Ajay Devgn: ବାପା ଅଜୟଙ୍କ ସହ ପଞ୍ଝା ଲଢାଉଛନ୍ତି ‘ୟୁଗ୍’, ଫ୍ୟାନ୍ସ କହୁଛନ୍ତି ଦ୍ବିତୀୟ ସିଙ୍ଗମ୍
Advertisement

Ajay Devgn: ବାପା ଅଜୟଙ୍କ ସହ ପଞ୍ଝା ଲଢାଉଛନ୍ତି ‘ୟୁଗ୍’, ଫ୍ୟାନ୍ସ କହୁଛନ୍ତି ଦ୍ବିତୀୟ ସିଙ୍ଗମ୍

Ajay Devgn: ବଲିଉଡ (bollywood)ଅଭିନେତା ଅଜୟ ଦେବଗନ୍ (Ajay Devgn) । ସିଙ୍ଗମ୍ (singham ) ନାଁରେ ସେ ଟିକେ ଅଧିକ ଜଣାଶୁଣା । ସୋସିଆଲ୍‌ ମିଡିଆରେ ସକ୍ରିୟ ରହୁଥିବା ବଲିଉଡ୍‌ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବଗନ (ajay devgn)ଅନ୍ୟତମ। ଅଜୟଙ୍କ ‘ଦୃଶ୍ୟମ୍-୨’ ବକ୍ସ ଅଫିସ୍‌ରେ ସଫଳତ‌ା ସାଉଁଟିବା ପରେ ଏହି ଅଭିନେତ‌ାଙ୍କ ଚାହିଦା ଆହୁରି ଅଧିକ ବଢ଼ିଯାଇଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Ajay Devgn: ବଲିଉଡ (bollywood)ଅଭିନେତା ଅଜୟ ଦେବଗନ୍ (Ajay Devgn) ।  ସିଙ୍ଗମ୍ (singham ) ନାଁରେ ସେ ଟିକେ ଅଧିକ ଜଣାଶୁଣା । ସୋସିଆଲ୍‌ ମିଡିଆରେ ସକ୍ରିୟ ରହୁଥିବା ବଲିଉଡ୍‌ ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଭିନେତା ଅଜୟ ଦେବଗନ (ajay devgn)ଅନ୍ୟତମ। ଅଜୟଙ୍କ ‘ଦୃଶ୍ୟମ୍-୨’ ବକ୍ସ ଅଫିସ୍‌ରେ ସଫଳତ‌ା ସାଉଁଟିବା ପରେ ଏହି ଅଭିନେତ‌ାଙ୍କ ଚାହିଦା ଆହୁରି ଅଧିକ ବଢ଼ିଯାଇଛି। ସେ ତାଙ୍କ ବୃତ୍ତିରେ ଯେ‌ତେ ବି ବ୍ୟସ୍ତ ରହନ୍ତୁ ପଛେ, ପରିବାର ପାଇଁ ସମୟ କାଢ଼ିଦିଅନ୍ତି। ସୋସିଆଲ୍‌ ମିଡିଆରେ ଅଜୟ ପରିବାର ସଦସ୍ୟଙ୍କ ଫଟୋ (photo )ପୋଷ୍ଟ୍‌ କରି ଚାଲିଥାନ୍ତି। ଅଜୟ ବିଶେଷ କରି ନିଜ ପିଲାମାନଙ୍କ ଫଟୋ ଅଧିକାଂଶ ସମୟରେ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବାର ଆପଣ ଦେଖିଥିବେ। ସେ ତାଙ୍କ ଝିଅ ନ୍ୟାସା ଓ ପୁଅ ୟୁଗ୍‌ଙ୍କୁ(yug ) ଯେ, କେତେ ଭଲପାଆନ୍ତି ତାହା ଆପଣ ତାଙ୍କର ସୋସିଆଲ୍‌ ମିଡିଆରେ ତାଙ୍କର ପୋଷ୍ଟଗୁଡ଼ିକ ଦେଖିଲେ ଜାଣିପାରିବେ।

ଅଜୟଙ୍କ ଝିଅ ନ୍ୟାସା ଦେବଗନ୍‌ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି। ମାତ୍ର ତାଙ୍କ ପୁଅ ୟୁଗ୍‌ଙ୍କୁ (yug ) ଖୁବ୍ କମ୍‌ ଦେଖିବାକୁ ମିଳେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଅଜୟଙ୍କ ପୁଅ ଏବେ ବଡ଼ ହୋଇଗଲେଣି। ସେ ବାପାଙ୍କ କାନ୍ଧ ପର୍ଯ୍ୟନ୍ତ ବଡ଼ ହୋଇ ସାରିଲେଣି। ଦେଖିବାକୁ ସେ ଏକଦମ୍‌ ନିଜ ବାପାଙ୍କ ପରି। ଅଜୟ ନିକଟରେ ତାଙ୍କ ପୁଅ ‘ୟୁଗ୍’ଙ୍କର ଏକ ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ୟୁଗ୍‌ ଅବିକଳ ଅଜୟଙ୍କ ପରି ଦିଶୁଛନ୍ତି।  ଫଟୋରେ ଅଜୟ ଓ ତାଙ୍କ ପୁଅ ଦୁହେଁ ଦୁହିଁଙ୍କ ସହ ପଞ୍ଝା ଲଢୁଥିବାର ଆପଣ ଦେଖି ପାରୁଥିବେ। ଏବଂ ଏଥିରେ ଅଜୟ କ୍ୟାପସନରେ ଲେଖିଛନ୍ତି ଯେ, ‘ଏ ଏପରି ଏକ ଲଢେଇ , ଯେଉଁଠାରେ ପ୍ରତ୍ୟକ ପିତା ହାରିବାକୁ ଚାହାଁନ୍ତି ’। 

 

 
 
 
 

 
 
 
 
 
 
 
 
 
 
 

A post shared by Ajay Devgn (@ajaydevgn)

Also Read : Spy Pigeon: CFSLକୁ ଯିବ ସନ୍ଦିଗ୍ଧ ପାରା, ମିଳିଲା ଚାଇନା ଲିଙ୍କ୍ ହେବ DNA ଟେଷ୍ଟ

Also Read : Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି

ତେବେ ଏ-ହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଜୟ ଦେବଗନଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ମଧ୍ୟ ଅନେକ କମେଣ୍ଟ ଦେଇଛନ୍ତି ।  ଫଟୋ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି ଯେ,‘ଯୁଗ ... ବଲିଉଡର ପ୍ରକୃତ ସୁପରଷ୍ଟାର।’ ଅନ୍ୟ ଜଣେ ଲେଖିଛନ୍ତି, ‘ଇଏ ହେଉଛନ୍ତି ବଲିଉଡର ଦ୍ୱିତୀୟ ସିଙ୍ଗମ୍। ’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘କେବଳ ପିତାମାତା ଅଛନ୍ତି ଯେଉଁମାନେ ନିଜ ସନ୍ତାନର ସୁଖରେ ଖୁସି ହୁଅନ୍ତି। ’ ଏହି ଭଳି ଭାବରେ ଲୋକମାନେ ଅଜୟ ଦେବଗନଙ୍କ ଏହି ପୋଷ୍ଟରେ ଅନେକ ମନ୍ତବ୍ୟ ଦେଇଛନ୍ତି ।

Also Read :  Mayurbhanj News: ନୃଶଂସ ସାଜିଲା ପୁଅ, ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ମାଆକୁ କଲା ହତ୍ୟା, ପରେ ବାପାକୁ...

Also Read :  SHOCKING: ଜନ୍ମ ପରେ ଶିଶୁର ମଥାରେ ବଢ଼ୁଥିଲା ଜାଆଁଳା ଭାଇ, ସିଟି ସ୍କାନରେ ହେଲା ଖୁଲାସା