Bollywood: Ajay Devgnଙ୍କ ପରି ଦିଶୁଛି ଏହି ଯୁବକ ଚେହେରା, ଅଭିନେତ୍ରୀ କାଜଲ ବି ଜାଣି ପାରୁ ନାହଁନ୍ତି ତାଙ୍କ ପତି କିଏ ?
Advertisement

Bollywood: Ajay Devgnଙ୍କ ପରି ଦିଶୁଛି ଏହି ଯୁବକ ଚେହେରା, ଅଭିନେତ୍ରୀ କାଜଲ ବି ଜାଣି ପାରୁ ନାହଁନ୍ତି ତାଙ୍କ ପତି କିଏ ?

Ajay Devgn Doppelganger Kailash: ବଲିଉଡ ଅଭିନେତା ଅଜୟ ଦେବଗନ। ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ଅଭିନେତା ଅଜୟ ଦେବଗନଙ୍କ ପରି ଅବିକଳ ଦେଖାଯାଉଛନ୍ତି। ତେବେ,ଯାହାକୁ ନେଇ ଫ୍ୟାନ୍ସମାନେ ମଧ୍ୟ ଦ୍ବନ୍ଦରେ ପଡିଛନ୍ତି । ପ୍ରକୃତ ଅଜୟ ଦେବଗନ୍ କିଏ ?

ସୌଜନ୍ୟ- ସୋସିଆଲ ମିଡିଆ

Ajay Devgn Doppelganger Kailash: ବଲିଉଡ ଅଭିନେତା ଅଜୟ ଦେବଗନ। ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ଅଭିନେତା ଅଜୟ ଦେବଗନଙ୍କ ପରି ଅବିକଳ ଦେଖାଯାଉଛନ୍ତି। ତେବେ,ଯାହାକୁ ନେଇ ଫ୍ୟାନ୍ସମାନେ ମଧ୍ୟ ଦ୍ବନ୍ଦରେ ପଡିଛନ୍ତି । ପ୍ରକୃତ ଅଜୟ ଦେବଗନ୍ କିଏ ? ତେବେ ଭିଡିଓରେ ଦେଖିବାକୁ ମିଳିଥିବା ବ୍ୟକ୍ତି ଜଣକ ହେଲେ କୈଳାସ ଚୌହାନ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରିଲ୍ସ  ଗୁଡିକରେ ତାଙ୍କୁ ବର୍ତ୍ତମାନ ଦେଖିବାକୁ ମିଳୁଛି ।  ସେ ଖାସ୍ କରି ଅଜୟ ଦେବଗନଙ୍କ ୯୦ ଦଶକର ଗୀତର ଗୁଡିକରେ ଲିପ୍ସିଂ କରି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ତେବେ,ଆପଣ ମଧ୍ୟ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ଚେହେରା ଓ ଷ୍ଟାଇଲ ପୁର ଅଭିନେତା ଅଜୟ ଦେବଗନଙ୍କ ସହ ମିଶୁଛି । 

ଭାଇରାଲ୍ ଭିଡିଓ : ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ,କୈଳାସ ଚୌହାନ  ଅଜୟ ଦେବଗନଙ୍କ ୯୦ ଦଶକର ଗୀତ 'କିଟନା ହସିନ୍ ଚେହେରା'ରେ ଲିପ୍ସଂ କରୁଛନ୍ତି । ଗୀତରେ ଅଜୟଙ୍କ ଷ୍ଟାଇଲ ଓ ହେୟାରକଟ ମଧ୍ୟ କୈଳାସ ରଖିଥିବା ଦେଖିବାକୁ ମିଳିଛି। ତେବେ, ଭାଇରାଲ ହେଉଥିବା କୈଳାସଙ୍କ ଏହି ଭିଡିଓକୁ  ଲୋକେ ମାନେ ବେଶ ପସନ୍ଦ କରୁଥିବା ବେଳେ କମେଣ୍ଟ ମଧ୍ୟ ହେଉଛନ୍ତି ।  ତେବେ ଏହି ଭିଡିଓ ଦେଖି ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ, 'କାଜଲ ମାଡାମ ଭିଡିଓରେ ଥିବା ଯୁବକଙ୍କୁ ଦେଖି ଦ୍ବନ୍ଦରେ ପଡିବେ ।'ଏହା ବ୍ୟତୀତ ଅନ୍ୟ ଜଣେ ଲେଖିଛନ୍ତି 'ତୁମେ କେବଳ ଅଜୟ ଦେବଗାନ୍ ପରି ଦେଖାଯାଉଛ।'ଏହା ସହିତ ଆଉ ଜଣେ ଲେଖିଛନ୍ତି 'ଭାଇ,ତୁମେ ବିଜୟପଥର ଅଜୟ ଦେବଗାନ୍ ପରି ଦେଖାଯାଉଛ।' 

 

ବଲିଉଡ ତାରକାଙ୍କ ନକଲର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଏହାପୂର୍ବରୁ ମାଧୁରୀ ଦୀକ୍ଷିତ,କରିସ୍ମା କପୁର, କରୀନା କପୁର, ରାନୀ ମୁଖାର୍ଜୀ, ସହିଦ କପୁର, କାଜୋଲ, ଦୀପିକା ପାଦୁକୋନ, ଶାହରୁଖ ଖାନ ଏବଂ ଅମିତାଭ ବଚ୍ଚନଙ୍କ ପରି ଦେଖାଯାଉଥିବା ବ୍ୟକ୍ତିତ୍ବଙ୍କୁ ଆମେ ସୋସିଆଲ ମିଡିଆରେ ଦେଖିଛୁ । 

Also Read  : Pintu Nanda: ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଏହି ଘାତକ ରୋଗରେ ଅଛନ୍ତି ପୀଡ଼ିତ

ଯଦି ଆମେ ଅଜୟ ଦେବଗନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା , ତେବେ ଅଜୟଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଗକୁ ଅଜୟଙ୍କ ଅଭିନୀତ ଫିଲ୍ମ 'ଭୋଲା ' ରିଲିଜ୍ ହେବାକୁ ଯାଉଛି । ନିକଟରେ  ଫିଲ୍ମ ‘ଭୋଲା’ରୁ ତବୁଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଚଳଚ୍ଚିତ୍ରରୁ ତବୁଙ୍କ ଲୁକ୍‌ ପୋଷ୍ଟର ରିଲିଜ୍‌ କରାଯାଇଛି, ଯେଉଁଥିରେ ଆଖିରେ କଳା ଚଷମା ଓ ହାତରେ ବନ୍ଧୁକ ଧରି ସେ ପୁଲିସ ବେଶରେ ନଜର ଆସିଛନ୍ତି। ତବୁଙ୍କ ଏହି ଲୁକ୍‌କୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଅଜୟ ସାମାଜିକ ଗଣମାଧ୍ୟମରେ ତବୁଙ୍କ ପୋଷ୍ଟର ଶେୟାର କରିଛନ୍ତି। ଅଜୟ ପୋଷ୍ଟର ଶେୟାର କରିବା ପରେ ଏହା ସାମାଜିକ ଗଣମାଧ୍ୟମର ଟ୍ରେଣ୍ଡିଂ ତାଲିକାରେ ସାମିଲ ହୋଇଛି।