ସାମିଲ ହୋଇଥିବା ଅତିଥିମାନେ କୌଣସି ଫଟୋ ଏବଂ ଭିଡିଓ ସେୟାର କରିବାକୁ ଅନୁମତି ଦିଆଯାଇନ ଥିଲା । ଏପରିକି ଉତ୍ସବକୁ ଯିବା ପୂର୍ବରୁ ସେମାନଙ୍କ ଠାରୁ ତାଙ୍କ ସ୍ମାର୍ଟଫୋନ ରଖି ଦିଆଯାଇଥିଲା ।  ଏ-ହି ଗ୍ରାଣ୍ତ ଓ୍ବେଡିଂରେ ସେରିମନିରେ ବଲିଉଡ ଏବଂ କ୍ରିକେଟ ଜଗତର ବହୁ ନାମୀଦାମୀ ତାରକା ଯୋଗଦେଇଥିଲେ । ଏହି ତାରକା ମାନଙ୍କ ମଧ୍ୟରେ ସଲମାନ୍‌ ଖାନ୍‌, ଅକ୍ଷୟ କୁମାର ଏବଂ ମହେନ୍ଦ୍ର ସିଂ ଧୋନୀ,ବିରାଟ କୋହଲି ସାମିଲ୍‌ ହୋଇଥିଲେ । ତେବେ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦକ୍ଷିଣ ଭାରତୀୟ ଶୈଳୀରେ  ଅତିଥିଙ୍କୁ କଦଳୀ ପତ୍ରରେ ଖାଦ୍ୟ ପରସା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏବଂ  ମେନ୍ୟୁରେ ଅଧିକାଂଶ ଖାଦ୍ୟ ଦକ୍ଷିଣ ଭାରତର ଥିଲା । କିନ୍ତ ଆଥିୟାଙ୍କ ବିବାହ ପୂର୍ବରୁ ହଳଦୀ,ମେହେନ୍ଦୀ ଓ ସଙ୍ଗୀତ ରଶମ ଜାନୁଆରୀ ୨୧ରୁ ଆରମ୍ଭ ହୋଇଥିଲା ।

ବିରାଟ-ଅନୁଷ୍କାଙ୍କ ଭଳି ଏହି ଦୁଇ ତାରକାଙ୍କ ବୈବାହିକ ଜୀବନ ସୁଖମୟ ହେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରୀୟ ଦେଇ ସୁନୀଲ ସେଟ୍ଟି କହିଛନ୍ତି ଯେ,ସେ କେଏଲ ରାହୁଲଙ୍କ ଶ୍ୱଶୁର ନୁହେଁ ବରଂ ବାପା ହେବାକୁ ଚାହୁଁଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଆଥିଆ ଏବଂ କେଏଲ ରାହୁଲଙ୍କ ବିବାହର ରିସେପ୍ସନ ପାର୍ଟି ଆଇପିଏଲ ପରେ ହେବ ।