Akshay Kumar property sale : ଏତିକି କୋଟିର ସମ୍ପତ୍ତି ବିକ୍ରି କଲେ ଖିଲାଡି କୁମାର
Advertisement

Akshay Kumar property sale : ଏତିକି କୋଟିର ସମ୍ପତ୍ତି ବିକ୍ରି କଲେ ଖିଲାଡି କୁମାର

Akshay Kumar property sale : ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଫିଟନେସ ଓ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ନିକଟରେ ଅକ୍ଷୟ ତାଙ୍କ ସମ୍ପତ୍ତି ବିକ୍ରି କରି ଚର୍ଚ୍ଚାକୁ ଆସିଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

Akshay Kumar Property Sale : ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଫିଟନେସ ଓ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ନିକଟରେ ଅକ୍ଷୟ ତାଙ୍କ ସମ୍ପତ୍ତି ବିକ୍ରି କରି ଚର୍ଚ୍ଚାକୁ ଆସିଛନ୍ତି । ଜଣେ ଗାୟକଙ୍କୁ ସମ୍ପତ୍ତି ବିକ୍ରି (Andheri West property) କରିଛନ୍ତି ଏହି ଅଭିନେତା । ଗାୟକ ଅର୍ମାନ୍ ମଲ୍ଲିକ(Armaan Malik ) ଓ ଅମାଲ ମଲ୍ଲିକ  (Amaal Malik)ଙ୍କ ପିତା ଡବୁ ମଲ୍ଲିକଙ୍କୁ ସମ୍ପତ୍ତି ବିକ୍ରି କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ଅନ୍ଧେରି ୱେଷ୍ଟରେ(Andheri West property)  ଥିବା ତାଙ୍କର ଗୋଟିଏ ଆପାର୍ଟମେଣ୍ଟକୁ ଡବୁ ମଲ୍ଲିକଙ୍କୁ ବିକ୍ରି କରିଛନ୍ତି । କୁହାଯାଉଛି ଯେ ଅକ୍ଷୟ କୁମାର ଏହି ଆପାର୍ଟମେଣ୍ଟକୁ ୪.୧୨ କୋଟିରେ କିଣିଥିବାବେଳେ ଏହାକୁ ସେ ୬ କୋଟିରେ ବିକ୍ରି କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାର ଏବଂ ଡବୁ ମଲିକଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଅଗଷ୍ଟ୧୨ରେ କରାଯାଇଥିଲା।  ଏହି  ଆପାର୍ଟମେଣ୍ଟଟି ୧,୨୮୧ ବର୍ଗଫୁଟ ଏବଂ ୫୯ ବର୍ଗଫୁଟର ଏକ ବାଲକୋନି ଏରିଆ ଅଛି । 

ମିଡିଆ ରିପୋର୍ଟ ଅନୁଯାୟୀ, ଆନ୍ଧେରି ୱେଷ୍ଟ ବ୍ୟତୀତ ଅକ୍ଷୟ କୁମାରଙ୍କର ବୋରିଭାଲୀ(Borivali), ମୁଲୁନ୍ଦ (Mulund)ଏବଂ ଜୁହୁ(Juhu)ରେ ମଧ୍ୟ କିଛି ସମ୍ପତ୍ତି ରହିଛି।  ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି । କାମ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଅକ୍ଷୟ କୁମାର ହାତରେ  ଅନେକ ବଡ ଫିଲ୍ମ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା ।  ସେହିପରି ଆସନ୍ତା ମାସରେ ଫିଲ୍ମ ରାମସେତୁ(Ram Setu)ରେ ଦେଖିବାକୁ ମିଳିବ । ସେ ଏ ଫିଲ୍ମରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଙ୍କ ସହ ନଜର ଆସିବେ। ଫିଲ୍ମଟି ଆସନ୍ତା ମାସ ୨୪ ତାରିଖରେ ରିଲିଜ୍ ହେବ ବୋଲି ସ୍ଥିର ହୋଇଛି । ଦିଓ୍ବାଲୀ ସମୟରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି ଆଶା କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ଅଭିଶେକ ଶର୍ମା ଦେଇଥିବା ବେଳେ ନିର୍ମାତା ରହିଛନ୍ତି ଅରୁଣ ଭାଟିଆ ଓ ବିକ୍ରମ ମଲହୋତ୍ରା ।  ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ ଜ୍ୟାକଲିନ୍ ,ନୁସରତ ଭାରୁଚା,ସତ୍ୟଦେବ ଓ ଅଜୟ ଲାବୋ ମଧ୍ୟ ନଜର ଆସିବେ। ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି । 

ଏହାବି ପଢନ୍ତୁ : Odia Film Daman : ICUରେ ‘ଦମନ’ ଡାକ୍ତର

ଚଳିତ ବର୍ଷ ତାଙ୍କ ଫିଲ୍ମ(Samrat Prithviraj) ସମ୍ରାଟ ପୃଥ୍ବୀରାଜ୍  ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା।  ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ (Manushi Chhillar) । ଯାହା  ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।