Amitabh Bachchan: ଜୟା କି ରେଖା ନୁହଁନ୍ତି, କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ଏହି ଯୁବତୀଙ୍କ ପରାମର୍ଶ ନିଅନ୍ତି ବିଗ୍ ବି'
Advertisement

Amitabh Bachchan: ଜୟା କି ରେଖା ନୁହଁନ୍ତି, କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ଏହି ଯୁବତୀଙ୍କ ପରାମର୍ଶ ନିଅନ୍ତି ବିଗ୍ ବି'

Amitabh Bachchan Movies: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡରେ ସେ କାମ କରି ଆସୁଛନ୍ତି । ବିଗ୍ ବି' ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସେ ନିଜ ସ୍ତ୍ରୀ ଜୟା ଓ ଝିଅ ଶ୍ବତା ବଚ୍ଚନଙ୍କ ସହ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର ବି କରନ୍ତି । ଅମିତାଭ ତାଙ୍କ ଝିଅ ଶ୍ବେତା ବଚ୍ଚନଙ୍କ ବହୁତ ନିକଟତର । ଆପଣ ଜାଣିଛନ୍ତି କି ବିଗ୍ ବି ଯେ କୌଣସି କାମ ପାଇଁ ହେଉ କି କୌଣସି ଫିଲ୍ମ ପାଇଁ ସେ ନିଜ ଝିଅଙ୍କ ଠାରୁ ପରାମର୍ଶ ନିଅନ୍ତି । 

ସୌଜନ୍ୟ- ସୋସିଆଲ ମିଡିଆ

Amitabh Bachchan Movies: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡରେ ସେ କାମ କରି ଆସୁଛନ୍ତି । ବିଗ୍ ବି' ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସେ ନିଜ ସ୍ତ୍ରୀ ଜୟା ଓ ଝିଅ ଶ୍ବତା ବଚ୍ଚନଙ୍କ ସହ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର ବି କରନ୍ତି । ଅମିତାଭ ତାଙ୍କ ଝିଅ ଶ୍ବେତା ବଚ୍ଚନଙ୍କ ବହୁତ ନିକଟତର । ଆପଣ ଜାଣିଛନ୍ତି କି ବିଗ୍ ବି ଯେ କୌଣସି କାମ ପାଇଁ ହେଉ କି କୌଣସି ଫିଲ୍ମ ପାଇଁ ସେ ନିଜ ଝିଅଙ୍କ ଠାରୁ ପରାମର୍ଶ ନିଅନ୍ତି । ଆଉ ଶ୍ବେତା ମଧ୍ୟ ନିଜ ପିତାଙ୍କୁ ସବୁବେଳେ ସମସ୍ତ କାର୍ଯ୍ୟରେ ସହଯୋଗ କରନ୍ତି । 

ପ୍ରତ୍ୟକ ପ୍ରୋଜେକ୍ଟ ସାଇନ୍ କରିବା ପୂର୍ବରୁ ଶ୍ବେତାଙ୍କ ପରାମର୍ଶ ନିଅନ୍ତି ଅମିତାଭ!
୨୦୧୮ ମସିହାରେ ଅମିତାଭ ବଚ୍ଚନ ଝିଅ ଶ୍ବେତା ବଚ୍ଚନଙ୍କ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ  ଯୋଗ ଦେଇଥିଲେ।  ଏହି ଅବସରରେ ଅମିତାଭ କହିଥିଲେ ଯେ, ସେ ଯେ କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ଝିଅର ପରାମର୍ଶ ସେ ନିଅନ୍ତି । ବିସିସିଆଇର ରିପୋର୍ଟ (BBC report) ଅନୁଯାୟୀ ଅମିତାଭ ବଚ୍ଚନ ବିଶ୍ୱାସ କରନ୍ତି ଯେ, ଶ୍ୱେତା ଯାହା କୁହନ୍ତି ତାହା ସବୁବେଳେ ତାଙ୍କ ପାଇଁ ଠିକ୍ ସାବ୍ୟସ୍ତ ହୁଏ ।  ଯାହା ତାଙ୍କୁ ଅନେକ କାମରେ ଓ ଭବିଷ୍ୟତରେ ବହୁତ୍ ସାହାର୍ଯ୍ୟ କରେ । କେବଳ ମୁଁ ନୁହେଁ, ପରିବାରର ସମସ୍ତ ସଦସ୍ୟମାନେ ମଧ୍ୟ ତାଙ୍କ ମତାମତ ମଧ୍ୟ ନିଅନ୍ତି । ସେହି ଇଭେଣ୍ଟରେ ଅମିତାଭ ଆହୁରି କହିଥିଲେ ଯେ,ଶ୍ବେତାଙ୍କ ପରିବାର ସଦସ୍ୟଙ୍କ ଫିଲ୍ମକୁ ନେଇ ମଧ୍ୟ ପୂର୍ବାଭାସ ଦିଅନ୍ତି । କାହାର ଫିଲ୍ମ ହିଟ୍ ହେବ ଆଉ କାହାର ଫ୍ଲପ୍ ହେବ । 

Also Read : Web Series: ବନ୍ଦ ହେଲା ସ୍କେର୍ଡ୍ ଗେମ୍ସ, ସିରିଜ୍, ଜାଣନ୍ତୁ କେବେ ରିଲିଜ୍ ହେବ ମିର୍ଜାପୁର-୩ ଓ ଫ୍ୟାମିଲି ମ୍ୟାନ- ୩

Also Read : Virushka New Look: ଋଷିକେଶରୁ ଫେରିବା ପରେ ଏୟାରପୋର୍ଟରେ କିଛି ଏପରି ଅନ୍ଦାଜରେ ନଜର ଆସିଲେ ବିରୁଷ୍କା

ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ,ବଲିଉଡରେ କାମ ନ କରି ଥିଲେ ମଧ୍ୟ ତାଙ୍କର ଫ୍ୟାନ୍ସ ଫଲୋଇିଂ କୌଣସି ସେଲିବ୍ରେଟିଙ୍କ ଠାରୁ କମ୍ ନାହିଁ । ଅମିତାଭ ବଚ୍ଚନଙ୍କ ଝିଅ ଶ୍ଵେତା ନନ୍ଦା ଦିଲ୍ଲୀର ଜଣେ ବିଜନେସମ୍ୟାନଙ୍କୁ ବିବାହ କରି ଖୁସିରେ ଘର ସଂସାର କରୁଛନ୍ତି । ତାଙ୍କର ନବ୍ୟା ନବେଲି ନନ୍ଦା ଓ ଅଗସ୍ତ୍ୟା ନନ୍ଦା ନାମକ ଦୁଇ ସନ୍ତାନ ମଧ୍ୟ ଅଛନ୍ତି ।  

ନିକଟରେ ଅମିତାଭ ଅମିତାଭ ବଚ୍ଚନ  ସାଉଦି ଆରବର କିଙ୍ଗ ଫାହଦ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ (King Fahd International Stadium,Riyadh)ରେ ଆୟୋଜିତ ହେଉଥିବା ଏକ ମ୍ୟାଚର ଉଦଘାଟନୀ ଉତ୍ସବରେ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ । ସେଠାରେ ସେ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଭେଟିଥିଲେ । ଏନେଇ ଅମିତାଭ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ମଧ୍ୟ କରିଥିଲେ।