Pushpa 2: 'ପୁଷ୍ପା ପାର୍ଟ ୨' କୁ ନେଇ ବଡ ଖୁଲାସା କଲେ ଅଲ୍ଲୁ, କହିଲେ କିଛି ଏମିତି
Advertisement

Pushpa 2: 'ପୁଷ୍ପା ପାର୍ଟ ୨' କୁ ନେଇ ବଡ ଖୁଲାସା କଲେ ଅଲ୍ଲୁ, କହିଲେ କିଛି ଏମିତି

Pushpa 2: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ପାର୍ଟ ୧' ତାଙ୍କୁ ଦେଇଛି ଅନେକ ସଫଳତା ।  ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା। ଫିଲ୍ମର ପ୍ରଥମ ପାର୍ଟ ସୁପରହିଟ୍ ହେଲା ପରେ ଦର୍ଶକଙ୍କ ଉତ୍ସାହ ଦେଖି ନିର୍ମାତା ପାର୍ଟ ୨ ର ସୁଟିଂ ଆରମ୍ଭ କରିଛନ୍ତି । 

 Pushpa 2: 'ପୁଷ୍ପା ପାର୍ଟ ୨' କୁ ନେଇ ବଡ ଖୁଲାସା କଲେ ଅଲ୍ଲୁ, କହିଲେ କିଛି ଏମିତି

Pushpa 2: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ପାର୍ଟ ୧' ତାଙ୍କୁ ଦେଇଛି ଅନେକ ସଫଳତା ।  ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା। ଫିଲ୍ମର ପ୍ରଥମ ପାର୍ଟ ସୁପରହିଟ୍ ହେଲା ପରେ ଦର୍ଶକଙ୍କ ଉତ୍ସାହ ଦେଖି ନିର୍ମାତା ପାର୍ଟ ୨ ର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଥିଲା। ତେବେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଏକ ଇଭେଣ୍ଟ ସମୟରେ ଅଲୁ ଅର୍ଜୁନ ତାଙ୍କ ଫିଲ୍ମ ବିଷୟରେ ଏପରି କିଛି ବଡ ତଥ୍ୟ ଦେଇଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ଉତ୍ସାହ ବଢାଇ ଦେଇଛି ।  

'ପୁଷ୍ପା ୨'ର ସୁଟିଂରେ ପ୍ରଶଂସକମାନେ ଖୁସି ଅଛନ୍ତି : 

ଅଭିନେତା ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦି ରାଇଜ'(Pushpa: The Rise - Part 2) ପାଇଁ ସୁଟିଂ ଆରମ୍ଭ କରିଛନ୍ତି। 'ପୁଷ୍ପା ୨' ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ଅଟେ। ନିକଟରେ ଅଲୁ ଏକ ଇଭେଣ୍ଟରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୁଷ୍ପା ୨ ଚଳଚ୍ଚିତ୍ରର ଅପଡେଟ୍ ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି। କେବଳ ଏତିକି ନୁହେଁ, ଅଭିନେତା ଫିଲ୍ମରୁ ତାଙ୍କର ନୂଆ କ୍ୟାଚଫ୍ରେଜ୍ ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।

ଏହାବି ପଢନ୍ତୁ : Alia Ranbir Baby: ଆଲିଆଙ୍କ ମାଆ ହେବା ଖବର ଶୁଣି କାହିକିଁ ଭାବ ବିହ୍ବଳ ହୋଇଗଲେ ମହେଶ, ଜାଣନ୍ତୁ କାରଣ

କ୍ୟାଚଫ୍ରେଜ୍ ପ୍ରକାଶ ପାଇଲା : 
ଏକ ଇଭେଣ୍ଟ ସମୟରେ ଅଲୁ ଅର୍ଜୁନ କହିଛନ୍ତି ଯେ, 'ଆପଣ ସମସ୍ତେ ପୁଷ୍ପା ବିଷୟରେ ଅଧିକ ଅପଡେଟ ବିଷୟରେ ଜାଣିବାକୁ ଆଗ୍ରହୀ ଅଛନ୍ତି । ଏଥିପାଇଁ ଆପଣା ମାନଙ୍କୁ ମୁଁ ଏଠାରେ କହି ରଖୁଛି ଯେ, ଫିଲ୍ମର  ସୁଟିଂ ଆରମ୍ଭ ହୋଇଛି । ପ୍ରଥମ ପାର୍ଟ ଅପେକ୍ଷା ଦ୍ବିତୀୟ ପାର୍ଟଟି ଅଧିକ ଭଲ ହେବ। ମୁଁ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛି ଏବଂ ଆଶା କରୁଛି ଆପଣ ମାନେ ମଧ୍ୟ ଫିଲ୍ମକୁ ଅଧିକ ଭଲପାଇବା ଦେବେ' । 

'ପୁଷ୍ପା: ଦି ରାଇଜ' ବକ୍ସ ଅଫିସରେ ଭଲ ରୋଜଗାର କରିବ :

'ପୁଷ୍ପା: ଦି ରାଇଜ' ହେଉଛି ଅଲୁ ଅର୍ଜୁନଙ୍କ ଫିଲ୍ମ ,'ପୁଷ୍ପା'ର ଦ୍ୱିତୀୟ ଭାଗ। ପ୍ରଥମ ଭାଗ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ଏଭଳି ପରିସ୍ଥିତିରେ ଫିଲ୍ମ ନିର୍ମାତାମାନେ ଆଶା କରୁଛନ୍ତି ଯେ, ଫିଲ୍ମ ପାର୍ଟ ୨ ମଧ୍ୟ ବକ୍ସ ଅଫିସରେ ସୁପର ହିଟ୍ ହେବ। ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ନିର୍ଦ୍ଦେଶକ ସୁକୁମାର ଫିଲ୍ମର ସୁଟିଂର ଫଟୋ ଇଣ୍ଟରନେଟରେ ସେୟାର କରିଛନ୍ତି।

 

ସୁକୁମାରଙ୍କ ନିର୍ଦ୍ଦେଶିତ 'ପୁଷ୍ପା: ଦି ରାଇଜ୍' ପାର୍ଟ ୧ ଗତ ବର୍ଷ ଡିସେମ୍ବର ୧୭ ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ, ରଶ୍ମିକାଙ୍କ ବ୍ୟତୀତ ସୁନୀଲ, ସାମନ୍ଥା, ଫାହାଦ ଫସିଲ, ପ୍ରକାଶ ରାଜ, ଅଜୟ ଘୋଷଙ୍କ ସହ ଅନେକ ତାରକା ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ପ୍ରାୟ ୧୧୦ କୋଟି ଟଙ୍କା ସଂଗ୍ରହ କରିଥିଲା। ଏବେ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି ।